ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗ ବ୍ଲକ ଚାରିଛକ ସ୍ଥିତ ଠିଡିକାଯୋର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ରେ ଅନୁଷ୍ଠିତ ହୋଇଛି । ବୈଠକରେ ରଥ ମହୋତ୍ସବ କମିଟି ସଭାପତି ତଥା ଦେବୋତ୍ତର ଅଧିକାରୀ ତହସିଲଦାର ବିଶ୍ଵଜିତ ପ୍ରଧାନଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥି ଭାବେ ହରଭଙ୍ଗା ବିଡ଼ିଓ ସ୍ୱପ୍ନିତା ନାୟକ ,ବାଣିଭୂଷଣପୁର ସରପଞ୍ଚ ଶ୍ରୀବନ୍ତ ମେହେର , ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଣବ କୁମାର ବେହେରା ,ବ୍ଲକ କନିଷ୍ଠ ଯନ୍ତ୍ରୀ ମଧୁସୂଦନ ଦୋରା, ରାଜ ଗୋପାଳ ମହାପାତ୍ର,,ଭବାନୀ ଶଂକର ପାଣିଗ୍ରାହୀ ପ୍ରମୁଖ ଯୋଗଦାନ କରିଥିଲେ । ଗତବର୍ଷ ରଥଯାତ୍ରା ଆୟବ୍ୟୟ ବିବରଣୀ ସମ୍ପାଦକ ବାମଦେବ ଦାଶ ପାଠ କରି ରଥଯାତ୍ରାର ଇତିବୃତ୍ତି ସଂକ୍ଷେପରେ ଉପସ୍ଥାପନା କରିଥିଲେ ।
ମହୋତ୍ସବକୁ ଅଧିକ ସରସ, ସୁନ୍ଦର ଓ ଆକର୍ଷଣ କରିବା ପାଇଁ ବ୍ୟୟ ଅଟକଳ କରାଯାଇ ପାଣ୍ଠି ସଂଗ୍ରହ ସହିତ ମୀନାବଜାର , ରଥମରାମତି , ଭଜନ କୀର୍ତ୍ତନ ,ସ୍ଥାନୀୟ ଲୋକକଳା ପ୍ରଦର୍ଶନ , ଗୁଣ୍ଡିଚାମନ୍ଦିର ଓ ମାଉସୀମା ମନ୍ଦିର ପ୍ରସ୍ତୁତି , ସ୍ନାନପୂର୍ଣ୍ଣିମା ପାଳନ ପାଇଁ ସ୍ବତନ୍ତ୍ର ସବକମିଟି ଗଠନ କରାଯାଇ ଦାୟିତ୍ୱ ଅର୍ପଣ କରାଯାଇଥିଲା । ରଥଯାତ୍ରା ଏକ ସାର୍ବଜନୀନ ପର୍ବ ହୋଇଥିବାରୁ ବ୍ଲକ ସଦର ମହକୁମାରେ ଅବସ୍ଥିତ ବିଭିନ୍ନ କାର୍ଯ୍ୟାଳୟରେ କାଯ୍ୟରତ ପଦାଧିକାରୀ ପ୍ରସ୍ତୁତି ବୈଠକରେ ଅନୁପସ୍ଥିତ ରହୁଥିବା ଯୋଗୁ ଅଞ୍ଚଳବାସୀଙ୍କ ତରଫରୁ ଦୁଃଖପ୍ରକାଶ କରାଯିବା ସହ ଆଗାମୀଦିନରେ ସମସ୍ତଙ୍କୁ ପୁନଃସାମିଲ କରାଯିବାକୁ ନିଷ୍ପତ୍ତି କରାଗଲା ।
ବୈଠକରେ ଉପସଭାପତି ଦିଲିପ ସାହୁ, କୋଷାଧକ୍ଷ ସିକନ ନାୟକ, କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ମଲ୍ଲିକ,ଅର୍ଜୁନ କଁହର,ସୁରେଶ ବେହେରା,ସୁଶାନ୍ତକୁମାର କହଁର,ସନ୍ତୋଷ ନାଗ,ଦାଶରଥି ପ୍ରଧାନ,ସୁବାଷ ପ୍ରଧାନ,ଶାଶ୍ୱତ ଦେବବ୍ରତ ଦାଶ,ବିଭୁଦତ୍ତ ବୋଷ, ବେଦବର ପ୍ରଧାନ,ପୂର୍ଣଚନ୍ଦ୍ର ମହାରଣା , ଚିତ୍ତରଂଜନ ମଲିକ,ଝରିଆ ମଲ୍ଲିକ,ଅଶୋକ କୁମାର ବେହେରା,ହରିଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଶେଷରେ ସମ୍ପାଦକ ବାମଦେବ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଦେବୋତ୍ତର ଅଧିକାରୀ ତଥା ତହସିଲଦାର ଙ୍କ ସହିତ ରଥ ମହୋତ୍ସବ କମିଟି ସଭ୍ୟସଭ୍ୟା ପୁରୁଷୋତ୍ତମ ଦିବ୍ୟଧାମ ପରିସରରେ ନୂତନ ଭାବେ ନିର୍ମାଣାଧିନ ଶ୍ରୀ ଜଗନ୍ନାଥ ମନ୍ଦିର ଓ ପୁରୁଷୋତ୍ତମ ଶିଶୁ ଉଦ୍ୟାନ ( CHILDREN PARK ) କ୍ଷେତ୍ର ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିଲେ ।