ପିଚୁ ପ୍ଳାଣ୍ଟ ଯୋଗୁ ଜନ ଅସନ୍ତୋଷ, ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି

71 0

ନଲ୍ଲା୦୯/୦୫ (ଅମୀୟ କୁମାର ଦାସ)କଲାହାଣ୍ଡି ଜିଲ୍ଲା ନଲ୍ଲା ବ୍ଳକ ରୁପ୍ରାରୋଡ ପଞ୍ଚାୟତ ଲାଖଗୁଡା ଗ୍ରାମ ନିକଟରେ ଏକ ପିଚୁ ପ୍ଳାଣ୍ଟ ପ୍ରାୟ ଚାରି ବ ର୍ଷରୁ ଅଧିକ ହେବ ପିଚୁ ତିଆରି କରି ନିଜ ଠିକା କାମ ସହିତ ଅନ୍ୟଙ୍କୁ ବିକି ବ୍ୟବସାୟ କରୁଛନ୍ତି ଜଣେ ଠିକାଦାର ନାମ ହେଉଛି ଲାଠୋର ର ଆକାଶ ଅଗ୍ରବାଲ । ପରିପାର୍ଶ୍ୱିକ ଦ୍ରୁଷ୍ଟିରୁ ପ୍ଳାଣ୍ଟକୁ ଲାଗି ଲାଖଗୁଡା ଗ୍ରାମ, ସମ୍ମୁଖରେ ସାନ୍ଦୁଲ ନଦୀ,ନିକଟରେ ଐତିହ ଦୁର୍ଗ ଅସୁରଗଡ ,50ଫୁଟ ଦୁରତ୍ୱରେ ମୁଖ୍ୟ ରାସ୍ତା ଯାହାକି ପିଚୁ ପ୍ଲାଣ୍ଟ ହେବାପାଇ ଯୋଗ୍ୟ ନୁହେ ହେଲେ ତିନିରୁ ଚାରି ବର୍ଷ ହେବ ସ୍ଥାନୀୟ ଲୋକେ ଏହାପ୍ରତି ଆପତି କଲେ ମଧ୍ୟ କେହି ଶୁଣୁ ନା ହାନ୍ତି ଯାହାକି ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି ।

ଏହିପ୍ଳାଣ୍ଟରୁ ନିର୍ଗତ ଧୁଆ ଯୋଗୁ ଦୁର୍ଗନ୍ଧ ଓ ଅନ୍ଧାର ଯୋଗୁ ଲୋକେ ଅତିଷ୍ଠ ହୋଇ ପଡିଥିବା ବେଳେ ପ୍ଳାଣ୍ଟରେ ଗଛିତ ଥିବା ବଜ୍ରି ଓ ଡଷ୍ଟ ଉଡି ଲୋକଙ୍କ ନାକ,କାନ,ଆଖିରେ ପଡି ଲୋକେ ରୋଗାକ୍ରାନ୍ତ ସହିତ ଚାଷ ଜମି ନଷ୍ଟ ହେବାକୁ ଲାଗିଛି। ଏହା ନେଇ ଠିକାଦାର ଆକାଶ ଅଗ୍ରବାଲଙ୍କୁ କହିବାରୁ ମୋ ନିକଟରେ ପୋଲୁସନ ସାର୍ଟିଫିକେଟ ଅଛି ବୋଲି ପ୍ରକାଶ କରିଥିଲେ ଅନ୍ୟପଟରେ ସ୍ଥାନୀୟ ସରପଞ୍ଚ ହେମନ୍ତ ଭୋଇ ଓ ପୂର୍ବତନ ସରପଞ୍ଚ ଚିତରଞନ ରଣାଙ୍କୁ ପଚାରିବାରୁ କୋଣସି ଏନ୍ଓସି ଦିଆଯାଇନାହି ବୋଲି ପ୍ରକାଶ କରିଥିଲେ ଯାହାକି ପୋଲୁସନ ସାର୍ଟିଫିକେଟ ସ୍ଥାନୀୟ ପଞ୍ଚାୟତ ଅନୁମତି ବିନା ମିଳିବା ଅସମ୍ଭବ ଓ ଯଦି ଅଛି ତାହା ହେଲେ କ୍ଉ ବଳବତରରେ ସେ ପାଇଛନ୍ତି ବୋଲି ପ୍ରଶ୍ନ ଉଠୁଛି।

ଏହି ଜମିରେ ପିଚୁପ୍ଳାଣ୍ଟର ପରିମିଶନ ନଥିବାବେଳେ ରୁପ୍ରାରୋଡ ଜମି ମାଲିକ କ୍ଉଭଳି ଭାବରେ ପିଚୁପ୍ଲାଣ୍ଟ ବସାଇବା ପାଇଁ ଅନୁମତି ଦେଲେ ବୋଲି ଜନସାଧାରଣ ଅଭିଯୋଗ କରୁଛନ୍ତି । ବସି ଥିବା ଏଥିରୁ ଜଣାଯାଉଛି ଯେ ଠିକାଦାର ପୋଲୁସନ ସାର୍ଟିଫିକେଟ ଥିବା କହି କେବଳ ପିଚୁପ୍ଲାଣ୍ଟ ଯୋଗୁ ପୋଲୁସନ ସୃଷ୍ଟି କରୁଛନ୍ତି ଏହା ନୁହେ ଏହି ପ୍ଲାଣ୍ଟ ନିକଟସ୍ଥ ସାନ୍ଦୁଲ ନଦୀରେ ଏକବ୍ରିଜ ନିର୍ମାଣ କରୁଛନ୍ତି ଯାହାକି ଅତି ନିମ୍ନମାନର ବୋଲି ଅଭିଯୋଗ ହୋଇଥିବା ବେଳେ ଅଵୈଧ ବ୍ଲାଷ୍ଟିଙ୍ଗ କରି ମାଛମାରୁଥିବା ବେଳେ ନଦୀ ପାଣି ଦୁଷିତ ହୋଉଥିବାରୁ ପାନୀୟ ଜଳ ପାଇଁ ଓ ଗାଧୋଇବାପାଇଁ ଅନୁପଯୋଗୀ ବୋଲି ଅଭିଯୋଗ ହେଉଛି ।ଏହା ନେଇ ସ୍ଥାନୀୟ ଲୋକେ ନିଜର ଅଧିକାର ପାଇଁ ଆନ୍ଦୋଳନର ପନ୍ଥା ଗ୍ରହଣ କରିବେ ବୋଲି ଚର୍ଚ୍ଚ ହେବା ସହିତ ଆଦିସ୍କନ୍ଧ ସମାଜର ଦେବରାଜ ମାଝୀ ଲିଖିତ ଅଭିଯୋଗ କରିଛନ୍ତି ଓ ଅତିଶିଘ୍ର ଏହାକୁ ନେଇ ଏକ କଠୋର ନୀଷ୍ପତି ନିଆଯିବ ବୋଲି ପ୍ରକାଶ କରିଛନ୍ତି ।

Related Post

ଚାଚା ନେହୁରୁଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ପାଳିଲା ବୌଦ୍ଧ ଜିଲ୍ଲା କଂଗ୍ରେସ

Posted by - November 14, 2021 0
ବୌଦ୍ଧ :(ସମରେଶ ମିଶ୍ର )ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ଆହ୍ୱାନ କ୍ରମେ ପୂର୍ବାହ୍ନ ୯ ଘଣ୍ଟା ସମୟରେ ଜିଲ୍ଲା କଂଗ୍ରେସ ଆଇନ ସେଲ କାର୍ଯ୍ୟାଳୟ…

ଛାତ୍ରୀ ଙ୍କୁ ଅସଦାଚରଣ ମାମଲା, ନିଲମ୍ବିତ ପ୍ରଧାନ ଶିକ୍ଷକ ଗିରଫ

Posted by - May 24, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପୀନାଥ ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଧୀନସ୍ଥ ତଥା…

ସମ୍ବଲପୁର ରେ ହାଇକୋର୍ଟ ଆନ୍ଦୋଳନ, ପୋଲିସ ଓକିଲ ଧସ୍ତାଧସ୍ତି

Posted by - December 1, 2022 0
ସମ୍ବଲପୁର: ୩୦/୧୧ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ଆନ୍ଦୋଳନ ସ୍ଥଳରେ ତିବ୍ର ଉତ୍ତେଜନା ପରିସ୍ଥିତି ସୄଷ୍ଠି ହୋଇଛି । ଜିଲ୍ଲା ଓକିଲ…

ଉଚ୍ଚ କଳନ୍ତର ଭଣ୍ଡାର ନାଶ, ପୁଣି ଚିଟ ଫଣ୍ଡ କାଳେ ଙ୍କାରୀ

Posted by - January 16, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଲୋକେ ଚିଟ୍ ଫଣ୍ଡ୍ ଭଳି ସଂସ୍ଥା ଦ୍ୱାରା ଅନେକ ଥର ଠକାମିର ଶିକାର ହେଲେ ମଧ୍ୟ କମ୍ ଦିନରେ ଅଧିକ ଟଙ୍କା ସୁଧ ପାଇବାର…

କୋଭିଡ ସଂକ୍ରମଣରେ ବାତିଲ ହେଲା ଭିମସାର ଏମବିବିଏସ ପରିକ୍ଷା

Posted by - January 14, 2022 0
ସମ୍ବଲପୁର: :(ରମାକାନ୍ତ ବିଶ୍ବାଳ )ସମ୍ବଲପୁର ଜିଲ୍ଲା ରେ ଦୄତ ଗତିରେ ବଡୁଥିବା କୋଭିଡ ସଂକ୍ରମଣ ପାଇଁ ବାତିଲ ହେଲା ଭିମସାର ର ଏମବିବିଏସ ପରୀକ୍ଷା । ଏନେଇ…