ଧର୍ମଗଡ଼: ୮/୫(ହେମନ୍ତ କୁମାର ମାଝୀ)ରାଜ୍ୟ ସରକାରଙ୍କ ପକ୍ଷରୁ ମେ ୧ ତାରିଖ ରୁ ୨୭ ପର୍ଯ୍ୟନ୍ତ ରାଜ୍ୟ ପଛୁଆ ବର୍ଗ ଙ୍କ ସର୍ଭେ କରାଯିବ। ଉଭୟ ଅନଲାଇନ ଓ ଅପ ଲାଇନ ରେ ଏହି ସର୍ଭେ କରାଯିବ। ଅନଲାଇନ ସର୍ଭେ ଇଲେକ୍ଟ୍ରୋନିକ ଗେଜେଟ ଓ ଡିଭାଇସ୍ ସାହାଯ୍ୟ ରେ ହେବ ।ଅଫ ଲାଇନ୍ ହେବାକୁ ଥିବା ସର୍ଭେ ପ୍ରତି ପଞ୍ଚାୟତ ଏନ ଏ ସି ରେ ହେବ। ଏଥିପାଇଁ ଅଙ୍ଗନବାଡ଼ି କେନ୍ଦ୍ର ସ୍କୁଲ ଗୃହ କେନ୍ଦ୍ର କୁ ସର୍ଭେ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି। ପଛୁଆ ବର୍ଗ ଲୋକେ ଏହି ସବୁ କେନ୍ଦ୍ର କୁ ଯାଇ ସର୍ଭେ ପାଇଁ ନିଜ ନିଜ ତଥ୍ୟ ଦେବେ।
ତେବେ ଧର୍ମଗତ ବ୍ଳକ ଭାରତୀୟ ଜନତା ପାର୍ଟି ର ଓ ବି ସି ମୂର୍ଚ୍ଛା ସର୍ଭେ କାର୍ଯ୍ୟ ନିର୍ଦ୍ଧିଷ୍ଟ କେନ୍ଦ୍ର ରେ କରାଯିବା ସହ ଘର ଘର ବୁଲି ସର୍ଭେ ହେଳେ ଏହା ଦ୍ବାରା ଅନେକ ପଛୁଆ ବର୍ଗ ର ଲୋକେ ସର୍ଭେ ରେ ସାମିଲ ହେଇପାରଵେ ଅଭିଯୋଗ କରିଛନ୍ତି। ସଚେତନତା ଅଭାବ ରୁ ଓ ଅନ୍ୟାନ୍ୟ କାରଣରୁ ସମସ୍ତେ ନିର୍ଦ୍ଧାରିତ କେନ୍ଦ୍ର କୁ ପହଞ୍ଚି ପାରିବେ କି ନାହିଁ ସେନେଇ ସନ୍ଦେହ ପ୍ରକାଶ କରୁଛି ମୂର୍ଚ୍ଛା। ଏଣୁ ଏହା ଉପରେ ବିଚାର କରି ଜନଗଣନା ପରି ଘର ଘର ବୁଲି ପଛୁଆ ବର୍ଗ ଙ୍କ ସର୍ଭେ କରିବାକୁ ମହା ମହିମ ରାଜ୍ୟପାଳ ଉଦ୍ଧେଶ୍ୟରେ ଆଜି ଧର୍ମଗତ ଭାଜପା ଓ ବି ସି ମୂର୍ଚ୍ଛା ପକ୍ଷରୁ ଜନ୍ମେଜୟ ନାଏକ ହେମନ୍ତ କୁମାର ମାଝୀ ମଦନ ନାଏକ ରମେଶ ଚଣ୍ଡୀ ଘନଶ୍ୟାମ ଭାଟି ସମେତ ଅନେକ କାର୍ଯ୍ୟ କର୍ତ୍ତା ଧର୍ମଗଡ଼ ବି ଡି ଓ ଙ୍କ ଜରିଆରେ ଏକ ଦାବି ପତ୍ର କରିଥିଲେ।