ଯାଜପୁର :ଯାଜପୁର ବିଂଝାରପୁର ବ୍ଳକ ଉତ୍ତଙ୍ଗରା ଉଚ୍ଚ ବିଦ୍ୟାଳୟ ର ୧୯୯୮ ମସିହା ମାଟ୍ରିକ ବ୍ୟାଚ ର ଗୁରୁପୂଜନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମହା ଆଡମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟ ର ପ୍ରଧାନଶିକ୍ଷକ ପ୍ରଭାତ କୁମାର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସମସ୍ତ ପୁରାତନ ଓ ନୂତନ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ |
୧୯୯୮ ମସିହାର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ୨୦୨୨ମସିହାର ମାଟ୍ରିକ ଟପ୍ପର ସୌମ୍ୟାରାଣୀ ପଣ୍ଡା ଙ୍କୁ ସମ୍ବର୍ଦ୍ଧନା ଓ ଅର୍ଥ ରାଶି ପ୍ରଦାନ କରା ଯାଇଥିଲା । ଏହି ଅବସରରେ ସମସ୍ତ ନୂତନ ଓ ପୁରାତନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ମାନପତ୍ର ଓ ଉପଢୌକନ ପ୍ରଧାନ କରାଯାଇଥିଲା। ଏହି ଅବସରରେ ଗୁରୁପୂଜନ କାର୍ଯ୍ୟକ୍ରମ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।