ଯାଜପୁର:ଯାଜପୁର ବ୍ଲକ ଯମଧର ପଂଚାୟତ ସରକାରୀ ଊଚ ବିଦ୍ୟାଳୟ ପରିସରରେ ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଯାଜପୁର ବିଧାୟକଙ୍କ ପ୍ରତିନିଧି ଭବପ୍ରସାଦ ଦାସ ଏହାକୁ ଆନୁଷ୍ଠିାନିକ ଭାବେ ଉଦଘାଟନ କରିଥିଲେ ।
ସ୍ଥାନୀୟ ସରପଞ୍ଚ ବାଦଲ ଖୁଣ୍ଟିଆଙ୍କ ନେତୃତ୍ୱରେ ଏହି ଶିବିରରେ ସ୍ଥାନୀୟ ଅଂଚଳର ସ୍ୱେଚ୍ଛାସେବୀ ଏବଂ ବିଜୁ ଯୁବ ବାହିନିର ସଦସ୍ୟ ମାନେ ରକ୍ତଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବି ତୁଷାର ରଞ୍ଜନ ପରିଡା, ରମଣି ରଞ୍ଜନ ରାଉତରାୟ, ଧର୍ମେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଜିଲାରେ ରକ୍ତସଂକଟ ସମସ୍ୟାକୁ ଦୂର କରିବା ପାଇଁ ପାଂଉଣ୍ଡେସନ ପକ୍ଷରୁ ଏଭଳି ନିୟମିତ ଭାବେ ରକ୍ତଦାନ ଶିବିର ଆୟୋଜିତ ହେଉଛି ।