ଖପ୍ରାଖୋଲ: ୭/୫(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ତଥା ପୁଣ୍ୟ କ୍ଷେତ୍ର ହରିଶଙ୍କର ମନ୍ଦିର ପାଖ ଝରଣା କୁ ରବିବାର ସଫେଇ କାର୍ଯ୍ୟ ଅନୁଷ୍ଟିତ ହୋଇଥିଲା। ସତ୍ୟ ସାଇ ସେବା ସମିତି ଓ ପ୍ରଶାସନ ମିଳିତ ଭାବରେ ସଫେଇ କରିଥିଲେ। ଗତ ୧ ରୁ ୫ ତାରିଖ ଯାଏଁ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ଅନୁଷ୍ଟିତ ହୋଇଥିଲା ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକ ଙ୍କ ସମାଗମ ହୋଇଥିଲା। ଜନ ସମାଗମ ଯୋଗୁଁ ଅନେକ ବର୍ଜ୍ୟ ବସ୍ତୁ ଝରଣା ପାଖ, ରାସ୍ତା କଡ଼ରେ ପଡ଼ି ରହିଥିଲା।
ପ୍ରଶାସନ ଓ ସ୍ୱେଚ୍ଛାସେବୀ ମାନେ ହାତରେ କୋଡ଼ି, କୋଦାଳ ଧରି ସଫେଇ କାର୍ଯ୍ୟ କରିଥିବା ବେଳେ ମଇଳା କୁ ଟ୍ରାକ୍ଟର ଯୋଗେ ବାହାରକୁ ଫିଙ୍ଗିବା ସହ ଶୁଖିଲା ମଇଳା ଗୁଡ଼ିକ ନିଆ ଲଗାଇ ପଡିଥିଲେ। ପ୍ରଥମେ ଦୋକାନ ବଜାର ପାଖାରୁ ଚିଡ଼ିଆ ଖାନା ଯାଏଁ ଓ ପରେ ଝରଣା କୁଳ ଓ ପାଖ ସଫେଇ କରିଥିଲେ।
ଏହି ଅବସରରେ ପାଟଣାଗଡ ଉପ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ, ପାଟଣାଗଡ ତହସିଲଦାର ଲକ୍ଷ୍ମଣ ମାଝୀ, ବେଲପଡା ତହସିଲଦାର ପ୍ରଶାନ୍ତି ପ୍ରଧାନ, ଆସିଷ୍ଟାଣ୍ଟ କଲେକ୍ଟର ପଦ୍ମନାଭ ମହାରଣା, ଏଡିସେନାଲ ତହସିଲଦାର ଧିରୋଜ ପାତ୍ର, ସତ୍ୟ ସାଇ ସେବା ସମିତି ର ସୁଶାନ୍ତ ପ୍ରଧାନ, ପବିତ୍ର ମୋହନ ଦାଶ, ପରକ୍ଷିତ ସାହୁ, ବବୁଲୁ ଦାଶ, ମନୋଜ ମହାପାତ୍ର, ରସିକ ସୁନା, ପ୍ରକାଶ ରଣା, ରମେଶ ମହାକୁଡ, ମୋହନ ଜୈନ, ଦେବୋତ୍ତର କମିଟି ସଦସ୍ୟ ଇନ୍ଦୁ ଭୂଷଣ ଠାକୁର, ରାଣା ପ୍ରଧାନ, ରୋହିତ ମେହେର, ବିପ୍ର ବିଶି, ଅଭୟ ତ୍ରିପାଠୀ, ସବ କମିଟି ସଦସ୍ୟ ସୁଶୀଲ ଗୁରୁ, ପ୍ରହଲ୍ଲାଦ ଚାନ୍ଦ, ପୂର୍ଣ୍ଣ ଚନ୍ଦ୍ର ଭୋଇ, ଶତ୍ରୁଘ୍ନ ନାଏକ, କ୍ଷମା ନିଧି ଭୋଇ, ତାପସ ରଞ୍ଜନ ବେହେରା, ଜ୍ୟୋତିରଂଜନ ପଣ୍ଡା, ଉମାକାନ୍ତ ପ୍ରଧାନ, ଏସି ଏସ ଓ ମାୟାଧର ସାହୁ, ମନ୍ଦିର ପରିଚାଳକ ଗୁପ୍ତେଶ୍ୱର କୁଅଁର , ସମସ୍ତ ରାଜସ୍ୱ ନିରୀକ୍ଷକ, ସ୍ୱେଚ୍ଛାସେବୀ ମାନେ ସାମିଲ ହୋଇଥିଲେ। ପରେ ଉପଜିଲ୍ଲାପାଳ ଡ ସେଠୀ ସତ୍ୟ ସାଇ ସେବା ସମିତି କୁ ମେଳାରେ ଜଳ ଛତ୍ର ମେଳା ପରେ ସଫେଇ ପାଇଁ ଏକ ସ୍ମାରକୀ ପ୍ରଦାନ କରିଥିଲେ।