ହରଭଙ୍ଗା: ୦୭/୦୫ (ଚିତ୍ତରଞ୍ଜନ ସିଂହ)ବର୍ତ୍ତମାନ ବୌଦ୍ଧ ଜିଲ୍ଲାରେ ସବୁଠାରୁ ଚର୍ଚା ରେ ରହିଛି ହରଭଙ୍ଗା ବ୍ଲକ୍ ର ଲୁଣିବାହାଲ ପଞ୍ଚାୟତ। ଦୁଇ ଗୋଷ୍ଠୀ ମଧ୍ୟରେ ଦୁର୍ନୀତି କୁ ନେଇ ପ୍ରତିଦିନ କାଦୁଅ ଫିଙ୍ଗା ଫିଙ୍ଗି ହେଉଥିବା ବେଳେ ଗଣମାଧ୍ୟମ ରେ ବେଶ୍ ଚର୍ଚା ରେ ରହିଛି ଏହି ପଞ୍ଚାୟତ। ଏଥି ମଧ୍ୟରେ ଆର୍ଥିକ ବର୍ଷ 2017 ରୁ 2022 ମଧ୍ୟରେ ଅନେକ ଦୁର୍ନୀତି ସାମ୍ନାକୁ ଆସିଥିବା ଜଣାପଡିଛି।
ପୂର୍ବତନ ସରପଞ୍ଚ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ ଙ୍କ ସ୍ୱଚ୍ଛଳ ଭାବ ମୂର୍ତ୍ତି” ରାଧେ ରାଧେ ତୋରି ଅଧେକୁ ମୋରି ଅଧେ “ନୀତି ମଧ୍ଯ ପଦାରେ ପଡିଥିବା ଦେଖିବାକୁ ମିଳିଛି।
ତେଣୁ ସ୍ଵଚ୍ଛ ସୁଶାସନ ଏବଂ ଗ୍ରାମପଞ୍ଚାୟତ ର ଉନ୍ନତି କୁ ଦୃଷ୍ଟିରେ ରଖି ଆର୍ଥିକ ବର୍ଷ ୨୦୧୭ ରୁ ୨୦୨୨ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅର୍ଥ ବ୍ୟୟ ହୋଇଥିବା କାର୍ଯ୍ୟ ର ସ୍ଵତନ୍ତ୍ର ଅଡିଟ୍ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କୁ ଚିଠି ସଂଖ୍ୟା ୨୨/୨୩ ମାଧ୍ୟମ ରେ ୦୪/୦୫/୨୩ ରିଖରେ ନିଜେ ଲୁଣିବାହାଲ ସରପଞ୍ଚ ଶ୍ରୀମତୀ ଚନ୍ଦ୍ରମା ପ୍ରଧାନ ଜଣାଇଥିବା ସୂଚନା ମିଳିଛି। ତେବେ ସରପଞ୍ଚଙ୍କ ଏହି ଚିଠି କୁ ଗୁରୁତ୍ଵ ଦେଇ ବିଭାଗ କି ପ୍ରକାର ପଦକ୍ଷେପ ନେଉଛି ତାହାକୁ ଅପେକ୍ଷା ରେ ପଞ୍ଚାୟତ ବାସି ।