Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଜଗୁଆ ଗ୍ରାମପଞ୍ଚାୟତ ଗିରିଗୋବର୍ଦ୍ଧନ ପୀଠ ଆମ୍ବ ତୋଟାରେ ଟିଟିଲାଗଡ ଓବିସି ମଞ୍ଚର ସାଙ୍ଗଠନିକ ବୈଠକ

21 0

ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ରବିବାର ଦିନ ଓବିସି ମଞ୍ଚର ସଂଯୋଜକ ଶ୍ରୀ ମନୋଜ କୁମାର ହାତୀଙ୍କ ସଂଯୋଜନାରେ ଟିଟିଲାଗଡ ଓବିସି ମଞ୍ଚର ସାଙ୍ଗଠନିକ ବୈଠକ ଜଗୁଆ ଗ୍ରାମପଞ୍ଚାୟତ ଗିରି ଗୋବର୍ଦ୍ଧନ ପୀଠ ନିକଟ ଆମ୍ବ ତୋଟାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ସରକାରଙ୍କ ଦ୍ଵାରା ଚାଲିଥିବା ଓବିସି ଜନଗଣନା ସର୍ଭେ କେବଳ କାର୍ଯ୍ୟାଳୟରେ ବସି ସର୍ଭେ ନ କରି ଓବିସି ଲୋକଙ୍କ ଘରକୁ ଘର ବୁଲି ସର୍ଭେ କରାଯାଉ, ଯଦ୍ୱାରା ପ୍ରକୃତ ତଥ୍ୟ ମିଳିପାରିବ ଏବଂ ସରକାରି ସୁବିଧାରୁ ବଂଚିତ ରହୁଥିବା ଲୋକେ ତାଙ୍କର ହକ ପାଇ ପାରିବେ ବୋଲି ମତ ପ୍ରକାଶ ପାଇଥିଲା।

ଦ୍ଵିତୀୟରେ ଚାକିରି କ୍ଷେତ୍ରରେ କେନ୍ଦ୍ର ସରକାର ୨୭ ପ୍ରତିଶତ ସଂରକ୍ଷଣ ରଖିଥିବା ବେଳେ ଓଡ଼ିଶାରେ ମାତ୍ର ୧୧ ପ୍ରତିଶତରେ କାହିଁକି ସୀମିତ ରହିଛି ବୋଲି ସଦସ୍ୟ ମାନେ କ୍ଷୋଭ ପ୍ରକାଶ କରିବା ସହ ଆଗାମୀ ଦିନରେ ରାଜ୍ୟ ସରକାର ଏହାକୁ କେନ୍ଦ୍ର ସରକାର ଭଳି ୨୭ ପ୍ରତିଶତ ସଂରକ୍ଷଣ କରନ୍ତୁ ବୋଲି ଦାବି ମତ ପ୍ରକାଶ ପାଇଥିଲା, ସେହିପରି ବିଗତ ଦିନରେ ଓଡ଼ିଶା ସରକାର ପଞ୍ଚାୟତ ନିର୍ବାଚନ, କନଷ୍ଟେବଳ ଚାକିରି, ପଞ୍ଚାୟତ ସଂପାଦକ ନିଯୁକ୍ତିରେ ତଥା ଅନ୍ୟାନ୍ୟ କ୍ଷେତ୍ରରେ ଓବିସିଙ୍କ ସଂରକ୍ଷଣ ଶୂନ୍ୟ ପ୍ରତିଶତ କରିଥିବା ପ୍ରତିବାଦରେ ଆଗାମୀ କାର୍ଯ୍ୟପନ୍ଥା କଣ ଗ୍ରହଣ କରାଯିବ ସେ ନେଇ ବିସ୍ତୃତ ଆଲୋଚନା କରିଥିଲେ। ଆଗାମୀ ଦିନରେ ସଂଗଠନକୁ ମଜଭୁତ କରିବା ପାଇଁ ପ୍ରତି ପଞ୍ଚାୟତରେ କମିଟି ଗଠନ କରିବା ନିଷ୍ପତି ନିଆଯିବା ସହ କିଛି ଦିନ ଭିତରେ ଏ ସମ୍ବନ୍ଧୀୟ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରାଯିବ ବୋଲି ସାଙ୍ଗଠନିକ ସଂଯୋଜକ ଶ୍ରୀ ହାତୀ ସୂଚନା ଦେଇଛନ୍ତି।

ଏହି ବୈଠକରେ ମଞ୍ଚର ସର୍ବୋଚ୍ଚ କମିଟିର ସଦସ୍ୟ ତୁଳସୀ ରାମ ସାହୁ, ଦେବା ନନ୍ଦ ସାହୁ, ବାଳକୃଷ୍ଣ ସାଣ୍ଡ, ତ୍ରିନାଥ ସରାଫ, ଘିନୁ ଆଡ ଯୁଆଡ, ଦିଲିପ ବିଶି, ବୀରବର ସାହୁ, କାର୍ତ୍ତିକ ଛତର, ଅଭୟ ସାହୁ, ସୁଧିର ଘଡେଇ, ଲଳିତ ସାହୁ, ସଞ୍ଜିବ ସାହୁ, ଜଗତ ରାମ ରଣା, ଜଗନ୍ନାଥ ସାହୁ ନିଜ ନିଜର ମତାମତ ଦେଇଥିବା ବେଳେ ମଞ୍ଚର ସଦସ୍ୟ ସୁମନ୍ତ ସାହୁ, ପ୍ରଫୁଲ୍ଲ ବିଶି, ସୁରେନ୍ଦ୍ର ନାଥ ପୋଡ଼, ବେଦ ବେହେରା, ଆଶିଷ ସାହୁ, ପ୍ରଦିପ ଖର୍ସେଲ, ନିରାକାର ସୁନାନି, ଜୟନ୍ତ ବଗର୍ତ୍ତୀ, ଅଲେଖ ବେହେରା, କ୍ଷମା ହାତୀ, ଶିବରାମ ତାଣ୍ଡି, ଅସିନ ହେ ର୍ଣ୍ଣ।, ମିନକେତନ ବଗର୍ତ୍ତି, ଗୋଲକ ସାହୁ , ପୁରୁଷୋତ୍ତମ ଆଡଜୁଆଡ, ବୃହସ୍ପତି ନାଗ, ଗତିକୃଷ୍ଣ ନାଗ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ବହୁ ସଦସ୍ୟ ଉପସ୍ଥିତ ଥିଲେ।

Related Post

ଅକ୍ଷୟ ତୃତୀୟା ଦିବସ ଅବସରରେ ଭୂମିପୂଜନ, ଅଖିମୁଠି ଅନୁକୂଳ ଓ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ

Posted by - May 4, 2022 0
ବୌଦ୍ଧ : (ଚିତ୍ତରଂଜନସିଂ) ଅକ୍ଷୟ ତୃତୀୟା ଦିବସରେ ବୌଦ୍ଧ ଜିଲ୍ଲା ସ୍ତରୀୟ ଚଳିତ ବର୍ଷ ର ଖରିଫ ଚାଷ ପାଇଁ ଭୂମି ପୂଜନ, ବିହନ ଅଖିମୁଠି ଅନୁକୂଳ…

ନୀଳଗିରି ସାମ୍ଭାଦିକ ବିରୁଦ୍ଧରେ ପୋଲିସ ଅମାନବୀୟ କାର୍ଯ୍ୟ.ପ୍ରତିବାଦ ବାରଙ୍ଗ କାର୍ଯ୍ୟରତ ସାମ୍ଭାଦିକ ବିଡିଓ ଦାବିପତ୍ର

Posted by - April 12, 2022 0
ବାରଙ୍ଗ:(ସନ୍ତୋଷ ରାଉତ )ନୀଳଗିରି କନକ ଟିଭି କାର୍ଯ୍ୟ ରତ ସାମ୍ଭାଦିକ ବିରୁଦ୍ଧରେ ପୋଲିସ ର ମାତର୍ଦ୍ଧିକ କାର୍ଯ୍ୟ ଅନୁଷ୍ଠାନ ବିରୁଦ୍ଧରେ ସାରା ଓଡିଶା ରେ ପୋଲିସ ର…

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମନୁପାଲି, କୁ ମୋ ସ୍କୁଲ ରେ ସାମିଲ

Posted by - November 1, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଁ)ସକାଳ ୧୦ ଘଣ୍ଟା ସମୟରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମନୁପାଲି ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ବିଦ୍ୟାଳୟ ର ସମସ୍ତ ଶିକ୍ଷକ ବୃନ୍ଦ,…

ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ନର୍ସ ପଦବୀ ପୂରଣ କରିବା ଦାବିରେ ଆଞ୍ଚଳିକ ବୁଦ୍ଧିଜୀବି ମଞ୍ଚ ପକ୍ଷରୁ ଧାରଣା

Posted by - December 9, 2021 0
ଯାଜପୁର :(ଆନନ୍ଦ ଚନ୍ଦର ସାହୁ )ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ନର୍ସ ପଦବୀ ପୂରଣ କରିବା ଦାବିରେ ଆଞ୍ଚଳିକ ବୁଦ୍ଧିଜୀବି…

ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ବଡ଼ଫେଣି ପଞ୍ଚାୟତରେ ଭୁଶୁଡିଲା ପୋଲ।

Posted by - September 13, 2019 954
ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ବଡ଼ଫେଣି ପଞ୍ଚାୟତରେ ଥିବା ଗଙ୍ଗାହର ନଦୀର ଛାତ୍ରମା-ବଡ଼ସାତଶୋଳ ପୋଲ ବୁଧବାର ଦିନ ସକାଳୁ ଭାଙ୍ଗି ପଡ଼ିଛି। ରାଜ୍ୟ ରାଜପଥ ୧୯ରୁ ପୋଲର…