ଖପ୍ରାଖୋଲ: ୦୬/୦୫( ତାପସ ରଞ୍ଜନ ବେହେରା) ସ୍ଥାନୀୟ ପଞ୍ଚାୟତ ସମିତି ସଭା ଗୃହ ଠାରେ ପୂର୍ବତନ ବିଡ଼ିଓ ରଶ୍ମିରଞ୍ଜନ ରାଉତ ଙ୍କୁ ଶୁକ୍ରବାର ଦିନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ବ୍ଲକ କର୍ମଚାରୀ, ବିଭିନ୍ନ ଅନୁଷ୍ଠାନ ତରଫରୁ ପୁଷ୍ପ ଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ କର୍ମକ୍ଷେତ୍ରରେ ସଫଳତା ପାଇଁ କାମନା କରିଥିଲେ ।
କାର୍ଯ୍ୟକ୍ରମରେ ପାଟଣାଗଡ ଉପ ଜିଲ୍ଲାପାଳ ଡ ବିଜୟାନନ୍ଦ ସେଠି, ବିଡ଼ିଓ ବିଜୟ କୁମାର ହୋତା , ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ସହକାରୀ ଯନ୍ତ୍ରୀ ମହେଶ ଲାଲ ଅଗ୍ରୱାଲ, ବିଭାଜନ ଅଧିକାରୀ ବ୍ରଜ ବନ୍ଧୁ ଠାକୁର , କନିଷ୍ଠ ଯନ୍ତ୍ରୀ ରାଜକିଶୋର ନାଏକ , ସୂର୍ଯ୍ୟ ଭାନୁ ମେହେର , ଦିଲିପ ରାଉତ , ପ୍ରେସ କ୍ଲବ ସଦସ୍ୟ ତାପସ ରଞ୍ଜନ ବେହେରା, ଜ୍ୟୋତି ରଞ୍ଜନ ପଣ୍ଡା, ଉମାକାନ୍ତ ପଧାନ , ରାମାନନ୍ଦ୍ ବେହେରା ପ୍ରମୁଖ ସରକାରୀ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଅଭୟ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।