Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ହରିଶଙ୍କର ମହୋତ୍ସବ ଉଦଯାପିତ,ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ

28 0

ଖପ୍ରାଖୋଲ: ୦୫/୦୫( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ପ୍ରମୁଖ ପର୍ଯ୍ୟଟନ ସ୍ଥଳି ତଥା ତୀର୍ଥ କ୍ଷେତ୍ର ହରିଶଙ୍କର ଠାରେ ଆୟୋଜିତ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ଶୁକ୍ରବାର ଉଦଯାପିତ ହୋଇଯାଇଛି। ପ୍ରଥମ ଦିନରୁ ଅନୁଷ୍ଠିତ ବିଶ୍ଵ ଶାନ୍ତି ମହାଯଜ୍ଞ ଅପରାହ୍ନ ପୂର୍ଣ୍ଣାହୁତି ସହ ଶେଷ ହୋଇଥିବା ବେଳେ ମୁଖ୍ୟ କର୍ତ୍ତା ରୂପେ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ ଓ ପବିତ୍ର ପଟେଲ କାର୍ଯ୍ୟ ସମ୍ପାଦନା କରିଥିଲେ। ପଣ୍ଡିତ ସୁନନ୍ଦ ସାଗର ଯୋଶୀ , ସୁଶାନ୍ତ ଠାକୁର, ଲକ୍ଷ୍ମୀକାନ୍ତ ମିଶ୍ର, ସୁଲଭ ଦାଶ, ସୁରେଶ ପଣ୍ଡା, ତନ୍ମୟ ଦାସ, କୃଷ୍ଣ କାହ୍ନେଇୟା ବେଜ୍ ପ୍ରମୁଖ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପ୍ରତ୍ୟେକ ଦିନ ପାଞ୍ଚଟି ଲେଖାଏଁ କର୍ତ୍ତା ପୂଜା ପାଠ ରେ ସାମିଲ ହୋଇଥିଲେ।

ଏହି ଅବସରରେ ଅନୁଷ୍ଟିତ ମହୋତ୍ସବ ର ଉଦଯାପନୀ ଉତ୍ସବରେ ପାଟଣାଗଡ ଉପ ଜିଲ୍ଲାପାଳ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ ବିଜୟା ନନ୍ଦ ସେଠି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଓ ଏସ ଡି ସି ଏମ ଓ ରଶ୍ମି ରଞ୍ଜନ ରାଉତ ସମ୍ମାନିତ ଅତିଥି ରୂପେ ପାଟଣାଗଡ ଏସ ଡି ପି ଓ ଜ୍ୟୋତିର୍ମୟ ଭୁକ୍ତା , ବେଲପଡା ବିଡ଼ିଓ ଭିକ୍ଟୋର ସୋରେନ , ଖପ୍ରାଖୋଲ ବିଡ଼ିଓ ବିଜୟ ହୋତା , ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର , ବେଲପଡ଼ା ତହସିଲଦାର ପ୍ରଶାନ୍ତି ପ୍ରଧାନ , ପାଟଣାଗଡ ତହସିଲଦାର ଲକ୍ଷ୍ମଣ ମାଝୀ , ଅତିରିକ୍ତ ତହସିଦାର ଧିରଜ କୁମାର ପାତ୍ର , ଖପ୍ରାଖୋଲ ଓ ଆଇ ସି ରମାକାନ୍ତ ସାହୁ , ଖପ୍ରାଖୋଲ ସିଡ଼ିପିଓ ସୁଜାତା ଡୋରା , ଏସ ଡି ପି ଆର ଓ ସଞ୍ଜୀବ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଶାନ୍ତିଶୃଙ୍ଖଳା ସହ ମେଳା ଶେଷ ହୋଇଥିବାରୁ ଅତିଥି ମାନେ କୃତଜ୍ଞତା ଜଣାଇଥିଲେ। କାର୍ଯ୍ୟକ୍ରମ କୁ ଅଧ୍ୟାପକ ବଳଭଦ୍ର ଦାଶ ପରିଚାଳନା କରିଥିବା ବେଳେ ଅଭୟ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ପ୍ରଥମ ମଞ୍ଚରେ ଜଗନ୍ନାଥ ଭଜନ , ବଲାଙ୍ଗିର ନଟରାଜ କଲା ପରିଷଦ , ତମିଆ ରାମଲୀଳା ଏବଂ ଦ୍ଵିତୀୟ ମଞ୍ଚରେ ବଲାଙ୍ଗିର ଦୁଲ ଦୁଲି କଲା ପରିଷଦ , ଅର୍ଚ୍ଚନା ପାଢ଼ୀ ଓ ସାଥି ଙ୍କ ରଙ୍ଗାରଙ୍ଗ ଅର୍କ୍ରେଷ୍ଟା ଓ ଦଣ୍ଡ ନୃତ୍ୟ ପରିବେସଣ ହୋଇଥିଲା । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦର୍ଶକ ଝୁମି ଉଠିଥିଲେ। ପାଞ୍ଚ ଦିନ ଧରି ଚାଲିଥିବା ମହୋସ୍ୱବ ରେ ଭୁଲିଆ ସମାଜ ଓ ଯୁବ କୁଲୁତା ସମାଜ ତରଫରୁ ଅନ୍ନ ଛତ୍ର ଖୋଲା ଯାଇ ଭୋଜନ ବଣ୍ଟନ କରାଯାଇଥିବା ବେଳେ ସାଇ ସଂଗଠନ , ବଜରଙ୍ଗ ଦଳ , ଦଳ ସମାଜ , ବନ ବିଭାଗ, ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ, ତରଫରୁ ଜଳ ଛତ୍ର ଖୋଲି ପାଣି ଦେଇଥିଲେ । ଏହି ଅବସରରେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ବିଭାଗ ତରଫରୁ ବ୍ୟାପକ ପୋଲିସ ମୁତୟନ କରିଥିବା ବେଳେ ଅଗ୍ନି ସମ ବିଭାଗ ତରଫରୁ, ପାନୀୟ ଜଳ, ବିଦ୍ୟୁତ୍ ବିଭାଗ , ବିଭିନ୍ନ ବିଭାଗ ତରଫରୁ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଦେବୋତ୍ତର ବିଭାଗ, ମନ୍ଦିର ପରିଚାଳକ ସବକମିଟି ସଦସ୍ୟ ଉପସ୍ଥିତ ଥିଲେ। ଆଦିନି ବର୍ଷା ଯୋଗୁଁ ଶେଷ ରାତିରେ ମେଳା ପ୍ରଭାବିତ ହୋଇଥିଲା।

Related Post

ହରିଶଙ୍କର ଓ ତେଲେନପାଲି ଠାରେ ସିଆରପିଏଫ୍ ତରଫରୁ ଜନସଂପର୍କ ଶିବିର, ବିଭିନ୍ନ ଉପକରଣ ବଣ୍ଟନ

Posted by - April 1, 2023 0
ଖପ୍ରାଖୋଲ: ୩୧/୦୩(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ହରିଶଙ୍କର ଓ ଖପ୍ରାଖୋଲ ଠାରେ ଅବସ୍ଥାପିତ ସିଆରପିଏଫ ୧୮୯ ଏ ଓ ବି ବେଟେଲିୟାନ ତରଫରୁ ହରିଶଙ୍କର ଓ…

କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ଦହି ସରବତ ବଣ୍ଟନ

Posted by - April 18, 2023 0
କେସିଙ୍ଗା:୧୭/୦୪(ପ୍ରୀତେଶ୍ କୁମାର ପଟେଲ)ଦିନକୁ ଦିନ ବଢି ଚାଲିଛି ଖରା ।ସବୁଦିନ ପାରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ…

ସୁବର୍ଣ୍ଣପୁରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରୋଧାନ ଦିବସ ପାଳନ

Posted by - April 17, 2023 0
ସୁବର୍ଣ୍ଣପୁର;(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଜନତା ଦଳ ସ୍ଥାନୀୟ ଟାଉନ ହଲ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 26 ତମ ତିରୋଧାନ ଦିବସ ପାଳନ…

ନାହିଁ ନାହିଁର ଗାଁ ସୁନାମୁଦି , କିଏ ଛଡାଇବ ସୁନାମୁଦିର କଳଙ୍କ ?

Posted by - November 11, 2022 0
ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ମୂଳରୁ ମାଇପ ନାହିଁ ପୁଅ ନାମ ଗୋପାଳିଆ’ ଏଭଳି ଗପର କାହାଣୀ ପରି ସତ କଥାର ନିଆରା ବିକାଶ ପ୍ରତିଫଳିତ ହୋଇଛି…