Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

କେଲାକଟା ଭୀମ ପାହାଡରେ ଜିଲ୍ଲା ସ୍ତରୀୟ ବୁଦ୍ଧ ଜୟନ୍ତୀ ପାଳିତ

134 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଅନ୍ତର୍ଗତ କେଲାକଟା ସ୍ଥିତ ଭୀମ ପାହାଡରେ ପବିତ୍ର ବୈଶାଖ ପୂର୍ଣ୍ଣିମା ଅବସରରେ ଜିଲ୍ଲା ସ୍ତରୀୟ ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି lଭଗବାନ ଗୌତମ ବୁଦ୍ଧ ରାଷ୍ଟ୍ରୀୟ ଶାନ୍ତି ପରିଷଦ ଆୟୋଜନରେ ବୁଦ୍ଧ ଜୟନ୍ତୀ କମିଟି ଓ ବନ ବିଭାଗ କର୍ମଚାରୀ ଙ୍କ ସହାୟତାରେ ଏକ ସୁସଜ୍ଜିତ ରଥ ବୌଦ୍ଧ ସହର ପରିକ୍ରମା କରି କେଲାକଟା ରେ ପହଂଚି ଥିଲା ।ଏହାପରେ ଭଗବାନ ବୁଦ୍ଧ ଙ୍କ ପ୍ରତିମୂର୍ତ୍ତି ରେ ପୂଜାର୍ଚ୍ଚନା ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

ଏହି ଅବସରରେ କମିଟିର ଉପସଭାପତି ସୁରେଶ ସାହୁ ଙ୍କ ଅଧ୍ୟକ୍ଷତାରେ ଓ ସାମାଜିକ କର୍ମୀ କୃତିବାସ ପଳିଆ ଙ୍କ ସଂଯୋଜନାରେ ଏକ ସାଧାରଣ ସଭା ଆୟୋଜନ ହୋଇଥିଲା l ସଭାରେ ମୁଖ୍ୟ ଅତିଥି ଭାବେ ବୁଦ୍ଧ ଜୟନ୍ତୀ କମିଟିର ସଂଯୋଜକ ସତ୍ୟ ନାରାୟଣ ହୋତା ଯୋଗ ଦେଇ ଭଗବାନ ଗୋୖତମ ବୁଦ୍ଧଙ୍କ 108 ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ତତ୍ ସହିତ ନନ୍ଦନ ବନ ଇକୋ ପାର୍କ ସହିତ ସଂଯୋଗ କରିବା ପାଇଁ ସରକାର ଙ୍କୁ ନିବେଦନ କରିଥିଲେ ।

ଅନ୍ୟତମ ଅତିଥି ଭାବେ ସ୍ଥାନୀୟ ମଥୁରା ସରପଞ୍ଚ ପ୍ରଦୀପ କୁମାର କଂହରଓ ରାଧାନଗର ସରପଞ୍ଚ ଗଣେଶ କୁମାର ବେହେରା ,ସାମାଜିକ କର୍ମୀ ଶଙ୍କର ପ୍ରସାଦ ମିଶ୍ର, କୃତିବାସ ପଳିଆ , ଉପଦେଷ୍ଟା ଶମ୍ଭୁ ପ୍ରାସାଦ ମହାନନ୍ଦିଆ,ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଓ ଆଗାମୀ ଦିନରେ ଏକ ବୁଦ୍ଧ ମହୋତ୍ସବ କରିବା ପାଇଁ ଆଲୋଚନା କରିଥିଲେ । ଶେଷରେ ବାବା ଖଗେଶ୍ବର ବାଣପ୍ରସ୍ତି ଶାନ୍ତିପାଠ କରିଥିବାବେଳେ କମିଟିର ସଦସ୍ୟ ନିରଞ୍ଜନ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ l

Related Post

ଜୁନ ୨୩ ରେ ରହିଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ପ୍ରଶାସକ, ସେବାୟତ, ଭକ୍ତ ସମସ୍ତେ ଚିନ୍ତାରେ

Posted by - April 19, 2020 0
ପୁରୀ:(ସମୀର ରଞ୍ଜନ ନାୟକ)ଆସନ୍ତା ଜୁନ ୨୩ ରେ ରହିଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା | ତାହାର ଅବ୍ୟବହିତ ପୂର୍ବରୁ ଚଳିତ ମାସ ୨୬ ତାରିଖ ଦିନ ଅକ୍ଷୟ…

କରୋନା ପାଇଁ କାମ ବନ୍ଦ କରିଦେବା ପରେ ଏବେ ହାଣ୍ଡିଶାଳ ଚାଉଳଶୂନ୍ୟ

Posted by - March 26, 2020 1,456
ଭୁବନେଶ୍ୱର:କରୋନା ରୋକିବା ପାଇଁ ଭାରତ ସରକାର ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଯେଉଁଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଛଡ଼ା ଅନ୍ୟ ସବୁ ବନ୍ଦ ରହିଛି।କରୋନା ଭୂତାଣୁ ମୁକାବିଲା…

ଦୁର୍ଦଶା ଭୋଗୁଛନ୍ତି ଅସହାୟ ବିଧବା ସୁମିତ୍ରା !!

Posted by - September 10, 2021 0
ବରଗଡ :ବରଗଡ ଜ଼ିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ର ବିଜେପୁର ବ୍ଲକ ଗଣ୍ଡପାଲି ପଞ୍ଚାୟତ ଧୁମାପାଲି ଗ୍ରାମର ସୁମିତ୍ରା ରାୟଙ୍କ ସ୍ୱାମୀ ଆରପାରିକୁ ଚାଲିଗଲା ପରେ ଦୀର୍ଘ…

ଠିକାଦାର ଓ ଅଧିକାରୀଙ୍କ ମିଲି ଭଗତ ରେ ରାସ୍ତା ଉପରେ ରାସ୍ତା ନିର୍ମାଣ

Posted by - November 15, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଗ୍ରାମାଞ୍ଚଳ ରେ ଗମନା ଗମନ ର ବିକାଶ ପାଇଁ ସରକାର ଲକ୍ଷାଧିକ ଟଙ୍କାର ଖର୍ଚ୍ଚ କରୁଥିବା ବେଳେ ତାହା ଠିକ୍ ବାଟ ରେ…

ଅଶୋକ ଦାସ ଫାଉଣ୍ଡେସନ ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ

Posted by - January 13, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସର୍କିଟ ହାଉସ ପରିସରରେ ଅଶୋକ ଦାସ ଫାଉଣ୍ଡେସନ ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଫାଉଣ୍ଡେସନ ର ଅଧକ୍ଷ ଇଂ ସବ୍ୟସାଚୀ…