ଖପ୍ରାଖୋଲ ପୋଲିସ ର ଚଢାଉ ବେଆଇନ କଫ ସିରଫ୍ ରଖିବା ଅଭିଯୋଗ ରେ ପାଞ୍ଚ ଅଭିଯୁକ୍ତ ଗିରଫ

38 0

ଖପ୍ରାଖୋଲ: ୩/୫(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ବେଆଇନ କଫସିରଫ ରାକେଟ୍ସ ଉପରେ ଚଢାଉ କରି ୬୩୯ ବୋତଲ କଫ ଶିରଫ୍ ଜବତ କରିବା ସହ ୫ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତ ମାନେ ବେଳପଡ଼ା ର ଲୋକେଶ ନାଏକ, ଭୂର୍ଶିପାଲି ର ରଞ୍ଜନ ସ୍ୱାଇଁ, ବଲାଙ୍ଗିର ହତିସାଳ ପଡ଼ାର ଶ୍ରୀକାନ୍ତ ବେହେରା, ବରଗଡ଼ ଜିଲ୍ଲା ପଦ୍ମପୁର ର ଦୁର୍ଯୋଧନ ସାହୁ, ସତିଭଟା ଗାଁ ର ଜୟରାମ ତ୍ରିପାଠୀ ବୋଲି ସୂଚନା ଦେଇଛି।

ଅଭିଯୁକ୍ତଙ୍କ ଠାରୁ ନଗଦ ୨୫ ଶହ ଟଙ୍କା ସହ ଦୁଇ ମୋଟର ସାଇକେଲ ଓ ଦୁଇ କାର ଜବତ କରିଥିବା ଜଣାଯାଇଛି। ପୋଲିସ ର ସୂଚନା ଅନୁସାରେ ସକାଳେ ପେଟ୍ରୋଲିଙ୍ଗ କଲାବେଳେ ଖପ୍ରାଖୋଲ ପାଟଣାଗଡ ରାସ୍ତା ବୈଜଲସାଗର ଗାଁ ନିକଟରେ ଏକ କାର ରୁ ଅନ୍ୟ ଏକ କାର କୁ କିଛି ଜିନିଷ ସ୍ଥାନାନ୍ତରିତ କରୁଥିବା ବେଳେ ସନ୍ଦେହ କରି ପଚରାଉଚୁରା ପରେ ତାଙ୍କ ଠାରୁ ବେଆଇନ କଫ ସୀରଫ୍ ଜବତ

 ବେଆଇନ କଫ ସିରଫ କାରବାର ନେଇ ସୂଚନା ପାଇ ଚଢାଉ କରି ୫ ଅଭିଯୁକ୍ତ କୁ ଗିରଫ କରିବା ସହ କଫ ଶୀରଫ ଓ ନଗଦ ଟଙ୍କା, ମୋଟର ସାଇକେଲ ଓ କାର ଜବତ କରିଥିବା ବେଳେ କେସ ନମ୍ବର ୬୧/୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି

Related Post

ତାକୁକ ସ୍ତରୀୟ ଶିଶୁ ଦିବସ ପାଳିତ

Posted by - November 14, 2021 0
ନୂଆପଡା:(ମେଘନାଦ ନାଏକ)ନୂଆପଡା ଜିଲ୍ଲା ଖଡ଼ିଆଳ ତାକୁକ ସ୍ତରୀୟ ଆଇନ ସେବା ସମିତି ଦ୍ୱାରା ମୁକ୍ତାପୁର ସ୍ଥିତ ଗୋଷ୍ଠି ଗୃହ ଠାରେ ଶିଶୁ ଦିବସ ପାଳିତ ହୋଇଯାଇଛି ।…

ପୁରୁଣାକଟକ ଜାତୀୟ ରାଜପଥ ପାର୍ଶ୍ଵ ରେ ଥିବା ଗୋଚର ଜମିରୁ ମୂଲ୍ୟବାନ ଗଛ କାଟିଲେ ଦୁର୍ବୁତ୍ତ

Posted by - June 9, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ପୁରୁଣା କଟକ ସ୍ଥିତ ଜାତୀୟ ରାଜପଥ ପାର୍ଶ୍ଵ ରେ ଥିବା ଗୋଚର ଜମିରୁ ମୂଲ୍ୟବାନ ଗଛ କାଟି କିଛି ଦୁର୍ବୁତ୍ତ…

ଅସନ୍ତୁଷ୍ଟ ଗ୍ରାମବାସୀଙ୍କ ଦ୍ୱାରା ଧର୍ମଗଡ ବିଇଓ କାର୍ଯ୍ୟଳୟ ଘେରାଉ

Posted by - June 5, 2022 0
ଧର୍ମଗଡ: (ହେମନ୍ତ କୁମାର ମାଝୀ) ଧର୍ମଗଡ ବ୍ଲକ ଅନ୍ତର୍ଗତ ବେହେରାଗୁଡା ଗ୍ରାମ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ରେ ଆବଶ୍ୟକତା ଅନୁଯାୟୀ ଶିକ୍ଷକ ନଥିବା ବେଳେ ସ୍କୁଲ କମିଟି…

ଓଡ଼ିଶା ଲେଖିକା ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ

Posted by - July 25, 2022 0
ଯାଜପୁର:ଓଡ଼ିଶା ଲେଖିକା ସଂସଦ ଯାଜପୁର ଶାଖାର ବାର୍ଷିକ ଉତ୍ସବ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି Iଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଓଡିଆ ଭାଷା ସାହିତ୍ୟ ତଥା ସଂସ୍କୃତି ବିଭାଗର ନିର୍ଦ୍ଧେଶକ ରଂଜନ କୁମାର ଦାସ ଯୋଗ ଦେଇ ଆଧୁନିକ ନାରୀ ଙ୍କ ମନରୁ ଖୁସି କମି କମି ଯାଉଛି ଏବଂ  ଆଧୁନିକ ଯୁଗରେ ମୋବାଇଲ ଓ ଟେଲିଭିଜନ୍ ମହିଳା ମାନଙ୍କ ମନରୁ ଖୁସି ଛଡ଼ାଇ ନେଇଛି ବୋଲି କହିଥିଲେ । ଓଡ଼ିଶା ଲେଖିକା ସଂସଦ ଯାଜପୁର ଶାଖାର ସଭାପତି ଶ୍ରୀମତୀ ବିଦ୍ୟୁତଲତା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କଟକ ଶାଖାର ଆବାହକ ରୁମ୍‌ଝୁମ ନାୟକ, ଭୂବନେଶ୍ୱର ଶାଖାର ଉପସଭାପତି ପ୍ରଭା ପଟନାୟକ ଯୋଗ ଦେଇଥିବା ବେଳେ ଆବାହିକା ସଂଯୁକ୍ତା ମହାପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ Iଏହି ଉତ୍ସବରେ ସଂସଦର ମୁଖପତ୍ର ‘ଯଜ୍ଞା’ ସମେତ ବହୁ ପୁସ୍ତକ ଓ ପତ୍ରିକା ଉନ୍ମୋଚିତ ହୋଇଥିଲା ।  

ଶ୍ରମିକ ସ୍ପେଶାଲ ଟ୍ରେନ ରେ ଜନ୍ମିତ ନବଜାତ ଶିଶୁମାନଙ୍କୁ ପୂର୍ବତଟ ରେଳପଥ ଦେବ ଉପହାର

Posted by - June 6, 2020 2,361
ଭୁବନେଶ୍ବର:ଭାରତୀୟ ରେଳବାଇ ଦ୍ୱାରା ଚଳାଚଳ କରୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ ରେ ଶିଶୁ ଜନ୍ମ ହେବା ଖୁସି ଖବର ମିଳୁଛି ।  ଏହା ଭାରତୀୟ ରେଳବାଇ ପାଇଁ…