Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ସରକାରୀ ବସ ଷ୍ଟାଣ୍ଡ କୁ ଆସୁ ନାହି ସରକାରୀ ବସ ,ସ୍ମାର୍ଟ ବସ ଷ୍ଟାଣ୍ଡ କେଉ କାମ କୁ ?

189 0

ଧର୍ମଗଡ:୪/୫(ହେମନ୍ତ କୁମାର ମାଝୀ)ସରକାରୀ ବସ ଷ୍ଟାଣ୍ଡ କୁ ସରକାରୀ ବସ ଆସୁ ନାହିଁ । ଫଳ ରେ ବସ କୁ ଅପେକ୍ଷା କରି ରହିଥିବା ଲୋକେ ହଟ ହଟା ହେବା ସାର ହଉଛି । ଏବେ ଏହା କୁ ନେଇ ସ୍ମାର୍ଟ ବସ ଷ୍ଟାଣ୍ଡ ନିର୍ମାଣ କେଉଁ କାମ କୁ ବୋଲି ଲୋକେ କହୁଛନ୍ତି ।ରାଜ୍ୟ ସରକାର ରାଜ୍ୟ ତମାମ ସହରାଞ୍ଚଳ ମାନଙ୍କ ରେ ଯାତ୍ରୀ ଙ୍କ ସୁବିଧା ପାଇଁ କୋଟି କୋଟି ଟଙ୍କା ବ୍ୟୟ ରେ ସ୍ମାର୍ଟ ଅତ୍ୟାଧୁନିକ ବସ ଷ୍ଟାଣ୍ଡ ସବୁ ନିର୍ମାଣ କରିଛନ୍ତି । ଏହି କ୍ରମ ରେ ଧର୍ମଗଡ ସହର ରେ ଓଡ଼ିଶା ରାଜ୍ୟ ସଡ଼କ ଓ ପରିବହନ ବିଭାଗ ଅଧିନରେ ଥିବା ଏକ ମାତ୍ର ବସ ଷ୍ଟାଣ୍ଡ ର ମଧ୍ଯ ରୂପାନ୍ତରଣ କରାଗଲା ।

ଏଥି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଗଲା । ଗତ ମାର୍ଚ୍ଚ ମାସରେ ମୂଖ୍ୟ ମନ୍ତ୍ରୀ ଏହା ର ଉଦ୍ ଘାଟନ କରିଥିଲେ । ବସ କୁ ଅପେକ୍ଷା କରି ଥିବା ଯାତ୍ରୀ ଙ୍କ ପାଈ ପ୍ରତୀକ୍ଷା କେନ୍ଦ୍ର ଓ ବସିବା ପାଇଁ ଚଉକି ବ୍ୟବସ୍ଥା, ପୁଣି ଥଣ୍ଡା ପବନ ପାଇଁ ପଙ୍ଖା, ପାନୀୟ ଜଳ ପାଈ ଆକ୍ଵଗାର୍ଡ , ପୁରୁଷ ଓ ମହିଳା ଯାତ୍ରୀ ଙ୍କ ପାଇଁ ସ୍ଵତନ୍ତ୍ର ଭାବେ ଶୌଚାଳୟ ନିର୍ମାଣ ସହ ଯାତ୍ରୀ ଙ୍କ ପାଇଁ ଅନ୍ୟାନ୍ୟ ସମସ୍ତ ସୁବିଧା ପ୍ରଦାନ କରାଯାଇଛି । ତେବେ ଏତେ ସୁବିଧା ଥିବା ସତ୍ତ୍ବେ ସରକାରୀ ବସ ଏହି ବସ ଷ୍ଟାଣ୍ଡ କୁ ଆସୁ ନ ଥିବାରୁ ଯାତ୍ରୀ ମାନେ ହଇରାଣ ହେଉଛନ୍ତି । ସୂଚନା ଅନୁଯାୟୀ ନୂଆପଡ଼ା ଠାରୁ କଳାହାଣ୍ଡି ଜିଲ୍ଲା ମୁଖିଗୁଡ଼ା କୁ ଦୁଇଟି ଓଏସଆରଟିସି ର ବସ ଅଲଟରନେଟିଭ ଭାବେ ନିୟମିତ ଚଳାଚଳ କରୁଛି ।

ନୂଆପଡା ଜିଲ୍ଲା ର ଖରୀଆର, ସିନାପାଲି, କୋମନା ଏବଂ କଳାହାଣ୍ଡି ଜିଲ୍ଲା ର ଗୋଲାମୁଣ୍ଡା,ଧର୍ମଗଡ, ଜୁନାଗଡ଼, ମୋଟେର, ଜୟପାଟଣା ସମେତ ଏହି ରାସ୍ତା ରେ ପଡ଼ୁଥିବା ଅନେକ ଛୋଟ ବଡ଼ ଗାଁ କୁ ଯିବା ଆସିବା ପାଈ ଏହି ବସ ହେଉଛି ଏକ ମାତ୍ର ସରକାରୀ ବସ । କିନ୍ତୁ ବସ ଦ୍ବୟ ଉଭୟ ଯିବା ଏଵଂ ଫେରିବା ସମୟ ରେ ବସ ଷ୍ଟାଣ୍ଡ କୁ ନ ଆସି ଦେଢ଼ କିଲୋମିଟର ଦୂର ଚାରିଛକ ଠାରୁ ରାସ୍ତା କାଟି ଚାଲି ଯାଉ ଥିବାରୁ ଯାତ୍ରୀ ଙ୍କୁ ଅନେକ ହଇରାଣ ହେବାକୁ ପଡୁଛି । ଅଯଥା ରେ ଯାତ୍ରୀ ମାନେ ରିକ୍ସା, ଅଟୋ ଭଡା କରି ବସ ଷ୍ଟାଣ୍ଡ କୁ ଯାଉଛନ୍ତି । ତୁରନ୍ତ ପ୍ରଶାସନ ଏହା ଉପରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି।

Related Post

ସରଧାପାଲି ଗ୍ରାମରେ ବନ୍ଧ ଖନନ ବେଳେ ମିଳୁଛି ରତ୍ନ ପଥର ଲାଗିଛି ପ୍ରବଳ ଭିଡ

Posted by - May 14, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ବୌଦ୍ଧ ବ୍ଲକ ଶଗଡା ପଂଚାୟତ ସରଧାପାଲି ଗ୍ରାମରେ ବ୍ଲକ ତରଫରୁ ମନରେଗା ଯୋଜନାରେ ବନ୍ଧ ଖନନ ହେଉଥିବା ପଂଚାୟତ ନିର୍ବାହୀ ଅଧିକାରୀ ରିଲିପି ନାଏକ…

ନବରଙ୍ଗପୁରରେ ଏଫ ଏମ ଟ୍ରାନ୍ସମିଟର ଉଦ୍ଗାଟିତ, କିନ୍ତୁ ନବରଙ୍ଗପୁର ଆକାଶବାଣୀ କଳାକାର ଦୁଃଖିତ

Posted by - April 30, 2023 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ )ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ସାରା ଭାରତରେ ୯୧ ଗୋଟି ୧୦୦ ୱାଟ କ୍ଷମତା ବିଶିଷ୍ଟ ଏଫ ଏମ ଟ୍ରାନ୍ସମିଟର ଆଭାସୀ ମାଧ୍ୟମରେ…

ଚାଷୀ ସଂଗଠନ ର ଆନ୍ଦୋଳନ

Posted by - December 25, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ )ସମ୍ବଲପୁର ଜିଲ୍ଲା ରେ ଚାଷୀ ଙ୍କ ସମସ୍ୟା ସୁଧୁରିବା ର ନା ନେଉନାହି । ସମ୍ବଲପୁର ଜିଲ୍ଲା ର ସବୁ ବ୍ଳକରେ ଚାଷୀ ଙ୍କ…

ଓଡିଶାରେ ପାଦ ରଖିଲା ଓମିକ୍ରନ, ୨ ଆକ୍ରାନ୍ତ ଚିହ୍ନଟ

Posted by - December 22, 2021 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ପୃଥିବୀର ଅନେକ ଦେଶ କରୋନା ର ନୂଆ ପ୍ରଜାତି ଓମିକ୍ରନ ଭାରିଆଣ୍ଟ ଦ୍ଵାରା କବଳିତ ହେବାରେ ଲାଗିଛି। ବହୁଲୋକ…

ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲା ପାଇଁ ତିନି ବରିଷ୍ଠ ସଚିବଙ୍କୁ ଦାୟିତ୍ବ,ଯାଜପୁର ଜିଲ୍ଲା ପାଇଁ ପିକେ ମେହେର୍ଦ୍ଦାଙ୍କୁ ଦାୟିତ୍ୱ

Posted by - April 23, 2020 651
ଭୁବନେଶ୍ୱର: ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଆଦି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। କରୋନା ସଂକ୍ରମଣକୁ କିପରି ରୋକାଯାଇ ପାରିବ, କଣ୍ଟେନମେଣ୍ଟ ଅଞ୍ଚଳରେ କିପରି…