ଖପ୍ରାଖୋଲ: ୨/୫( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ପବିତ୍ର ତୀର୍ଥ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳି ହରିଶଙ୍କର ଠାରେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ସୋମବାର ଆରମ୍ଭ ହୋଇଯାଇଛି । ଏହି ଅବସରରେ ପ୍ରଥମେ ସକାଳୁ ବିଶ୍ଵଶାନ୍ତି ମହାଯଜ୍ଞ ପାଇଁ କଳସ ଶୋଭାଯାତ୍ର ଅନୁଷ୍ଟିତ ହୋଇଥିଲା। ନିକଟ ପାପନାଶିନୀ ଝରଣରୁ ଶ୍ରଦ୍ଧାଳୁ ମାନେ ପବିତ୍ର ବେଦମନ୍ତ୍ର ସହ ଗଙ୍ଗା ଆବାହନ ସହ ଘଣ୍ଟ ଘଣ୍ଟା ର ତାନେତାନେ ଯଜ୍ଞମଣ୍ଡପ ରେ ପହଞ୍ଚିଥିଲେ । ଯଜ୍ଞର ମୁଖ୍ୟ କର୍ତ୍ତା ରୂପେ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ ଓ ପବିତ୍ର ପଟେଲ କାର୍ଯ୍ୟ ସମ୍ପାଦନା କରିଥିବା ବେଳେ କନ୍ଦର୍ପ ସୁଆର , ସାନନ୍ଦ ଠାକୁର, ପଞ୍ଚାନନ ଯୋଶୀ ପ୍ରମୁଖ ସପତ୍ନିକ କର୍ତ୍ତା ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ ।
ଏହି ଅବସରରେ ଭୂଳିସା ସମାଜ ଓ ଯୁବ କୁଲୁତା ସମାଜ ଦ୍ୱାରା ମାଗଣା ଅନ୍ନ ଛାତ୍ର ଉଦଘାଟିତ ହୋଇଥିଲା । ସଂଧ୍ୟାରେ ଆନୁଷ୍ଠାନିକ ଭାବେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ଉଦଘାଟିତ ହୋଇଥିଲା । ମନ୍ଦିର ସମ୍ମୁଖରେ ଆୟୋଜିତ ସଂସ୍କୃତିକ ମଞ୍ଚରେ ପାଟଣାଗଡ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ବିଜୟା ନନ୍ଦ ସେଠି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧାରୁଆ ଯୋଗ ଦେଇ ହରିଶଙ୍କର ବାବା ଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇ ପ୍ରଦୀପ ପ୍ରଜ୍ବଳନ ସହ ଉଦଘାଟନ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ରୂପେ ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ, ସହକାରୀ ଉପ ଜିଲ୍ଲା ପାଲ ହିମାଂଶୁ ଶେଖର ସାମଲ , ପାଟଣାଗଡ ଏନ୍ ଏ ସି ଅଧ୍ୟକ୍ଷା ମାନସୀ ବିଶ୍ଵାଳ , ଏନ ଏ ସି ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମେହେର, ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ଉପାଧ୍ୟକ୍ଷ ଶୁଖିରାମ ସାଣ୍ଡ , ବେଳପଡ଼ା ବ୍ଳକ ଅଧ୍ୟକ୍ଷା ଟିନା କୁମ୍ଭାର , ଉପାଧକ୍ଷ ଦୁର୍ଯୋଧନ କୁମ୍ଭାର ପ୍ରମୁଖ ଯୋଗ ଦେଇ ହରିଶଙ୍କର ମେଳା ସମ୍ପର୍କରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମକୁ ଅଧ୍ୟାପକ ବଲଭଦ୍ର ଦାସ ପରିଚାଳନା କରିଥିବା ବେଳେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସରରେ ଉଦଘାଟନି ଉତ୍ସବ ପରେ ପ୍ରଥମ ମଞ୍ଚ ରେ ପାଟଣାଗଡ ର ଭଜନ ଓ ନୃତ୍ୟ ସୁରସନ୍ଧ୍ୟା ଓ ଫୁଲୁକିମୁଣ୍ଡା ର ସୌଖିନ କଳପରିଷଦ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସେହିପରି ଦ୍ବିତୀୟ ମଞ୍ଚରେ ଟିଟିଲାଗଡ ର ଢାପ ନୃତ୍ୟ, ବଲାଙ୍ଗିର ର କୋଶଳ ଫୋକ୍ ଏକାଡେମୀ ଓ ପାଟଣାଗଡ ର ଝଙ୍କାର ମ୍ୟୁଜିକ ର କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟ କ୍ରମରେ ଦର୍ଶକ ଙ୍କ ମାନମୋହିବା ସହ ଝୁମି ଥିଲେ। ଏହି ଅବସରରେ ମୁଖ୍ୟ ଅତିଥି କୃଷି, ଉଦ୍ୟାନ, ମତ୍ସ୍ୟ, ପ୍ରାଣୀ ସମ୍ପଦ, ସ୍ଵୟଂ ସହାୟକ ଗୋଷ୍ଠୀ, ବିଭିନ୍ନ ବିଭାଗ ଦ୍ଵାରା ପ୍ରଦର୍ଶିତ ପ୍ରଦର୍ଶନୀ ପଡିଆ ଉଦଘାଟିତ ହୋଇଥିଲା। ଏହି ଅବସର ରେ ପାଟଣାଗଡ କୃଷି ଜିଲ୍ଲା ଅଧିକାରୀ ବାବୁଲି ଚରଣ ସେଠୀ, ବି ଏ ଓ ସୁଜିତ କୁମାର ଭୋଇ, ବିଡ଼ିଓ ବିଜୟ କୁମାର ଶତପଥୀ ସମେତ ଦେବୋତ୍ତର କମିଟି ସଦସ୍ୟ, ସବ କମିଟି ସଦସ୍ୟ, ବିଭିନ୍ନ ବିଭାଗୀୟ ଅଧିକାରୀ, ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।