ବୌଦ୍ଧ:୦୨ା୫(ଚିତ୍ତରଞ୍ଜନ ସିଂ )ମଇ ୧ ତାରିଖରେ ସାରା ବିଶ୍ୱରେ ଶ୍ରମିକ ଦିବସ ପାଳନ ଅବସରରେ ବୌଦ୍ଧ ଟାଉନହଲଠାରେ ମହାସମାରୋହରେ ଜିଲାସ୍ତରୀୟ ଆର୍ନ୍ତଜାତିୟ ଶ୍ରମିକ ଦିବସ ଜିଲା ଶ୍ରମ ବିଭାଗ ପକ୍ଷରୁ ପାଳିତ ହୋଇଯାଇଛି । ଉତ୍ସବରେ ମୁଖ୍ୟଅତିଥି ଭାବରେ ପଞ୍ଚାୟତରାତ ଓ ପାନୀୟଜଳ, ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତନ, ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା,ଶ୍ରମିକମାନଙ୍କ ଭୂମିକା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହିତ ଶ୍ରମିକମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟଭଞ୍ଜନ ମଦନ ମୋହନ ପାତ୍ର ,ଡେପୁଟି କଲେକ୍ଟର ଶାଶ୍ୱତ ପ୍ରଧାନ,ଟ୍ରେନିଙ୍ଗ ଅଫିସର ସୁମନ ରାଜା ମହାନ୍ତି ଓ ଜିଲା ଶ୍ରମ ଅଧିକାରୀ ସୁଶାନ୍ତ କୁମାର ପାଇକରାୟ ଯୋଗଦେଇ ଶ୍ରମିକ ଦିବସ ପାଳନର ତାତ୍ପର୍ଯ୍ୟ ଓ ସେମାନଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ ।
ସହକାରୀ ଶ୍ରମ ଅଧିକାରୀ କନ୍ୟାକୁମାରୀ ସାହୁ ଶ୍ରମିକ ଓ ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ସଭା ପରିଚାଳନା କରିଥିଲେ । ଏହି ଅବସରରେ ୨୬ ଜଣ ହିତାଧିକାରୀଙ୍କୁ ଶ୍ରମ କାର୍ଡ ବଣ୍ଟନ କରାଯାଇଥିବାବେଳେ ୧୦ ଜଣଙ୍କୁ ୫୦ ହଜାର ଲେଖାଏଁ ଚେକ ପ୍ରଦାନ କରାଯାଇଥିଲା । ଜିଲାରେ ୬୧୯ ଜଣଙ୍କୁ ବିବାହ ସହାୟତା,୮ ଜଣକୁ ମୃତ୍ୟୁକାଳୀନ ସହାୟତା ଏବଂ ୭ ଜଣକୁ ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ପ୍ରଦାନ ପାଇଁ ମଂଜୁର କରାଯାଇଥିଲା । ୨୦୨୨-୨୩ ଆର୍ଥିକ ବର୍ଷ ସୁଦ୍ଧା ୫୪୪୬୪ ଶ୍ରମିକଙ୍କ ନାମ ପଂଜିକରଣ ହୋଇଥିବାବେଳେ ଗତବର୍ଷ ସୁଦ୍ଧା ୫୦୯୬୯ ଏବଂ ନୂତନ ଭାବରେ ୩୪୯୫ ଜଣ ଶ୍ରମିକ ପଂଜିକୃତ ହୋଇଛନ୍ତି । କାର୍ଯ୍ୟକ୍ରମ ପରିଚାଳନାରେ କାହ୍ନୁଚରଣ ମହାରଣା,ବିଚିତ୍ରା ଦିଗାଲ,ଆର.ବିଜୟ କୁମାର,ସୁଜିତ ଦାଶ,ସୌମ୍ୟରଂଜନ ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ବହୁ ସଂଖ୍ୟାରେ ଶ୍ରମିକ,ଟ୍ରେଡ ୟୁନିୟନର କାର୍ଯ୍ୟକତ୍ତତ୍ତ୍ର୍ା ଏବଂ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।