Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ଜାଲ ନୋଟ କାରବାର ଘଟଣାରେ ଟିଟିଲାଗଡ ପୋଲିସର ଚଢାଉ, ଚାରି ଜଣ ଗିରଫ, କରାଗଲା କୋର୍ଟ ଚାଲାଣ

33 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ଅଞ୍ଚଳରେ ଗୋଟିଏ ଜାଲ ନୋଟ କାରବାରର ଖବର ପାଇ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଟିଟିଲାଗଡ ଏଡିପିଓ ଶ୍ରୀମତି ଅଙ୍କିତା କୁମ୍ଭାର ଥାନାଧିକାରୀ ରଞ୍ଜନ କୁମାର ବରିହାଙ୍କୁ ଅବଗତ କରାଇବା ପରେ ଏକ ସ୍ଵତନ୍ତ୍ର ସ୍କ୍ବାଡ ଗଠନ କରଯାଇଥିଲା ।ରବିବାର ଦିନ ଟିଟିଲାଗଡ ନିକଟସ୍ଥ ନାରେନ ଗ୍ରାମର ଦୁର୍ଗା ମନ୍ଦିର ପଛପଟେ ଏହି ନକଲି ନୋଟ କାରବାରରେ ସଂପୃକ୍ତ ଥିବା ଚାରି ଜଣଙ୍କୁ ଟିଟିଲାଗଡ ପୋଲିସ ଗିରଫ କରିବାରେ ସଫଳ ହୋଇଛି।

ସେମାନେ ହେଲେ ମୁରିବାହାଲ ସିଲେଟ ପଡ଼ାର ଖିରୋଦ ରଣା, କଳାହାଣ୍ଡି ଜିଲ୍ଲା କେ ଗାଁ ର ଛବିଲାଲ ବାଗ, କଳାହାଣ୍ଡି ଜିଲ୍ଲା ତୁର୍ପି ଗ୍ରାମର ତୁରାଙ୍ଗ ବାଗ, କଳାହାଣ୍ଡି ଜିଲ୍ଲା କେ ଗାଁ ର କେଶବ ଭୋଇ। ଏ ନେଇ ଟିଟିଲାଗଡ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଏସଡିପିଓ ଶ୍ରୀମତି ଅଙ୍କିତା କୁମ୍ଭାର ଏହି ଚଢ଼ାଉ କିପରି ହୋଇଥିଲା ସେ ବିଷୟରେ କହିବା ସହ ସେମାନଙ୍କ ଠାରୁ ୧୦.୫୦.୪୦୦ ଟଙ୍କାର ଜାଲ ନୋଟ, ଭାରତୀୟ ଟଙ୍କା ୧.୧୨.୦୨୦, ଚାରୋଟି ମୋବାଇଲ ଫୋନ, ତିନୋଟି ମଟର ସାଇକେଲ ଜବତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏହି ଜାଲ ନୋଟ କାରବାରରେ ଆଉ କିଏ କିଏ ସଂପୃକ୍ତ ସେ ବିଷୟରେ ତଦନ୍ତ ଚାଲୁଛି ଏବଂ ଟଙ୍କା କେଉଁଠୁ, କାହାଠୁ ଅଣା ଯାଉଥିଲା ? କାହାକୁ ଦିଆ ଯାଇଥାନ୍ତା ସେ ବିଷୟରେ ମଧ୍ୟ ଅନୁସନ୍ଧାନ ଜାରି ରହିଥିବା କହିଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ଏଡିପୀଓଙ୍କ ସହ ଥାନାଧିକାରୀ ଶ୍ରୀ ରଞ୍ଜନ କୁମାର ବରିହା ଏବଂ ପୋଲିସ ଟିମ ଉପସ୍ଥିତ ଥିଲେ।

Related Post

ମାଓବାଦୀ ନାଁରେ ଟଙ୍କା ମାଗିବା ଅଭିଯୋଗ ରେ ୨ଜଣ ଗିରଫ

Posted by - April 22, 2023 0
ନର୍ଲା:(ଅମୀୟ କୁମାର ଦାସ)ନର୍ଲା ଥାନା ଅନ୍ତର୍ଗତ ବାଲିସିଙ୍ଗା ପଞ୍ଚାୟତ ଅଧିନସ୍ଥ ବୋରିଙ୍ଗ ପଦର ଗ୍ରାମର ବାସିନ୍ଦା ଡମ୍ବରୂଧର ଗଡତିଆଙ୍କ ଅଭିଯୋଗ ଅନୁଯାୟୀ ଗତ ୧୧ ତାରିଖରେ କେହି…

ଖୋର୍ଦ୍ଧା ରେ ରେ ୩୦ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ,ଦୁଇ ଗିରଫ

Posted by - December 22, 2018 0
ଭୁବନେଶ୍ବର:ବର୍ତ୍ତମାନ ଖୋର୍ଦ୍ଧା ସହର ଓ ଏହାର ଆଖପାଖ ଅଞ୍ଚଳ ବ୍ରାଉସୁଗାର ବେପାରର ପେଣ୍ଠ ସାଜିଛି। ପଶ୍ଚିମବଙ୍ଗ ସୀମାନ୍ତ ଜଳେଶ୍ୱର ଓ ବାଲେଶ୍ୱରରୁ ବ୍ରାଉନ୍‌ସୁଗାର ଖୋର୍ଦ୍ଧାକୁ ଅଣାଯାଉଛି। ସେଠାରୁ…

ପ୍ରେମର ପରିଣତି,ଯୁବତୀଙ୍କୁ ଭିଡିଓ କଲ କରି ଯୁବକଙ୍କ ଆତ୍ମହତ୍ୟା.

Posted by - May 2, 2020 54
ନାଲକୋନଗର:(ମହେଶ ଭୋମରାଜ)ଅନୁଗୋଳ ଜିଲ୍ଲା ନାଲକୋନଗର ଥାନା କୋଲାଡ଼ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ପ୍ରେମରେ ବିଫଳ ହୋଇ ଜଣେ ଯୁବକ ଫ୍ୟାନରେ ଝୁଲି…

ରତାଖଣ୍ଡି ବୀରକିଶୋର ହତ୍ୟାକାଣ୍ଡ ମାମଲା: ଦୀର୍ଘ ୯ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ସିତାରାମ ଦନ୍ତା ଗିରଫ

Posted by - October 24, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବହୁ ଚର୍ଚ୍ଚିତ ଘିକୁଣ୍ଡି ପୂର୍ବତନ ସରପଞ୍ଚ ଅଞ୍ଜଳି ପ୍ରଧାନ ଙ୍କ ସ୍ୱାମୀ ରତାଖଣ୍ଡି ନିବାସୀ ବୀରକିଶୋର ପ୍ରଧାନ ଙ୍କ ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ…

ନୃଶଂସ ସାଜିଲା ସ୍ୱାମୀ,ବିଭତ୍ସ ଭାବେ ହତ୍ୟା କଲା ନିଜ ସ୍ତ୍ରୀ କୁ

Posted by - February 13, 2020 131
ମୟୁରଭଞ:13/02 (ସୀତାରାମ ଦୀକ୍ଷିତ) ନୃଶଂସ ସାଜିଲା ସ୍ୱାମୀ।ବିଭତ୍ସ ଭାବେ ହତ୍ୟା କଲା ନିଜ ସ୍ତ୍ରୀ କୁ। ତେବେ ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ।…