ଛତ୍ରଙ୍ଗ ଗ୍ରାମ ରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଫେଲ,ଅଦିନିଆ ଅସରାଏ ବର୍ଷା ରେ ବେହାଲ ରାସ୍ତା,ଜନପ୍ରତିନିଧି ଓ ପ୍ରଶାସନ ନିରବଦ୍ରଷ୍ଟା

38 0

ବୌଦ୍ଧ: ୩୦/୦୪ (ଚିତ୍ତ ରଞ୍ଜନ ସିଂ ) ସରକାର ପ୍ରତ୍ୟେକ ଗ୍ରାମକୁ ପକା ରାସ୍ତା ସଂଯୋଗ କରିବା ନେଇ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ତିଆରି କରିଛନ୍ତି l ଏପରିକି ଉକ୍ତ ଯୋଜନା ରେ କୋଟି କୋଟି ଟଙ୍କା ବୟକରୁଛନ୍ତି l କିନ୍ତୁ ସରକାର ଙ୍କ ଏଭଳି ମହତ ଯୋଜନା ଟି ସତେ ଯେମିତି ଫେଲ ମାରିଛି   ବାସ୍ତବ ଚିତ୍ର ହିଁ କଥା କହୁଛି l ଏପରିକି ରାସ୍ତା ସମସ୍ୟା ନେଇ ଗ୍ରାମବାସୀ ଯାତାୟତ ରେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଥିବା ବେଳେ ସରକାର ଙ୍କ ଏଭଳି ଯୋଜନା ଆମ ଗ୍ରାମ ପାଇଁ ଅଭିଶାପ ପାଲିଟିଛି ବୋଲି ଗ୍ରାମବାସୀ ଙ୍କ ଭିତରେ ଅଭିଯୋଗ ହେଉଛି l

ସୂଚନା ଥାଉକି ହରଭଙ୍ଗାବ୍ଲକ ଛତ୍ରଙ୍ଗ ପଞ୍ଚାୟତ ର ଖୋଦ ଛତ୍ରଙ୍ଗ ମୁଖ୍ୟ ଗ୍ରାମକୁ ଯିବା ରାସ୍ତା ର ଦୃଶ୍ୟ l ଏହା ପଞ୍ଚାୟତ ର ନାକତଳେ ଏହି ରାସ୍ତା ରହିଥିବା ବେଳେ ନା ଜନ ପ୍ରତିନିଧି ବା ପ୍ରଶାସନ ର ଦୃଷ୍ଟି ପଡୁଛି ରାସ୍ତା ବା ନିର୍ମାଣ ପାଇଁ ଆନ୍ତରିକତା ରହିଛି  ଉକ୍ତ ରାସ୍ତା ନିର୍ମାଣ ପାଇଁ ବହୁଥର ଗ୍ରାମବାସୀ ଅଭିଯୋଗ କରି ଆସୁଥିଲେ ମଧ୍ୟ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l ବର୍ତମାନ ଖରା ଦିନ ହୋଇଥିଲେ ମଧ୍ୟ୍ୟ ଅଦିନିଆ ଅସରାଏ ବର୍ଷା ହେଲେ ରାସ୍ତା ବେହାଲ l

ବର୍ଷା ଦିନ ରେ ତାହାଲେ ରାସ୍ତା ର ଅବସ୍ଥା ନେଇ ସ୍ଥାନୀୟ ଗ୍ରାମବାସୀ କିପରି ଅସୁବିଧା ରେ ସମ୍ମୁଖୀନ ହେଉଥିବା ଏଥିରୁ ହିଁ ଅନୁମେୟ l  ବିଶେଷ କରି ବର୍ଷା ଦିନ ରେ ଯିବା ଆସିବାରେ ଛତ୍ରଙ୍ଗ ଗ୍ରାମର ହରିଜନ ସାହି ,ଚଷା ସାହି ,ଆଦିବାସୀ ସାହି ,ଘା ସି ସାହି ,ଏବଂ ଡ଼ିମିରି ଖୋଲ ଲୋକ ବହୁତ ହଇରାଣ ହେଉଛନ୍ତି ବୋଲି ସ୍ଥନୀୟ ଲୋକେ ଅଭିଯୋଗ କରିଛନ୍ତି lବର୍ତମାନ ଦୁଇ ଦିନ ତଳେ ତିନିଦିନିଆ ଗ୍ରସ୍ତ ରେ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଓରମାସ ଏବଂ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଗୁହା ପୁନମ ତାପସ କୁମାର ତିନି ଦିନିଆଁ ବୌଦ୍ଧଜିଲା ଗସ୍ତରେ ଆସି ଜିଲ୍ଲା ର ବିଭିନ୍ନ ଉନୟୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରି ଫେରିଗଲେ l

କିନ୍ତୁ ଛତ୍ରଙ୍ଗ ମୁଖ୍ୟ ଗ୍ରାମକୁ ଯିବାକୁ ହେଲେ ଏପର୍ଯ୍ୟନ୍ତ ଭଲ ରାସ୍ତା ଖଣ୍ଡିଏ ହୋଇପାରିନାହିଁ l ଏଭଳି ସମସ୍ୟା ଯଦି ସଚିବ ଙ୍କ  ଦୃଷ୍ଟି ଗୋଚର ସହ ସମସ୍ୟା ର ସମୀକ୍ଷା ହେବାର ଆବଶ୍ୟକତା ଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l ତେଣୁ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଗ୍ରାମର ରାସ୍ତା ସମସ୍ୟା ଦୂର କରି ପାରିବେ ବୋଲି ଗ୍ରାମର ରବୀନ୍ଦ୍ର ବେହେରା,ପଙ୍କଜ କଂହର ,ସୁଶାନ୍ତ ସିଂ,ବିମଳ ବେହେରା, ଶୈଳଶୁତ କଂହର ,ରଞ୍ଜନ ମୁଖୀ,ଅଜୟ ପ୍ରଧାନ ଙ୍କ ସମେତ  ଛତରଙ୍ଗ ଗ୍ରାମ ର ହରିଜନ ସାହି ,ଚଷା ସାହି ,ଆଦିବାସୀ ସାହି ,ଘା ସି ସାହି ,ଏବଂ ଡ଼ିମିରି ଖୋଲ ଗ୍ରାମବାସୀ ଦାବୀ କରିଥିବା ଜଣାପଡିଛି l.

Related Post

ନନ୍ଦନକାନନ ରେ ଦୀର୍ଘ ବର୍ଷ ପରେ ଜନ୍ମ ହେଲା ଦୁଇଟି ସିଂଘ ଶାବକ

Posted by - July 21, 2021 0
ଉତ୍ତରଭୁବନେଶ୍ୱର:( ସନ୍ତୋଷ ରାଉତ)ନନ୍ଦନକାନନ କୁ ଆଶିଲା ନୂଆ ଅତିଥି।  ଦୀର୍ଘ ବର୍ଷ ପରେ ନନ୍ଦନକାନନ ରେ ଜନ୍ମ ହେଲା ସିଂଙ୍ଘ ଛୁଆ, ସିଂଘ ମାନଙ୍କ ବଂଶ ବିସ୍ତାର…

ଜଳ କଷ୍ଟ, ପାନୀୟ ଜଳ ନପାଇ RWSS ର କନିଷ୍ଠ ଯନ୍ତ୍ରୀ ଙ୍କୁ ଅଟକ ରଖିଲେ ଗ୍ରାମବାସୀ

Posted by - May 16, 2023 0
ମୁନିଗୁଡା :(ରମାକାନ୍ତ ପୋଡାଳ)ଜଳ କଷ୍ଟ ସହି ନପାରି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମାନେ ପମ୍ପ ହାଉସ ନିକଟର ଗରା ମାଠିଆ ଧରି ଆନ୍ଦୋଳନ ରେ…

ଝାରସୁଗୁଡ଼ା ଠାରେ ପ୍ରତିଷ୍ଠା ହେବ ଇଏସଆଇସିର ଉପ ଆଂଚଳିକ କାର୍ଯ୍ୟାଳୟ

Posted by - December 7, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଗତ ଅଗଷ୍ଟ ମାସ ୨୯ ତାରିଖ ଦିନ ବିଜେପି ରାଜ୍ୟ ସମ୍ପାଦକ ଶ୍ରୀ ଟଙ୍କଧର ତ୍ରିପାଠୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଝାରସୁଗୁଡ଼ା ଠାରେ ଇଏସଆଇସିର ଉପ…

ଧର୍ମଗଡ ପଞ୍ଚାୟତ ସମିତି ବୈଠକ: ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ କୁ ବିରୋଧ

Posted by - December 30, 2022 0
ଧର୍ମଗଡ଼ :(ହେମନ୍ତ କୁମାର ମାଝୀ)ଧର୍ମଗଡ ପଞ୍ଚାୟତ ସମିତି ପକ୍ଷରୁ ଆଜି ଅନୁଷ୍ଠିତ ସମିତି ବୈଠକ ହଟ୍ଟ ଗୋଳ ସହ କକ୍ଷତ୍ୟାଗ ରେ ସମ୍ପନ୍ନ ହୋଇଛି । ବିଡ଼ିଓ…

କୋରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲାରେ ୪୮ ଘଂଟିଆ ସଟ ଡାଉନ

Posted by - April 5, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲାରେ ୪୮ ଘଂଟିଆ ସଟ ଡାଉନ ଚାଲିଛି । ଏହାର ପ୍ରଭାବ ଆଜି ଅନୁଭୁତ ହୋଇଛି ।…