Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

କଲମପୁରରୁ ହାଇଦ୍ରାବାଦକୁ ବସ ସେବା ଆରମ୍ଭ

78 0

କଳାହାଣ୍ଡି : (ନରେନ୍ଦ୍ର ନେଗୀ) କଳାହାଣ୍ଡି ଜିଲ୍ଲା କଲମପୁର ରୁ ଆଜିଠାରୁ ହାଇଦ୍ରାବାଦକୁ ବସ ସେବା ଆରମ୍ଭ ହୋଇଛି l ସଙ୍ଗୀତା ଟୁର ଏଣ୍ଡ ଟ୍ରlଭେଲସର ଘରୋଇ ବସ ନିୟମିତ ଭାବେ କଲମପୁରରୁ ହାଇଦ୍ରାବାଦକୁ ଚାଲିବ ବୋଲି ବସ ଦାୟିତ୍ୱରେ ଥିବା ମେନେଜର ସୂଚନା ଦେଇଛନ୍ତି lସୂଚନାନୁଯାୟୀ ଏହି ବସ କଲମପୁରରୁ ଅପରାହ୍ନ ୧.୪୫ ମିନିଟ ସମୟରେ ବାହାରି ଜୁନାଗଡ଼, ମୋଟେର, କୋକସରା, ଆମପାଣି, ନବରଙ୍ଗପୁର, ଜୟପୁର, ମାଲକାନଗିରି, ଭଦ୍ରାଚଲମ ଦେଇ ହାଇଦ୍ରାବାଦରେ ସକାଳ ୮ ଘଣ୍ଟାରେ ପହଞ୍ଚିବ l

ପୂର୍ବରୁ ହାଇଦ୍ରାବାଦକୁ କଲମପୁରରୁ ସିଧା ବସ ସେବା ନ ଥିବାରୁ ଅଂଚଳବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ l ଏହି ବସ ଚାଲିବା ଫଳରେ ଅଂଚଳବାସୀ ସିଧା ସଳଖ ହାଇଦ୍ରାବାଦକୁ ଯିବା ଆସିବାପାଇଁ ସୁବିଧା ପାଇ ପାରିବେ l ବସ ସେବା ଆରମ୍ଭ ହେବା ସମୟରେ କଲମପୁର ବସ ଷ୍ଟାଣ୍ଡ ନିକଟରେ ନବୀନ ପଣ୍ଡା, ପୋଲିସ ଏ ଏସ ଆଇ ଶେଖର ଜେନା, ଚେରୁ ନାଏକ, ଘନ ଶ୍ୟାମ ନାଏକ, ପବିତ୍ର ସାହୁ, ଅମୀର ଅଲ୍ଲୀ ଏବଂ ଜନ ସାଧାରଣ ଏବଂ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ l ପୂଜାର୍ଚନା ପରେ ପ୍ରଥମ ଥରପାଇଁ କଲମପୁରରୁ ହାଇଦ୍ରାବାଦ ଅଭିମୁଖେ ବସ ଯାତ୍ରା କରିଥିଲା l

Related Post

ଖପ୍ରାଖୋଲରେ ବ୍ଲକ ସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ

Posted by - January 27, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ କାର୍ଯ୍ଯାଲୟ ପରିଷରରେ ବ୍ଲକ ସ୍ତରିୟ ଗଣତନ୍ତ୍ର ଦିବସ ବୁଧବାର ପାଳିତ ହୋଇ ଯାଇଛି। କୋଭିଡ କଟକଣା ମଧ୍ଯ ରେ ପାଳିତ…

ଗୁମିଗୁଡ଼ା ଠାରେ ମା ମାଣିକେଶ୍ବରୀଙ୍କ ଅଗ୍ନି ପରୀକ୍ଷା ଯାତ୍ରା ଅନୁଷ୍ଠିତ

Posted by - April 8, 2023 0
ମୁନିଗୁଡା :(ରମାକାନ୍ତ ପୋଢଳ )ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ କୁଟ୍ରାଗଡ ପଞ୍ଚାୟତ ର ଅଧୀନ ଗୁମିଗୁଦା ଠାରେ ମା ମାଣିକେଶ୍ବରୀ ଅଗ୍ନି ପରୀକ୍ଷା ଯାତ୍ରା…

ଟିଟିଲାଗଡ ପୌରପରିଷଦରେ ଆଗାମୀ ବର୍ଷା ଦିନକୁ ଆଗରେ ରଖି ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ

Posted by - May 27, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)  ଆଗକୁ ବର୍ଷା ଦିନ ଆସୁଥିବାରୁ ନାଳ ପାଣି ନିଷ୍କାସନ ହେବାରେ ଯେପରି ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖିନ ନ ହେବେ ଏବଂ…

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ଯୁବ ସଂସ୍କାର କାର୍ଯ୍ୟକ୍ରମ

Posted by - May 28, 2022 0
ନବରଙ୍ଗପୁର: (ବେଣୁ ଗୋପାଳ ରାଓ) ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ପରିସର ରେ ଓଡିଶା ସରକାର ଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁସାରେ ଯୁବ ସଂସ୍କାର…