ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ) ଶ୍ମସାନରେ ଜଳୁଛି ଯୁଇ । ଗୋଟିଏ ନୁହେଁ ଦୁଇ ଦୁଇଟିର ଯୁଇ । ତାହା ପୁଣି ଦୁଇ ବାପ ପୁଅଙ୍କ । ବାପ ହେଲେ ଆଦି ସା ଓ ପୁଅ ହେଲେ ଆର୍ତତ୍ରାଣ ସା । ଗତକାଲି ପୁଅ ବାପାଙ୍କ ଦେହ ଭଲ କରିବାକୁ ବଲାଙ୍ଗୀର ଭିମଭୋଇ ମେଡିକାଲକୁ ଯାଇଥିଲେ, ବାପ ଓ ପୁଅ ହେଲେ ଦୁହେଁ ଶବ ହୋଇ ଘରକୁ ଫେରିଲେ । ଏମିତି ଏକ ଦୁଖଦ ଖବର ଆସିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଚଂଳ ପରିଷଦରୁ । ବାପା ଆଦିଙ୍କ ଦେହ ଭଲ ନଥିବାରୁ ପୁଅ ବାପାଙ୍କୁ ନେଇ ବଳାଙ୍ଗିର ମେଡିକାଲକୁ ଯାଇଥିଲେ । ସେଠାରେ ବାପାଙ୍କୁ ବେଡକୁ ନେଇ ଯାଉଥିବା ବେଳେ ପୁଅ ଆର୍ତତ୍ରାଣଙ୍କୁ ଭଲ ଲାଗୁନି ବୋଲି କହିଥିଲେ ଓ ସେଠାରେ ହିଁ ତାଙ୍କର ପ୍ରାଣ ବାୟୁ ଉଡି ଯାଇଥିଲା । ଏହି ଘଟଣା କୁ ଦେଖି ବାପା ଆଦିଙ୍କ ମଧ୍ୟ ସେଠାରେ ପ୍ରାଣବାୟୁ ଉଡିଯାଇଥିଲା । ଏହିପରି ଏକ ଦୁଖଦ ଘଟଣା ପାଇଁ ତରଭା ଅଚଂଳରେ ଶୋକର ଛାୟା ଖେଳିଯାଇଛି ।