Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଟିଟିଲାଗଡ ଗୋବିନ୍ଦ ବଟିକା ଠାରେ ପ୍ରଧାନମନ୍ତ୍ରୀଙ୍କ ୧୦୦ ତମ ମନ କି ବାତ କାର୍ଯ୍ୟକ୍ରମ ଅନଷ୍ଠିତ

46 0

ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ବଲାଙ୍ଗିର ସାଂସଦ ଶ୍ରୀମତି ସଂଗୀତା ସିଂ ଦେଓଙ୍କ ନେତୃତ୍ବରେ ପ୍ରଧାନମନ୍ତ୍ରୀଙ୍କ ୧୦୦ ତମ ମନ କି ବାତ କାର୍ଯ୍ୟକ୍ରମ ଟିଟିଲାଗଡ ଗୋବିନ୍ଦ ବଟିକା ଠାରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମେ ବିଜେପି ନଗର ସଭାପତି ଶ୍ରୀ ପ୍ରଶାନ୍ତ ଷଡ଼ଙ୍ଗୀ ସମସ୍ତଙ୍କୁ ସ୍ଵାଗତ ପ୍ରଦାନ କରିବା ପରେ ମନ କି ବାତ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଶ୍ରୀବତ୍ସ ବେହେରାଙ୍କୁ ମଞ୍ଚ ପରିଚାଳନା ପାଇଁ ଦାୟିତ୍ଵ ପ୍ରଦାନ କରିଥିଲେ। ତାପରେ ସାଂସଦ ଶ୍ରୀମତି ସଂଗୀତା ସିଂ ଦେଓ ନିଜର ଅଭିଭାଷଣ ପ୍ରଦାନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମର ପ୍ରଭାବ କଣ ରହିଛି କହିବା ସହ କୋଟି କୋଟି ଲୋକଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମକୁ ଆଦୃତ ହୋଇଥିବା ସେ କହିଥିଲେ।

୧୧ ଟା ସମୟରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଅବସରରେ ଆଜିର ଏହି ସଫଳତା ପାଇଁ ଦେଶବାସୀଙ୍କୁ ଶ୍ରେୟ ଦେବା ସହ ଏହା ଜନ ଆନ୍ଦୋଳନରେ ପରିଣତ ହୋଇ ଥିବା କହିଥିଲେ। ୩ ଅକ୍ଟୋବର ୨୦୧୪ ବିଜୟା ଦଶମୀ ଦିନ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଲୋକଙ୍କ ଭଲ ଗୁଣ, କଳା, ସଂସ୍କୃତିର ଆଦାନ ପ୍ରଦାନ ସଦୃଶ। ପ୍ରତି ମାସରେ ଲୋକ ପଠାଉଥିବା ହଜାର ହଜାର ଚିଠି ପଢେ, ଯଦ୍ୱାରା ବହୁତ କିଛି ଜାଣିପାରେ। କେଉଁ ସ୍ଥାନରେ ଲୋକ ଜଳ ସଂରକ୍ଷଣ କରୁଛି, କିଏ ଲୋକଙ୍କୁ ଖାଇବାକୁ ଦେଉଚି, କିଏ କିଏ ସମାଜସେବା କରି ଲୋକଙ୍କୁ ସେବା ପ୍ରଦାନ କରୁଚି ଜାଣିବାକୁ ପାଇଛି। ହରିୟାଣାର ସୁନିଲ ଯାଲାନଙ୍କ ଠାରୁ ଶିଖିବାକୁ ପାଇବା ସହ ସେଲଫି ଉଇଥ ଡଟର ଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି କହିବା ସହ ତାଙ୍କ ସହ କଥା ମଧ୍ୟ ହୋଇଥିଲେ।

ଛତିଶଗଡର ଏସ ଏଚ ଜି ମହିଳା ମାନଙ୍କ ଦ୍ବାରା ସ୍ବଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ମନ୍ଦିର ଏବଂ ଗ୍ରାମକୁ ସଫା ସୁତୁରା ରଖିଥିବାରୁ ତାଙ୍କ କାମକୁ ପ୍ରଶଂସା କରିଥିଲେ, ତାମିଲନାଡୁର ଆଦିବାସୀ ମହିଳା ମାନେ କିପରି ନଦୀ ମାନଙ୍କୁ ପୁନର୍ଜୀବିତ କଲେ କହିଥିଲେ, ଜମ୍ମୁ କାଶ୍ମୀରର ମଞ୍ଜୁର ଏହମଦଙ୍କ ସହ ଫୋନରେ କଥା ହୋଇ ସେ କିପରି ଆଜି ଦୁଇଶହ ଲୋକଙ୍କୁ ରୋଜଗାର ଦେଲେ ପଚାରିବା ସହ ତାଙ୍କ ବ୍ୟବସାୟ ପାଈଁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଭୋକଲ ଫର ଲୋକାଲ କନସେପ୍ଟ ପାଇଁ ନିଜ ଅଞ୍ଚଳରେ ଲୋକ ରୋଜଗାର ପାଇ ପାରୁଛନ୍ତି ବୋଲି କହିଥିଲେ। ଦେଶର କୋଣ ଅନୁକୋଣରେ ଥିବା ପ୍ରତିଭା ତଥା ସମାଜ ପାଇଁ ସେବା ପ୍ରଦାନ କରୁଥିବା ବିଭିନ୍ନ ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିବା ସହ ସେମାନଙ୍କୁ ଅନ୍ୟ ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ସ୍ଵରୂପ ବୋଲି କହିଥିଲେ, ସଦଭାବନା, ସେବା ଭାବନାର ବାର୍ତ୍ତା ବହ ସାଜି ଆଜି ମନ କି ବାତ କାର୍ଯ୍ୟକ୍ରମ ସାରା ଦେଶରେ ଲୋକଙ୍କ ସ୍ୱର ଭଳି କାମ କରୁଛି।

ଏହି ଅବସରରେ ବଲାଙ୍ଗିର ଜିଲ୍ଲାର ବିଶିଷ୍ଟ ପ୍ରତିଭା ପଦ୍ମଶ୍ରୀ ଶ୍ରୀଯୁକ୍ତ ନରସିଂହ ପ୍ରସାଦ ଗୁରୁ, ଡ ଲିଲାଧର ଶର୍ମା, ଜଦୁବସୁ ଛତର, ଫୁଟବଲ ଖେଳାଳି ହରି ଥପା, ସାମ୍ବାଦିକ ଜଗଦୀଶ ଜୈନ, ଲୁଥୁରବନ୍ଧର ଆଧୁନିକ ଚାଷୀ ଲାଲ ଚାନ୍ଦ ମାଝୀ , ବିଶିଷ୍ଟ ସମାଜସେବୀ ଭାବେ ଗୋପାଳ ଲାଠ ଏବଂ ଲଳିତା ଲାଠ, ଆନ୍ତର୍ଜାତିକ କବିୟତ୍ରି ଶ୍ରୀମତି ବବି ଜୈନଙ୍କୁ ବିଶେଷ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅଞ୍ଚଳର ବିଶିଷ୍ଟ ପ୍ରତିଭା ଭାବେ ଗୋଳାବାରୁଦ କାରଖାନାରେ ଜେନେରାଲ ମ୍ୟାନେଜର ପ୍ରଦିପ କୁମାର ଦାସ, ସମାଜସେବୀ ଆରତି ସାହୁ, ପୌର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବି ଜୈନ, ପୌରନିର୍ବାହୀ ଅଧିକାରୀ ଶ୍ରୀ ବିପିନ ଦିପ, ତହସିଲଦାର ଡ ଲଳିତ ବାଗ, ଡ ଘନଶ୍ୟାମ ଜୈନ, ଓକିଲ ସଙ୍ଘର ସଭାପତି ଶ୍ରୀ କୃଷ୍ଠ ଚନ୍ଦ୍ର ସାହୁ, ଡି ଏ ଭି ମହାବିଦ୍ୟାଳୟର ପୁର୍ବତନ ଅଧ୍ୟକ୍ଷ ଡ଼ ଛାୟା କାନ୍ତ ଷଡ଼ଙ୍ଗୀ, ମାରୱାଡ଼ି ଯୁବା ମଞ୍ଚର ରିଙ୍କୁ ଅଗ୍ରୱାଲ, ଜିଲ୍ଲା ସାମ୍ୱାଦିକ ସଂଘର ସଭାପତି ଶ୍ରୀ ଶିବ ପରିଡାଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସାଂସଦ ସମ୍ମାନିତ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ମୁକେଶ ଜୈନ।

 

Related Post

ରୋଟାରୀ କ୍ଲବ ପରିସରରେ ମଧୁସଙ୍ଗୀତମ ଅନୁଷ୍ଠାନର ଚତୁର୍ଥ ବାର୍ଷିକ ଉତ୍ସବ

Posted by - April 10, 2023 0
ଯାଜପୁର:ଯାଜପୁର ଅମ୍ବିକାଇ ସ୍ଥିତ ରୋଟାରୀ କ୍ଲବ ପରିସରରେ ମଧୁସଙ୍ଗୀତମ ଅନୁଷ୍ଠାନର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଆୟୁକ୍ତ ଭୂଲେଖ ଓ…

ଆକ୍ସିସ ବ୍ୟାଙ୍କ ପକ୍ଷରୁ ମୋବାଇଲ ଏଟିଏମ୍ ଭ୍ୟାନ ସେବା

Posted by - May 9, 2020 1,036
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲାରେ କରୋନା ପାଇଁ ବିଭିନ୍ନ ଅଂଚଳକୁ କଣ୍ଟେନ୍‌ମେଣ୍ଟ ଅଂଚଳ ଭାବେ ଘୋଷଣା କରାଯାଇଛି । ଜିଲ୍ଲାରେ ବାହାରୁଥିବା ପଜିଟିଭି କେଶ…

ପ୍ରାକୃତିକ ବିପର୍ଯ୍ୟୟ ର ସଫଳ ମୁକାବିଲା ପାଇଁ ମକ ଡ୍ରିଲ

Posted by - June 19, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ପ୍ରାକୃତିକ ବିପର୍ଯ୍ୟୟ ର ସଫଳ ମୁକାବିଲା କିପରି କରାଯାଇପାରିବ, ଜିଲ୍ଲା/ବ୍ଲକ/ବନ୍ୟା ଆଶ୍ରୟ ସ୍ଥଳୀ ସ୍ତରୀୟ ମକ ଡ୍ରିଲ ଆଜି ଅନୁଷ୍ଠିତ ହୋଇଯାଇଛି ।…