ଜଙ୍ଗଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର

283 0

ରଡା ବ୍ଲକ ଅଧିନ ଭାଲିଡିହା ପଞ୍ଚାୟତ  କେନ୍ଦୁଛାଟିଆ  ଜଙ୍ଗଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର।ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର । ଗାଁର ଲୋକମାନଙ୍କ ମଧ୍ୟରୁ କିଏ  ଧାନବିଲରୁ ଫେରୁଥିବା ସମୟରେ ତୋ କିଏ ଜଙ୍ଗଲକୁ ଡାଳପତ୍ର ସଂଗ୍ରହ କରିବାକୁ ଯାଉଥିଲା ବେଳେ ଏକ ଛୋଟପିଲାର କାନ୍ଧ ଶୁଣି ଜଙ୍ଗଲ ଆଡକୁ ଯାଇ ଦେଖିଥିଲେ , ଗୋଟିଏ ନବଜାତ ଶିଶୁକନ୍ୟା କାନ୍ଦୁଥିବାର । ସଙ୍ଗେ ସଙ୍ଗେ ସ୍ଥାନୀୟ ଆଶାକର୍ମୀ ରାଜ ବାସ୍କେ ଙ୍କ ସହାୟତାରେ ଗ୍ରାମବାସୀମାନେ ଶିଶୁ କନ୍ୟାକୁ ଉଦ୍ଧାର କରି ବାରମାଇଲ ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇଥିଲେ ।

ବାରମାଇଲ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛି ଶିଶୁ କନ୍ୟା । ଉଦ୍ଧାର ଶିଶୁକନ୍ୟାର ସ୍ୱାସ୍ଥ୍ୟ ପରୀକ୍ଷା ପରେ ସ୍ୱାଭାବିକ ରହିଥିବା ଡାକ୍ତରଖାନା ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି।  ତେବେ ସରକାରଙ୍କ ବେଟି ବଞ୍ଚାଅ ବଟି ବଢାଅ ର ନାରା ଗାଁରେ ଏବେବି ଅପହଞ୍ଚ ଥିବାବେଳେ ସ୍ଥାନୀୟ ଗ୍ରାମବାସୀଙ୍କ ଉଦ୍ୟମରେ ଉଦ୍ଧାର ନବଜାତ ଶିଶୁକନ୍ୟାର ଜୀବନ ବଞ୍ଚି ଯାଇଥିବାରୁ ସାଧାରଣରେ ବେଶ ପ୍ରଶଂସା  କରାଯାଇଥିବା ଦେଖାଯାଇଛି ।

Facebook Notice for EU! You need to login to view and post FB Comments!

Related Post

ବିଜେଡି ର ନିର୍ବାଚନମଣ୍ଡଳୀ ସ୍ତରୀୟ ସମୀକ୍ଷା ବୈଠକ ,ନମ୍ୱର୍ ୧ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା

Posted by - January 25, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ସମଗ୍ର ଭାରତ ବର୍ଷରେ ଥରେ ନୁହେଁ, ଦୁଇ ଥର ନୁହେଁ, ତିନି ତିନି ଥର ଏକ ନମ୍ୱର୍ ମୁଖ୍ୟ ମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି,…

ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ ପକ୍ଷରୁ ଜିଲାପାଳଙ୍କୁ ଏକ ଦାବୀ ପତ୍ର 

Posted by - October 20, 2021 0
ଯାଜପୁର:ବିଭିନ୍ନ ଦାବୀ ନେଇ ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଯାଜପୁର ଜିଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି I ଏହି କର୍ମଚାରୀ ମାନେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା,ନିରାମୟ,ନିଦାନ ଭଳି ଯୋଜନା ପାଇଁ କାର୍ଯ୍ୟକରୁଛନ୍ତିIଗତ ୧୫ ବର୍ଷ ଧରି ଏହି କର୍ମଚାରୀ ମାନେ କାମ କରିଆସୁଥିଲେ ମଧ୍ୟ ଏମାନଙ୍କର ସମସ୍ୟା ପ୍ରତି ରାଜ୍ୟସରକାର ସଂପୁର୍ଣ୍ଣ ଆଖିବୁଜିଦେଇଛନ୍ତି ।  ଏହି କର୍ମଚାରୀ ମାନଙ୍କୁ ସ୍ୱତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ,କୋଭିଡ ପାଇଁ ବିନା ଛୁଟିରେ କାର୍ଯ୍ୟକରୁଥିବାରୁ ପ୍ରତି ୩ ମାସରେ ଥରେ ଅଧିକ ଏକ ମାସର ଆର୍ଥିକ ପୋତ୍ସାହନ ସହିତ ସ୍ଥାୟୀ ନିଯୁକ୍ତି କରିବା ଆଦି ଦାବୀ କରି ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଦାବି ଗୁଡିକ ପ୍ରତି ତୁରନ୍ତ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସଂଘ ପକ୍ଷରୁ ଦାବୀ କରାଯାଇଛି । Facebook Notice for EU! You need to login to view and post FB Comments!

ମହାକାଶକୁ ଯିବେ ବଲାଙ୍ଗୀର ପୁଅ ଓ୍ୱିଙ୍ଗ୍ କମାଣ୍ଡର ନିଖିଳ ରଥ

Posted by - September 8, 2019 0
ବଲାଙ୍ଗିର: ଦେଶର ବହୁ ପ୍ରତୀକ୍ଷିତ ଗଗନଯାନ ପ୍ରକଳ୍ପରେ ସାମିଲ ହୋଇପାରନ୍ତି ଓଡ଼ିଆ ବାୟୁସେନା ଅଧିକାରୀ ଓ୍ୱିଙ୍ଗ୍ କମାଣ୍ଡର ନିଖିଲ ରଥ। ବଲାଙ୍ଗିରର ବିଶିଷ୍ଟ ଆଇନଜୀବୀ ଅଶୋକ ରଥଙ୍କ…

ନେଉଳ ଖାଉଥିବା ଅବସ୍ତାରେ ନବଜାତ ଶିଶୁ ପୁତ୍ର ଉଦ୍ଧାର କଲେ ଗ୍ରାମ ବାସୀ

Posted by - May 2, 2021 0
ବାରଙ୍ଗ:(ସନ୍ତୋଷ ରାଉତ ) ନେଉଳ ଖାଉଥିବା ଅବସ୍ତାରେ ନବଜାତ ଶିଶୁ ପୁତ୍ର କୁ ଉଦ୍ଧାର କଲେ ଗ୍ରାମ ବାସୀ, ଆଜି ସକାଳ ୮ ସମୟରେ, କଳାରାହାଙ୍ଗ ଗ୍ରାମର ଜଳେଶ୍ବର…

Leave a comment

Your email address will not be published.