ନବରଙ୍ଗପୁରରେ ଏଫ ଏମ ଟ୍ରାନ୍ସମିଟର ଉଦ୍ଗାଟିତ, କିନ୍ତୁ ନବରଙ୍ଗପୁର ଆକାଶବାଣୀ କଳାକାର ଦୁଃଖିତ

88 0

ନବରଙ୍ଗପୁର:( ବେଣୁ ଗୋପାଳ ରାଓ )ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ସାରା ଭାରତରେ ୯୧ ଗୋଟି ୧୦୦ ୱାଟ କ୍ଷମତା ବିଶିଷ୍ଟ ଏଫ ଏମ ଟ୍ରାନ୍ସମିଟର ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ କୋରାପୁଟ, ଜୟପୁର ସମେତ ନବରଙ୍ଗପୁରରେ ମଧ୍ୟ ଗୋଟିଏ ଏଫ ଏମ ଟ୍ରାନ୍ସମିଟର ଉଦ୍ଘାଟିତ ହୋଇଯାଇଛି, ଏଇ କାର୍ଯ୍ୟକ୍ରମ ବେଳେ ନବରଙ୍ଗପୁର ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତଥା ସଂଗୀତ ଓ ନାଟକ କ୍ଷେତ୍ରରେ ପ୍ରତିଷ୍ଠିତ କଳାକାର ମାନେ ଉପସ୍ଥିତ ଥିଲେ । ନବରଙ୍ଗପୁର ଜିଲ୍ଲା ପାଇଁ ଏଫ. ଏମ. ଟ୍ରାନ୍ସମିଟର ସ୍ଥାପନ କରାଯାଇଥିଲେ ମଧ୍ୟ ଏହା ଦ୍ୱାରା ଶ୍ରୋତା କେବଳ ବିବିଧ ଭାରତୀ ଶୁଣିପାରିବେ, ଏହା ଛଡା ଆକାଶବାଣୀ ଦ୍ୱାରା ପ୍ରଚାରିତ ଆଞ୍ଚଳିକ ଓଡ଼ିଆ ସାହିତ୍ୟ, ସଙ୍ଗୀତ ତଥା ସଂସ୍କୃତି ଭିତ୍ତିକ କୌଣସି କାର୍ଯ୍ୟକ୍ରମ ପ୍ରଚାରିତ ହେଇ ପାରୁ ନ ଥିବାରୁ ନବରଙ୍ଗପୁର କଳାକାର ମହଲରେ ତିବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାର ଆକାଶବାଣୀ କଳାକାରଙ୍କୁ ନେଇ ସ୍ଥାନୀୟ ଚୈତନ୍ୟ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । କୋରାପୁଟ ଓ ମାଲକାନଗିରିରେ ଆଞ୍ଚଳିକ ଓଡ଼ିଆ ସାହିତ୍ୟ, ସଙ୍ଗୀତ ତଥା ସଂସ୍କୃତି ଭିତ୍ତିକ କାର୍ଯ୍ୟକ୍ରମ ଉପଲବ୍ଧ ହେଉଥିବା ବେଳେ ନବରଙ୍ଗପୁରକୁ ଏପରି ଓଡିଆ କାର୍ଯ୍ୟକ୍ରମ ଶୁଣିବାରୁ ବଞ୍ଚିତ କରାଯାଇ ଥିବାରୁ ସଭାରେ ସମସ୍ତ କଳାକାର କ୍ଷୋଭ ପ୍ରକାଶ କରିଛନ୍ତି।

ଏହି ବିଷୟ ନେଇ ଏକ ଦାବିପତ୍ର ପ୍ରଧାନମନ୍ତ୍ରୀ ତଥା ପ୍ରସାରଣ ମନ୍ତ୍ରୀଙ୍କୁ ଦିଆଯିବ ବୋଲି ସର୍ବସମ୍ମତ କ୍ରମେ ନିଷ୍ପତ୍ତି ନିଆଗଲା। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଳାକାର ତଥା ନିର୍ଦେଶକ ଗୋକୁଳ ଚନ୍ଦ୍ର ଖାଡ଼ଙ୍ଗା, ଗାୟକ ସୁରେଶ ଚନ୍ଦ୍ର ମିଶ୍ର,ବିଜୟ ପାଣିଗ୍ରାହୀ, ସଙ୍ଗୀତ ଗୁରୁ ବାଲାଜୀ କିଶୋର ରାୟ, ପ୍ରଦୀପ କୁମାର ମିଶ୍ର, ସୁକୁମାର ସୁନା, ଯୁଗଳ ତ୍ରିପାଠୀ,ଟେଲି ଫିଲ୍ମ ନିର୍ଦେଶକ ମୋନଜ କୁମାର ପଟ୍ଟନାୟକ ସମେତ ସମସ୍ତ ଆକାଶ ବାଣୀ କଳାକାର ଉପସ୍ଥିତ ଥିଲେ।

 

Related Post

ଦିନକରେ କରୋନାରେ ୬୬ ମୃତ,ପୁଣି ବଢିଲା ଆର୍ ଭ୍ୟାଲୁ,ତୃତୀୟ ଲହରୀ ସୁନିଶ୍ଚିତ

Posted by - July 18, 2021 0
ଭୁବନେଶ୍ବର:ଦେଶରେ କିଛି ଦିନ ତଳେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଏବେ ପୁଣି ୪୦ ହଜାର ଅତିକ୍ରମ କରୁଛି। ଦେଶରେ ଦିନକରେ ଆଉ ୪୧,୧୫୭ ନୂଆ…

ହାତରୁ ଖର୍ଚ୍ଚକରି ସ୍ମାର୍ଟ ସିଟିରେ ହେଲା ରାସ୍ତାକାମ

Posted by - August 8, 2021 0
ଭୁବନେଶ୍ବର:(ସ୍ୱରୂପ ଦାସ)ଅନେକ ଥର ପ୍ରଶାସନ ତଥା ମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ସରକାର ଓ ପ୍ରଶାସନର ମଧୁଚନ୍ଦ୍ରିକା ଖେଳରେ ଜନସାଧାରଣ ହରକତ ଭୋଗୁଛନ୍ତି ।ଏହି ରାସ୍ତାଟି୨…

ହରଭଙ୍ଗା ବ୍ଲକ ରେ ଇନ୍ଦିରା ଆବାସ କେଳେଙ୍କାରୀ , ଜରିପାଲ ତଳେ ନିରାଶ୍ରୟ ପରିବାର

Posted by - February 28, 2023 0
ହରଭଙ୍ଗା : (ଚିତ୍ତରଞ୍ଜନ ସିଂ) ସାରା ରାଜ୍ୟରେ ଇନ୍ଦିରା ଆବାସ ଯୋଜନା ଘୋଟଲା କୁ ନେଇ ହଇଚଇ ହେଉଥିବା ବେଳେ!ହରଭଙ୍ଗା ବ୍ଲକ ରେ ଏହି ଆବାସ ଯୋଜନା…

ହରିଶଙ୍କର ରୁ ନୃସିଂହନାଥ କୁ ରୁପୱେ ନିର୍ମାଣ ଦାବିରେ ହରିଶଙ୍କର ଝରଣା ରେ ଜଳ ସତ୍ୟାଗ୍ରହ

Posted by - October 11, 2022 0
ଖପ୍ରାଖୋଲ :୧୦/୧୦(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପବିତ୍ର ପୂଣ୍ୟ କ୍ଷେତ୍ର ହରିଶଙ୍କର ଠାରେ କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ତରଫରୁ ହରିଶଙ୍କର ଠାରୁ…

ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଞ୍ଚ ଦିନ ବନ୍ଦ ହେବ ରାଜ୍ୟର ସମସ୍ତ ସ୍କୁଲ।

Posted by - April 26, 2022 0
ବ୍ୟୁରେ। : ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଆଜି ଠାରୁ ପାଞ୍ଚ ଦିନ ପାଇଁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ…