ଖପ୍ରାଖୋଲ: ୨୯/୦୪(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ପବିତ୍ର ଧର୍ମ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳି ହରିଶଙ୍କର ଠାରେ ହେବାକୁ ଥିବା ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ପାଇଁ ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି । ଅନ୍ୟ ବର୍ଷ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ତିନି ଦିନ ହୋଉଥିବା ବେଳେ ଚଳିତ ବର୍ଷ ମେ ୧ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ମେଳା ହେବ ବୋଲି ଜଣାଯାଇଛି। ସାସ୍କୃତିକ , ପୌରାଣିକ , ଧାର୍ମିକ , ଐତିହାସିକ ଓ କିମ୍ବଦନ୍ତୀ ଅନୁସାରେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ର ସ୍ୱତନ୍ତ୍ରତା ରହିଆସିଛି ।
ଗନ୍ଧମାର୍ଦ୍ଧନ ପାହାଡ଼ର ଗୋଟିଏ ପଟେ ହରିଶଙ୍କର ଓ ଅନ୍ୟପଟେ ବରଗଡ଼ ଜିଲ୍ଲା ର ନୃସିଂହ ନାଥ ପିଠ ରହିଛି । ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକ ଙ୍କ ସମାଗମ ହେଉଥିବା ବେଳେ ବୈଶାଖ ଚତୁର୍ଦ୍ଦଶୀ ମେଳା ରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ । ଓଡ଼ିଶା ତଥା ସୁଦୂର ଛତିଶଗଡ ରାଜ୍ୟରୁ ହଜାର ହଜାର ଶ୍ରଦ୍ଧାଳୁ ଗନ୍ଧମାର୍ଦନ ପାହାଡ଼ ଚଢ଼ିବାର ମଜା ନେଇଥାନ୍ତି। ମେଳା ସମୟରେ ଶ୍ରଦ୍ଧାଳୁ ମାନେ ଦିନ ରାତି ଦୁର୍ଗମ ପାହାଡ଼ ଚଢ଼ି ହରିଶଙ୍କର ରୁ ନୃସିଂହନାଥ ଯାଆଆସ କରି ପାହାଡ଼ ଚଡ଼ିବାର ମଜା ନେଇଥାନ୍ତି। ଅନ୍ୟ ବର୍ଷ ଭଳି ଚଳିତ ବର୍ଷ ପ୍ରଶାସନ ତଥା ପାଟଣାଗଡ ଦେବୋତ୍ତର ବିଭାଗ ତରଫରୁ ମେଳା ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଏହି ଅବସରରେ ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ , ଭିଡ଼ ନିୟନ୍ତ୍ରଣ , ଆଲୋକ ବ୍ୟବସ୍ଥା ଆଦିକୁ ପ୍ରାଧାନ୍ୟ ଦିଆଯାଇଥିବା ବେଳେ ପାଞ୍ଚ ଦିନ ଧରି ପଞ୍ଚ କୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଟିତ ହେବ ବୋଲି ଜଣାଯାଇଛି ।
ସେହିପରି ବିଭିନ୍ନ ବିଭାଗ ତରଫରୁ ପ୍ରଜ୍ଞାପନ ମେଢ଼ ଓ ପ୍ରଦର୍ଶନୀ ଅନୁଷ୍ଟିତ ହେବ ବୋଲି ଆୟୋଜକ କମିଟି ଠାରୁ ସୂଚନା ମିଳିଛି । ପାଞ୍ଚ ଦିନ ଧରି ବିଭିନ୍ନ ସଂସ୍କୃତିକୁ କାର୍ଯ୍ୟକ୍ରମ , ଦଣ୍ଡନୃତ୍ୟ ହେବାକୁ ଥିବା ବେଳେ ୪ ତାରିଖ ରେ ରୁକୁ ସୁନା ଓ ସାଥି ଓ ୫ ତାରିଖ ରେ ଅର୍ଚ୍ଚନା ପାଢ଼ୀ ଓ ସାଥି ଙ୍କ ଦ୍ବାରା ଷ୍ଟାର ନାଇଟ ଆର୍କ୍ରିଷ୍ଟା ଆକର୍ଷଣୀୟ ହେବ ବୋଲି ସୂଚନା ମିଳିଛି। ଏହି ଅବସରରେ ହରିଶଙ୍କର ପର୍ଯ୍ୟଟନ ବିଭାଗ ଅଭ୍ୟର୍ଥନା କେନ୍ଦ୍ର ଠାରେ ପାଟଣାଗଡ ଉପ ଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ ବିଜୟାନନ୍ଦ ସେଠୀ ଙ୍କ ଅଧ୍ୟକ୍ଷତାରେ ଚୂଡାନ୍ତ ପ୍ରସ୍ତୁତି ବୈଠରେ ଶନିବାର ଅନୁଷ୍ଟିତ ହୋଇଥିବାବେଳେ ଖପ୍ରାଖୋଲ ବିଡ଼ିଓ ବିଜୟ କୁମାର ହୋତା, ପାଟଣାଗଡ ତହସିଲଦାର ଲକ୍ଷ୍ମଣ ମାଝୀ, ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଦେବୋତ୍ତର କମିଟି ସଦସ୍ୟ ସୁନିଲ କୁମାର ଗୋୟଲ୍,ଓମ୍ ପ୍ରକାଶ ଯୋଶୀ, ସଦାଶିବ ସରାଫ, ଇନ୍ଦୁ ଭୂଷଣ ଠାକୁର, ଅଭୟ ତ୍ରିପାଠୀ, ଶଶି ପୁଝାରୀ, ଘନଶ୍ୟାମ ମେହେର, ଅର୍ଜୁନ ଅଗ୍ରୱାଲ,ବିପ୍ର ବିଶି, ରୋହିତ ମେହେର, ରାଣା ପ୍ରଧାନ, ଝାରୁ ମେହେର, ସୁଶୀଲ ଗୁରୁ, ସୁମତୀ ପ୍ରଧାନ, ଗଜ ନାଗ, ମନ୍ଦିର ପରିଚାଳକ ଗୁପ୍ତେଶ୍ୱର କୁଅଁର ସମେତ ଦେବୋତ୍ତର କମିଟି ସଦସ୍ୟ, ସବ କମିଟି ସଦସ୍ୟ, ବିଭିନ୍ନ ସମାଜ ର କର୍ମକର୍ତ୍ତା ଉପସ୍ଥିତ ଥିଲେ।