Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ବାହାରକୁ କମ୍ପ୍ୟୁଟର ଦୋକାନ କିନ୍ତୁ ଭିତରେ ଗଞ୍ଜେଇ ଓ ଅଫିମ

322 0

ଯାଜପୁର: କଲେଜ ନିକଟରେ କମ୍ପ୍ୟୁଟର ଦୋକାନରେ ଚଢ଼ାଉ କରି ଗଂଜେଇ ଓ ଅଫିମ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଯାଜପୁର ଟାଉନ ଥାନା ପୁଲିସ , ଯାଜପୁର ଟାଉନ ଥାନା ଅଧିନ ଚିତାଳୋ କଲେଜଠାରେ ସ୍ଥାନୀୟ ଝାଡଙ୍ଗା ଅଞ୍ଚଳର ପ୍ରଫୁଲ କୁମାର କରଙ୍କ ପୁଅ ପ୍ରଶାନ୍ତ କୁମାର କର(୩୦) ଏକ କମ୍ପ୍ୟୁଟର ଓ ଗିପ୍ଟ ଦୋକାନ କରିଥିଲେ। କିନ୍ତୁ ଏହି ଆଳରେ ଏହାରି ଭିତରେ ସେ ଗଂଜେଇ ଓ ଅଫିମ ବିକ୍ରି କରୁଥିଲେ।

ଟାଉନ ପୁଲିସର ପାଟ୍ରୋଲିଂ ଟିମ ଉକ୍ତ ଅଞ୍ଚଳକୁ ଯାଇଥିବା ବେଳେ ଏସଆଇ ଦିଲିପ କୁମାର କାଣ୍ଡି ଏନେଇ ସୂଚନା ପାଇବା ସହ ଥାନାଧିକାରୀ ଆଶିଷ କୁମାର ସାହୁଙ୍କୁ ସୂଚନା ଦେଇଥିଲେ। ଥାନାଧିକାରୀ ଶ୍ରୀ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଦୋକାନ ଉପରେ ଚଢ଼ାଉ କରି ଏକ ଧଳା ବ୍ୟାଗରୁ ୧ କେଜି ୬୦୦ ଗ୍ରାମ ଗଂଜେଇ ଓ ଏକ ଜରି ପ୍ୟାକେଟରୁ ୨୦ ଗ୍ରାମର ଅଫିମ ଜବତ କରିଥିଲେ । ପରେ ପୁଲିସ କେସ ନଂ ୩୭୫/୧୯ ଦଫା ୧୮/୨୦(ବି)(ଆଈଆଇ)(ବି)ଏନଡିପିଏସ୍ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରଶାନ୍ତ କୁମାର କରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Facebook Notice for EU! You need to login to view and post FB Comments!

Related Post

୩ ବର୍ଷିୟା ଶିଶୁକନ୍ୟାକୁ ସଂପର୍କୀୟ ମାମୁଁର ଦୁଷ୍କର୍ମ ଅଭିଯୋଗ,ଅଭିଯୁକ୍ତ ଫେରାର

Posted by - June 16, 2020 0
ବଡ଼ବିଲ:(ସୀତାରାମ ଦୀକ୍ଷିତ)ପୁଣି ଲଜ୍ଜା । ୩ ବର୍ଷର ଶିଶୁକନ୍ୟାକୁ ସଂପର୍କୀୟ ମାମୁଁର ଦୁଷ୍କର୍ମ ଅଭିଯୋଗ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ପଂଚାୟତର ଝାଡ଼ଗାଁ…

ବଧୁ ହତ୍ୟା ଅଭିଯୋଗରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ

Posted by - February 9, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ବଧୁ ହତ୍ୟା ଅଭିଯୋଗରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଅତିରିକ୍ତ ଜିଲା ଦୌରାଜଜ। ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ…

ଯାଜପୁର ଜିଲାର ବହୁଚର୍ଚ୍ଚିତ ଟ୍ରିପଲ ମ୍ୟାରେଜ ଘଟଣାର ନୂଆମୋଡ

Posted by - January 7, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲାର ବହୁଚର୍ଚ୍ଚିତ ଟ୍ରିପଲ ମ୍ୟାରେଜ ଘଟଣାର ନୂଆମୋଡ । ଟ୍ରିପଲ ମ୍ୟାରେଜ ଘଟଣାକୁ ଲୋକଲୋଚନକୁ ଆଣିଥିବା ସବିନା ବିବିଙ୍କ ନାଁରେ ପେଂରାଦ…

ସୋସିଆଲ ମିଡ଼ିଆ ରେ ସାମ୍ବାଦିକ ମାନଙ୍କୁ ଗାଳି କରି ଯୁବକ ଗିରଫ

Posted by - April 7, 2020 0
ଯାଜପୁର:ସୋସିଆଲ ମିଡ଼ିଆ ରେ ସାମ୍ବାଦିକ ମାନଙ୍କୁ ଗାଳି କରି ଯୁବକ ଗିରଫ,ସାମ୍ବାଦିକ ମାନଙ୍କୁ ସୋସିଆଲ ମିଡ଼ିଆ ରେ ଆକ୍ଷେପ କରି ବ୍ରହ୍ମବରଦା ଗ୍ରାମ ର ଯୁବକ ଫେସ…

Leave a comment

Your email address will not be published.