ବେଲଗୁଣ୍ଠା ସମ୍ବାଦ,ଆମ ଓଡ଼ିଶା, ସମ୍ବାଦ ସାହିତ୍ୟ ଘର ପକ୍ଷରୁ ସ୍ୱାଭିମାନ ଦିବସ ପାଳିତ

33 0

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ବେଲଗୁଣ୍ଠା ସମ୍ବାଦ,ଆମ ଓଡ଼ିଶା ଏବଂ ସାହିତ୍ୟ ଘର ମିଳିତ ଆନୁକୂଲ୍ୟରେ ଗୋବରା ପଂଚାୟତ ବିରିପୁର ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ବ୍ଲକ ସ୍ତରୀୟ ସ୍ୱାଭିମାନ ଦିବସ ବା ମଧୁବାବୁ ଜୟନ୍ତୀ ପାଳିତ ହୋଇଯାଇଛି I

ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କଯ୍ୟକ୍ରମରେ ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା କବି ଅଭିମନ୍ୟୁ ଦଳାଇ ଏହି ଶିବିର ପ୍ରଦୀପ ପ୍ରଜ୍ୟୋଳନ କରି ଆରମ୍ଭ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ସଭାପତି ଗୋପାଳ ଚନ୍ଦ୍ର ଲେଙ୍କା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ଗୋବରା ପ୍ରଫୁଲ୍ଲ କୁମାରୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ବରିଷ୍ଟ ଆଇନଜୀବୀ ସନ୍ତୋଷ କୁମାର ବିଶ୍ୱାଳ, ସମ୍ମାନୀତ ଅତିଥି ରୂପେ ଅବସରପ୍ରାପ୍ତ ଶିକ୍ଷକ ଚନ୍ଦ୍ରମଣୀ ଲେଙ୍କା, ସମିତିସଭ୍ୟ ବିଭୁପାଦ ଜେନା ପ୍ରମୁଖ ମଞ୍ଚାସୀନ ରହି ମଧୁସୂଦନ ଦାସଙ୍କ ଜୀବନି,ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ମଧୁବାବୁଙ୍କ ଭୂମିକା ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ରାମକୃଷ୍ଣ ପାତ୍ର, କବି ଶିଶିର କାନ୍ତ ନାୟକ, ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ୱାଇଁ,ଶିକ୍ଷାବିତ୍ ଗୋବିନ୍ଦ ଚନ୍ଦ୍ର ଲେଙ୍କା,ହୃଷିକେଶ ଲେଙ୍କା,ରତ୍ନାକର ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ଛାତ୍ର ପ୍ରଯୁକ୍ତି ପ୍ରଜ୍ଞାନ ମଳିକ ଏବଂ ଛାତ୍ରୀ ପ୍ରିୟାଂଶୀ ମଳିକ କର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଅନୁଷ୍ଠାନ ସମ୍ପାଦକ ଡ.ରତ୍ନ ସାଗର ମଳିକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସହ ସମ୍ପାଦକ ଶିଶିର କୁମାର ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I

Related Post

ଆଦିବାସୀ ପରିବାର ଙ୍କୁ ସୂର୍ଯ୍ୟାଲୋକ ପରିବାର ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ

Posted by - April 3, 2020 0
ଯାଜପୁର: ଯାଜପୁର ସହର ସନ୍ନିକଟ ଲଲିତେଶ୍ୱର୍ ନଗରରେ କିଛି ଆଦିବାସୀ ପରିବାର ରହୁଛନ୍ତି। ସେମାନେ ଦେଶର ଏହି ଘଡି ସନ୍ଧି ମୁହୂର୍ତ୍ତରେ ବହୁ ଅସୁବିଧାରେ ଥିବାର ଖବର…

ବରୀ ପୋଲିସ ର ଅଚାନକ ଚେକିଂ

Posted by - May 21, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବରୀ ବଜାର ରେ ବରୀ ପୋଲିସ ତରଫରୁ ଅଚାନକ ଚେକିଂ ସହ ସଚେତନତା କରାଯାଇଛି । ଠାରେ ବିନା…

ଯାଜପୁର ମଣ୍ଡଳରେ ୧୫୦ତମ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପ୍ରତିଯୋଗିତା ଅନୁଷ୍ଠିତ

Posted by - September 27, 2019 0
ଯାଜପୁର:(ଆନନ୍ଦ ଚଦ୍ର ସାହୁ)ଯାଜପୁର ମଣ୍ଡଳରେ ୧୫୦ତମ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ବୈଦ୍ୟରାଜପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ…

ଅଲ ଓଡିଶା ଇପିଏଫ ପେନ୍ସନର ଆସୋସିଏସନ ତରଫରୁ ଜିଲ୍ଲାପାଲଙ୍କୁ ଦାବିପତ୍ର

Posted by - November 17, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ଅଲ ଓଡିଶା ପେନ୍ସନର ଆସୋସିଏସନ ନବରଙ୍ଗପୁର ଜିଲ୍ଲା ଶାଖା ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ନବରଙ୍ଗପୁର ଜିଲ୍ଲାପାଲଙ୍କୁ ପ୍ରଦାନ କରାଯାଇଛି l ଜିଲ୍ଲା…