ରାୟଗଡ଼ା ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

84 0

ମୁନିଗୁଡା :(ରମାକାନ୍ତ ପୋଡାଲ )ଆଜି ସମଗ୍ର ଭାରତରେ ଜି-୨୦ ଆଧାରିତ ଏଲ୍‍-୨୦ ଗୋଟିଏ ବିଭାଗ ପର୍ଯ୍ୟାବରଣ ର ସଚେତନ ପାଇଁ କେନ୍ଦ୍ର ନିଷ୍ପତ୍ତି କ୍ରମେ ସମଗ୍ର ସମାଜକୁ ଜାଗ୍ରତ କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କାର୍ଯ୍ୟକ୍ରମ କରାଯାଇଛି। ଏହିଅବସରରେପର୍ଯ୍ୟାବରଣ ମଞ୍ଚ ଓଡିଶା ପ୍ରାନ୍ତର ରାୟଗଡ଼ା ଜିଲ୍ଲା ସାଖା ପକ୍ଷରୁ ପ୍ଲାଷ୍ଟିକ୍‍ର ବ୍ୟବହାର ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ୟ ସମ୍ପାଦକ ଶ୍ରୀ ଯୋଗେଶ୍ଵର ଦାସଙ୍କ ନେତୃତ୍ୱରେ ରାୟଗଡ଼ା ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପରିବା ଏବଂ ମାଛ ବଜାର ଏବଂ ସହରର ସମସ୍ତ ବଜାରରେ ରାୟଗଡ଼ା ଜିଲ୍ଲା ପର୍ଯ୍ୟାବରଣ ମଞ୍ଚ ର ସଂଯୋଜକ ଶ୍ରୀ ଗଣେଶ କୁମାର ସାହୁଙ୍କ ସହଯୋଗ ରେ ସମସ୍ତ ଦୋକାନ ମାନଙ୍କ ନିକଟରେ ପହଞ୍ଚି ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ଅନୁରୋଧ କରିବା ସହ କପଡା ବ୍ୟାଗ ବଣ୍ଟନ କରି ସମସ୍ତେ ସର୍ବନିମ୍ନ ଗୋଟିଏ ଗଛ ଲଗାଇ ତାର ଯନ୍ତ୍ର ନେବା ପାଇଁ ଅନୁରୋଧ କରିଥିଲେ।ବଜାରକୁ ଯିବା ସମୟରେ କପଡା ବ୍ୟାଗ ବ୍ୟାଗ୍‍ ଧରି ମାର୍କେଟିଙ୍ଗ୍‍ କରିବାକୁ ଯିବା ପାଇଁ ସଚେତନ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ସକ୍ଷମ ଅନୁଷ୍ଠାନ ର ରାଜ୍ୟ ସଂରକ୍ଷକ ଶ୍ରୀ ବାଦଲ କୁମାର ତା , ବିଶ୍ବ ହିନ୍ଦୁ ପରିଷଦ ର ଶ୍ରୀ ଗୈାର ଚନ୍ଦ୍ର ନାୟକ , ଗାୟତ୍ରୀ ପରିବାର ରୁ ଶ୍ରୀ ପ୍ରଳୟ କୁମାର ସାହୁ ଯୋଗ ଦେଇ ଜନସାଧାରଣ ସଚେତନ ହେବା ସହ ସର୍ବନିମ୍ନ ଗୋଟିଏ ଉଚ୍ଚ ଲଗାଇବା ପାଇଁ ଆହ୍ୱାନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଭାରତୀୟ ମଜଦୁର ସଂଘ ର ମହନ ରାଓ ମାଝୀ , ଧର୍ମ ସିଂ ନାଗ , ଦୂର୍ଗା ମାଧବ ଘୋଷ , ରଞ୍ଜନ କୁମାର ସାହୁ , କୁମାରୀ ବାଡତ୍ୟା , ବିଶ୍ଵକର୍ମା ମଜଦୁର ସଂଘ ର କେ କେ ଜେନା , ସୁଦର୍ଶନ ନାୟକ , ଗୋବିନ୍ଦ ପ୍ରସାଦ କାନୁ , ପରିଚାଳନା କରିଥିଲେ।

Related Post

ବିଜୁ ଯୁବ ଜନତା ଦଳର ନବ ନିଯୁକ୍ତ ରାଜ୍ୟ ସାଧାରଣ ସମ୍ପାଦକ ଏବଂ ରାଜ୍ୟ ସମ୍ପାଦକ ଙ୍କୁ କୁସନପୁରି ଠାରେ ସମ୍ବର୍ଦ୍ଧନା

Posted by - August 25, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ବିଜୁ ଯୁବ ଜନତା ଦଳର ନବ ନିଯୁକ୍ତ ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା ଏବଂ ରାଜ୍ୟ ସମ୍ପାଦକ ମନୋଜ ମହାପାତ୍ରଙ୍କୁ ନୂତନ…

ଯାଜପୁର ରେ କଣ୍ଟେନମେଣ୍ଟ ଅବଧି ବଢିଲା ,ଜାଣନ୍ତୁ କେଉଠି ବଢିଲା

Posted by - April 27, 2020 780
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲାରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ ହୋଇଛି। ଏ ମଧ୍ୟରୁ ୧୮ ଜଣ ପଶ୍ଚିମବଙ୍ଗ ଫେରନ୍ତ ବୋଲି ସୂଚନା ରହିଛି। …

ବୌଦ୍ଧଜିଲ୍ଲାର ବିଭିନ୍ନ ସ୍ଥାନରେ ମହାସମାରୋହରେ ଅଷ୍ଟମ ଆର୍ନ୍ତଜାତୀୟ ଯୋଗଦିବସ

Posted by - June 21, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ସମଗ୍ର ବିଶ୍ୱରେ ଅଷ୍ଟମ ବିଶ୍ୱ ଯୋଗ ଦିବସ ପାଳନ କରିବା ପାଇଁ ଆୟୋଜିତ ହୋଇଥିବା ବେଳେ ବୌଦ୍ଧଜିଲ୍ଲା ବିଭିନ୍ନ ସ୍ଥାନରେ ମହା ମହାସମାରୋହରେ…

ଦୁଇ ଜଣ ଦଲାଲ ଗିରଫ

Posted by - May 11, 2023 0
ବୌଦ୍ଧ:୧୦/୦୫ (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜ଼ିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଦୁଇ ଜଣ ଦଲାଲ ଙ୍କୁ ଆର. ଟି. ଓ. କାର୍ଯ୍ୟାଳୟ ନିକଟ ରୁ ପୋଲିସ ଗିରଫ କରିଛି…

ଯାଜପୁର ଜିଲାପାଳ ଅପିଂସ ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

Posted by - November 22, 2019 2,335
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଦେଶ ର ଅର୍ଥନିତିରେ ଅବନତି,ବେକାରି ବୃଦ୍ଧି,ଦରଦାମ ବୃଦ୍ଧି ଓ ନାରି ନିର୍ଯ୍ୟାତନା ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଯାଜପୁର ଜିଲାପାଳ ଅପିଂସ ସମ୍ମୁଖରେ…