ବୌଦ୍ଧ:୨୬ /୦୪ (ଚିତ୍ତ ରଞ୍ଜନ ସିଂ ) ସରକାର ବୃଦ୍ଧ ବୃଦ୍ଧାଙ୍କୁ ମାସିକ ହିସାବରେ ବାର୍ଦ୍ଧକ୍ୟ ଭତା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି l ଏଥିପାଇଁ ବିଭିନ୍ନ ଅଧିକାରୀଙ୍କ ଦାୟିତ୍ୱ ରହିଥିବା ବେଳେ ପଞ୍ଚାୟତ ସ୍ତର ରେ ପିଇଓ ଙ୍କ ସମ୍ପୂର୍ଣ ଦାୟିତ୍ୱ ହସ୍ତାନ୍ତର କରାଯାଇଛି l କିନ୍ତୁ ପିଇଓ ଙ୍କ ମନମୁଖୀ କାର୍ଯ୍ୟ ପାଇଁ ହିତାଧିକାରୀ ମାନେ ଏହି ସମସ୍ୟା ରେ ପଡ଼ିଥିବା ବେଳେ ସରକାରଙ୍କ ବାର୍ଦ୍ଧକ୍ୟ ଭତା ପାଇବାରୁ ବଞ୍ଚିତ ହୋଇଥିବା ନେଇ କେତେକ ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି l
ଏଭଳି ଅଭିଯୋଗ ଆସିଛି ହରଭଙ୍ଗା ବ୍ଲକ ର ଖୋଦ ହରଭଙ୍ଗା ପଞ୍ଚାୟତ ରୁ l ଏପରିକି ଦାୟିତ୍ୱ ରେ ଥିବା ସମ୍ପୃକ୍ତ ପିଇଓ ପ୍ରଣୀତ ଗୋପାଳ ପଞ୍ଚାୟତ ବୃଦ୍ଧ ବୃଦ୍ଧା ଙ୍କ ମାସିକ ଭତା ଟଙ୍କାପ୍ରଦାନ କାର୍ଯ୍ୟ ରେ ଅବହେଳା, କୌଣସି ହିତାଧିକାରୀ ଭତା ପାଇ ନଥିବା ବେଳେ ଅଭିଯୋଗ ପାଇଁ ଆସିଲେ ମଧ୍ୟ୍ୟ ସମ୍ପୃକ୍ତ ପିଇଓ ଙ୍କୁ ନପାଇ ନିରାଶ ହୋଇ ଘରକୁ ଫେରୁଛନ୍ତି l
ତେଣୁ ପିଇଓ ଙ୍କ ମନମୁଖୀ କାର୍ଯ୍ୟ ପାଇଁ ସାଧରଣ ଅସହାୟ ବୃଦ୍ଧବୃଦ୍ଧା ଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ପଞ୍ଚାୟତ ବିଭିନ୍ନ ଗ୍ରାମରେ ବହୁ ହିତାଧିକାରୀ ଭତା ପାଇ ନଥିବା ବେଳେ ଦୀର୍ଘ ୪ ମାସ ହେବ ବିନୋଦିନୀ ସିଂ,ରୀନା ସିଂ,ନାରାୟଣୀ ବାରିକ,ପ୍ରତାପ ସାହୁ,ସଙ୍କର ବାରିକ, ଝରିଆ ବାଘ,ରାଜେନ୍ଦ୍ର ପ୍ରଧାନ,ପଞ୍ଚା ନାୟକ ଙ୍କ ସମେତ ପଞ୍ଚାୟତ ର ବହୁ ହିତାଧିକାରୀ ଭତା ପାଇ ନଥିବା ନେଇ ଅଭିଯୋଗ ଆଣିଛନ୍ତି l ଏନେଇ ପଞ୍ଚାୟତ ପିଇଓ ପ୍ରଣୀତ ଗୋପାଳ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ୍ୟ ସମ୍ବପର ନହେବାରୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l ତେଣୁ ତୁରନ୍ତ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ବଞ୍ଚିତ ଥିବା ଅସହାୟ ବୃଦ୍ଧ ବୃଦ୍ଧା ଙ୍କୁ ଭତା ଯୋଗାଇ ଦେବାକୁ ସାଧାରଣ ରେ ଦାବୀ ହେଉଛି l