MBK ପଦ ବହିଷ୍କାର ଦାବିରେ କୁସlଶିଙ୍ଗା ସ୍ୱୟଂ ସହାୟକ ଗୋଷ୍ଠିଙ୍କ ବ୍ଲକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

44 0

ହରଭଙ୍ଗା :୨୬ /୦୪ (ଚିତ୍ତରଞ୍ଜନ ସିଂହ)MBK ପଦ ରୁ ବହିଷ୍କାର କରିବାପାଇଁ ମଙ୍ଗଳବାର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ପଞ୍ଚାୟତ ଅନ୍ତର୍ଗତ କୁସlଶିଙ୍ଗା ଗ୍ରାମର ପ୍ରାୟ 13ଗୋଟି ସ୍ୱୟଂ ସହାୟକ ଗୋଷ୍ଠି ର ମା ମାନେ ହରଭଙ୍ଗା ଗୋଷ୍ଠି ଉନ୍ନୟନ ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ!

ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନଙ୍କ ଅଭିଯୋଗ ଅନୁଯାଇ 15ଗୋଟି ସ୍ୱୟଂ ସହାୟକ ଗୋଷ୍ଠି କୁ ନେଇ ଉକ୍ତ ଗ୍ରାମରେ ଗୋଷ୍ଠିର ମହାସଂଘ ଗଠନ କରାଯାଇଛି ଏବଂ MBK ପଦରେ ରଶ୍ମିରେଖା ସାହୁ କାର୍ଯ୍ୟ ଭାର ତୁଲାଉଥିବା ବେଳେ ତାଙ୍କ କାର୍ଯ୍ୟକୁ ଏହି ମହାସଂଘର ମା ବୃନ୍ଦାବତୀ, ମା ଲଷ୍ମୀ, ତ୍ରିନାଥ ଠାକୁର, ଶ୍ରୀ ଜଗନ୍ନାଥ, ମା ତୁଳସୀ, ବାବା ଚନ୍ଦ୍ରଶେଖର, ମା ସାରଳା, ମା ବାଙ୍କଦେବୀ ଭଳି 13ଗୋଟି ସ୍ୱୟଂ ସହାୟକ ଗୋଷ୍ଠିର ମା ମାନେ ବିରୋଧ କରି ଏହି ପଦରୁ ତାଙ୍କୁ ହଟାଇବା ପାଇଁ ୨୫/୧୧/୨୨ ରିଖରେ ବିଭିନ୍ନ ସରକାରୀ ମହଲରେ ଅଭିଯୋଗ କରିଥିଲେ!

ଘଟଣା କୁ ତଦନ୍ତ କରି ସମାଧାନ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରି ସ୍ୱପ୍ନିତା ନାୟକ ଗତକାଲି ମହାସଂଘ ର ସମସ୍ତ ଗୋଷ୍ଠି ଙ୍କୁ ବ୍ଲକ ର ସଭାଗୃହ କୁ ଡକାଇ ଏକ ସମାଧାନ ବୈଠକ କରିଥିଲେ!ଏହି ବୈଠକ ରେ ଅଭିଯୋଗ ର କୌଣସି କଥା ସମାଧାନ ନ ହେବାରୁ ବ୍ଲକ ଅଫିସ ସମ୍ମୁଖରେ ଯଦି ତୁରନ୍ତ MBK ପଦ ରୁ ରଶ୍ମିରେଖା ସାହୁ ଙ୍କୁ ହଟା ନଯାଏ ତାହେଲେ ମହାସଂଘ ଭାଙ୍ଗିବା ସହିତ ବିଭିନ୍ନ ବ୍ୟାଙ୍କ ରୁ ଆଣିଥିବା ସହାୟତା ଲୋନ କୁ କୌଣସି ମତେ ପରିଶୋଧ କରାଯିବ ନାଇଁ ବୋଲି ପାଇଁ ବିକ୍ଷୋଭ କରିବା ସହିତ ଚେତାବନୀ ଦେଇଥିଲେ!

Related Post

ବାଇକ ଦୁର୍ଘଟଣା ଜଣେ ଗୁରୁତର

Posted by - February 26, 2022 0
ବୌଦ୍ଧ:(ଚିତରଞ୍ଜନ ସିଂ) ବୌଦ୍ଧ ଜିଲା ପୁରୁଣା କଟକ ଥାନା ଲଇଗାଁ ଛକ ନିକଟରେ  ଶୁକ୍ରବାର ଅପରାହ୍ନ ରେ ଜଣେ ବାଇକ ଆରୋହି ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବା ଜଣାପଡିଛି…

ଵନ ବିଦ୍ଭାଗ ପକ୍ଷରୁ ଚାରା ରୋପଣ

Posted by - September 28, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ପୁରୁଣା କଟକ ବନ ବିଦ୍ଭାଗ ପକ୍ଷରୁ ହରଭଙ୍ଗା ଫରେଷ୍ଟ ସେକସନର ବୁଲୁରା ବିଟ୍ ଅଧିନରେ ମଲ୍ଲିକ ପଡ଼ା ଠାରୁ ସଦଲଗଣ୍ଡା ପର୍ଯ୍ୟନ୍ତ ଜଗନ୍ନାଥ ସଡ଼କ…

କରୋନାରେ ସାମ୍ବାଦିକ ମାନସ ରଞ୍ଜନ ଜୟପୁରିଆଙ୍କ ଦେହାନ୍ତ

Posted by - April 29, 2021 0
ସମ୍ବଲପୁର; କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ। ଏକ ଘରୋଇ ଚ୍ୟାନେଲରେ କାର୍ଯ୍ୟରତ ସାମ୍ବାଦିକ ମାନସ ରଞ୍ଜନ ଜୟପୁରିଆଙ୍କ ସମ୍ବଲପୁରରେ ପରଲୋକ ହୋଇଯାଇଛି । କରୋନାରେ…

ସଂଗ୍ରାମପୁର ଉଚ୍ଚବିଦ୍ୟାଳୟ ଓ ଉ.ପ୍ରା(ମ.ଇ) ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

Posted by - November 14, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ତାଳଶରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମ ପୁର ପଂଚାୟତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭାରତ ମେହେରଙ୍କ ଆନୁକୂଲ୍ୟରେ ଶିଶୁ ଦିବସ ପାଳିତ…