ହରଭଙ୍ଗା :୨୬/୦୪ (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଗତ କାଲି କେତେକ ସ୍ଥାନ ରେ କୁଆ ପଥର ବର୍ଷାସହ ଝଡ଼ ପଵନ ହେବା ଦେଖିବାକୁ ମିଳିଥିଲା l କିନ୍ତୁ ଏହାର ଅତ୍ୟଧିକ ପ୍ରଭାବ ବିଶେଷ କରିହରଭଙ୍ଗା ବ୍ଲକର ରାମଗଡ଼ ପଞ୍ଚାୟତ ରେ ଭୀଷଣ କୁଆପଥର ହେବାସହ ଲୋକଙ୍କ ଚାଳ ଛପର ଉଡାଇ ନେଇଥିବା ଦେଖିବାକୁ ମିଳିଛି l
ଏହି ପ୍ରଭlବ ରେ ରାମଗଡ଼ ଗ୍ରାମରେ ପ୍ରାୟ ୭୦ ରୁ ୮୦ ଗୋଟି ପରିବାର୧୮୦ ରୁ ୨୦୦ ଏକର ଚାଷ ଜମିରେ ତରଭୁଜ ଚାଷ କରିଥିବା ଚାଷୀଙ୍କ ଫସଲ ନଷ୍ଟ ହୋଇଥିବା ବେଳେ ପ୍ରଗଳପୁର ଓ ପଲଶlପାଟ ଗ୍ରାମ ରେ ହୋଇଥିବା ଏକର ଏକର ଜମିର ଡ଼ାଳୁଅ ଧାନ ଚାଷ ନଷ୍ଟ ହୋଇଥିବା ସହ ରବି ଜାତୀୟ ଫସଲ, ପନିପରିବା, ପିଆଜ, ଆମ୍ବ ଚାଷ ଇତ୍ୟାଦି ନଷ୍ଟ ହୋଇଥିଲା!
ଅଦିନିଆ ବାତ୍ୟା ପ୍ରଭାବକୁ ଅନୁଧ୍ୟାନ କରି ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଅଧିକାରୀ, ଓ କୃଷି ବିଭାଗ ର କର୍ମଚାରୀ ବିଭିନ୍ନ କ୍ଷୟ କ୍ଷତିର କ୍ଷେତ୍ର ପରିଦର୍ଶନ କରିଥିବା ବେଳେ ଆଜି ସକାଳ ସମୟରେ ରାମଗଡ ର ପ୍ରାୟ 20ଜଣ ବିଭିନ୍ନ ପ୍ରକାରର ଚାଷୀ ବୌଦ୍ଧ ଜିଲ୍ଲପାଳ ସତ୍ୟରଞ୍ଜନ ସାହୁଙ୍କୁ ଙ୍କୁ ଭେଟି କ୍ଷତିଗ୍ରସ୍ତ ଚାଷର ଚାଷ ଆକଳନ କରି ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିବା ନେଇ ମଦନ ସାହୁ, ମଦନ ବିଶି, ଶୁଭେନ୍ଦୁ ଯୋଶୀ, ସତ୍ୟବାନ ଥାଟି, ଖିରୋଦ ବିଶି,ପ୍ରକାଶ ଦେହୁରୀ, ଅଶୋକ ଭୋକ୍ତା ପ୍ରମୁଖ ଚାଷୀ ଉପସ୍ଥିତ ଥିବl ସୂଚନା ମିଳିଛି!