ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଗତ ସାଧାରଣ ନିର୍ବାଚନ ରେ ପୋଲିଂ ଅପିଂସର ଡ୍ୟୁଟିରେ ଥିବା ବେଳେ ମୃତ୍ୟୁବରଣ କରିଥିବା ଅଧିକାରୀଙ୍କୁ ନିର୍ବାଚନ କମିଶନ ଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କା କ୍ଷତିପୁରଣ ପ୍ରଦାନ କରିଛନ୍ତି । ଗତ ସାଧାରଣ ନିର୍ବାଚନରେ ପ୍ରକାଶ ଥାଟୋଇ ଯାଜପୁର ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ପୋଲିଂ ଅପିଂସର ଡ୍ୟୁଟି କରୁଥିବା ସମୟରେ ହଠାତ୍ ତାଙ୍କର ମୃତ୍ୟୁ ଘଟିଥିଲା । ଏହାର କ୍ଷତିପୁରଣ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କା ମଂଜୁର କରିଥିଲେ । ଗତକାଲି ଯାଜପୁରର ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ପ୍ରକାଶଙ୍କ ସିଂହପୁର ସ୍ଥିତ ବାସଭବନ ରେ ପହଂଚି ପରିବାର ଲୋକଙ୍କୁ ଚେକ୍ ପ୍ରଦାନ କରିଥିଲେ ।
