Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଧର୍ଷଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ : ୭ ବର୍ଷ ଜେଲ ଦଣ୍ଡାଦେଶ ରାୟ ପ୍ରଦାନ କଲେ ଧର୍ମଗଡ ସହାୟକ ଦୌରା ଜଜ୍ କୋର୍ଟ

180 0

ଧର୍ମଗଡ଼:୨୫/୪(ହେମନ୍ତ କୁମାର ମାଝୀ)୨୦୧୮ ମସିହାରେ କୋକସରା ଥାନା ଅନ୍ତର୍ଗତ ସିର୍ଲିଗୁଡ଼ା ଗ୍ରାମର ଲକ୍ଷ୍ମଣ ଭାଟି ଗ୍ରାମରେ ଥିବା ହୀରା ସାଗରକୁ ପୀଡ଼ିତା ଗାଧୋଇ ଯାଉଥିବାବେଳେ ବଳପୂର୍ବକ ଉଠାଇନେଇ ନିକଟସ୍ଥ ବୁଦା ଆଢ଼ୁଆଳରେ ଜୋର ଜବରଦସ୍ତି ଧର୍ଷଣ କରିବା ଅଭିଯୋଗରେ ପୀଡ଼ିତା କୋକସରା ଥାନାରେ ଲିଖିତ ଏତଲା ପ୍ରଦାନ କରିଥିଲେ।

ଏତଲା ଭିତ୍ତିରେ କୋକସରା ପୋଲିସ ଥାନା କେଶ ନମ୍ବର ୧୮୪ ତାରିଖ ୨୪.୧୦.୨୦୧୮ ବଳରେ ତଦନ୍ତ କରି ଅଭିଯୁକ୍ତ ଲକ୍ଷ୍ମଣ ଭାଟି କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲେ। ଦୀର୍ଘ ୫ ବର୍ଷ ଧରି ଏହି ମାମଲା ଧର୍ମଗଡ଼ ଅଦାଲତରେ ସାକ୍ଷ୍ୟ ଗ୍ରହଣ ଓ ବିଚାର ନିମନ୍ତେ ଚାଲିଥିଲା।

ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟ, ସାକ୍ଷୀ ମାନଙ୍କ ବୟାନ ଓ ମାମଲାର ପାରିପାର୍ଶ୍ବିକ ପରିସ୍ଥିତିକୁ ବିଚାରକୁ ନେଇ ଧର୍ମଗଡ଼ ସହାୟକ ଦୌରା ଜଜ୍ ଶ୍ରୀ ବିଶ୍ବବିସୃତ କର ଆଜି ସିଟି କେଶ ନମ୍ବର ୧୬/୧୨ -୨୦୧୯ ମୋକଦ୍ଦମା ର ଚୂଡାନ୍ତ ଶୁଣାଣି କରି ଅଭିଯୁକ୍ତ ଲକ୍ଷ୍ମଣ ଭାଟି କୁ ଭାରତୀୟ ପିଙ୍ଗଲ କୋଡ଼ ଦଫା ୩୭୬(କ) ବଳରେ ଦୋଷୀ ସାବ୍ୟସ୍ତ କରି ୭ବର୍ଷ ସଶ୍ରମ କାରାଦଣ୍ଡ ସହ ପାଞ୍ଚ ହଜାର ଟଙ୍କା ଜୋରିମାନା ଓ ଅନାଦେୟ ସ୍ଥଳେ ଅତିରିକ୍ତ ତିନିମାସ ଜେଲ ଦଣ୍ଡାଦେଶ ପାଇଁ ରାୟ ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ଙ୍କ ତରଫରୁ ଅତିରିକ୍ତ ସରକାରୀ ଓକିଲ ରାଜେନ୍ଦ୍ର କୁମାର ମୁନି ମାମଲା ପରିଚାଳନା କରିଥିଲେ।

Related Post

ବିଜେପି ବୌଦ୍ଧ ଜିଲ୍ଲା ସାମାଜିକ ନ୍ୟାୟ ସପ୍ତାହ ପାଳନ କରିବ ୦୬ଏପ୍ରିଲ ରୁ ୧୪ ଏପ୍ରିଲ “

Posted by - April 6, 2023 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂହ) ରାଜ୍ୟ ଓ କେନ୍ଦ୍ର ବିଜେପି ର ମିଳିତ ନିଷ୍ପତି ଅନୁଯାୟୀ ଆସନ୍ତା କାଲି ୦୬ ଏପ୍ରିଲ ରୁ ୧୪ ଏପ୍ରିଲ କୁ…

ରକ୍ତଦାନ ଶିବିର ଆୟୋଜନ କରି ଜନ୍ମଦିନ ପାଳିଲେ ଯୁବସମାଜସେବୀ

Posted by - June 4, 2021 0
ବରୀ :(ସ୍ନେହାଂଶୁ ଶେଖର ମହାନ୍ତି)ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟର ପୂର୍ବତନ ସଭାପତି ତଥା ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁର ଯାଜପୁର ଜିଲ୍ଲା…

ହରଭଙ୍ଗା ବ୍ଲକ ଅଧ୍ୟକ୍ଷl ଙ୍କ ବିଭିନ୍ନ ପଂଚାୟତ ଗସ୍ତ

Posted by - March 15, 2022 0
ବୌଦ୍ଧ :(ଚିତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକଅଧ୍ୟକ୍ଷା ସ୍ନେହ ଲତା ପ୍ରଧାନ ତଥା ବରିଷ୍ଠ ବିଜେପି ନେତା, ରାଜନୈତିକ ମ୍ୟାଜିକ ମ୍ୟାନ ସରୋଜ କୁମାର ପ୍ରଧାନ…