Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ସମଗ୍ର ହିନ୍ଦୁ ସମାଜ ନର୍ଲା ଶାଖା ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

68 0

ନର୍ଲା:( ଅମୀୟ କୁମାର ଦାସ)କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ସମଗ୍ର ହିନ୍ଦୁ ସମାଜ ନର୍ଲା ଶାଖା ପକ୍ଷରୁ ମହାମହିମ ରାଜ୍ୟପାଳ ଓଡିଶା ଶାସନଙ୍କ ଉଦ୍ଦେଶ୍ୟରେ ନର୍ଲା ବିଡିଓଙ୍କ ଜରିଆରେ ବଡବାବୁଙ୍କୁ ଆଜି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସୂଚନା ମୁତାବକ ହନୁମାନ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ସମ୍ବଲପୁର ଠାରେ ଗତ ୧୨ ତାରିଖ ଦିନ ହନୁମାନ ଭକ୍ତଗଣଙ୍କ ମୋଟର୍ ସାଇକେଲ ଶୋଭାଯାତ୍ରାକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ଶୋଭାଯାତ୍ରାକାରୀଙ୍କ ଉପରକୁ ଟେକା ପଥର ମାଡ଼କରି ଲହୁ ଲୁହାଣ କରିବା ସାଙ୍ଗକୁ ୧୪ ତାରିଖ ରାତିରେ ସମ୍ବଲପୁର ବନବାସୀ ଯୁବକଙ୍କୁ ଯେଉଁଭଳି ନିର୍ମମ ଭାବରେ ଗୋଡାଇ ଗୋଡାଇ ହତ୍ୟା କରାଗଲା, ଏଣୁ ସେହି ଘଟଣାକୁ ନିନ୍ଦା କରିବା ସହିତ ନର୍ଲା ଶାଖା ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ଏହା ଏକ ସୁନିୟୋଜିତ ଆକ୍ରମଣ, ପ୍ରଶାସନିକ ଅବହେଳା ତଥା ସୂଚନା ତନ୍ତ୍ରର ଅପାରଗତା ଓ ନିଷ୍ଫଳତାକୁ ଦର୍ଶାଉଛି ବୋଲି ଅଭିଯୋଗ କରିଛନ୍ତି।

ସେହିପରି ଉକ୍ତ ବାଇକ୍ ଶୋଭାଯାତ୍ରା ସମୟରେ ଅଳ୍ପ ସଂଖ୍ୟକ ପୁଲିସ୍ କର୍ମଚାରୀ ନିୟୋଜିତ ଥିବାରୁ ଟେକା ପଥର ମାଡର ପ୍ରତିରୋଧ କରିନପାରି ଅନେକ ସଂଖ୍ୟକ ପୁଲିସ୍ କର୍ମଚାରୀ ମଧ୍ୟ ରକ୍ତାକ୍ତ ହୋଇ ବର୍ବର ଆକ୍ରମଣର ଶିକାର ହୋଇଥିବା ସ୍ମାରକପତ୍ର ରେ ଉଲ୍ଲେଖ କରିଛନ୍ତି। ଏଣୁ ଏସବୁ ଘଟଣା ନାଗରିକର ଧାର୍ମିକ ଆସ୍ଥା, ବିଶ୍ୱାସ ଓ ଧାର୍ମିକ ସ୍ୱତନ୍ତ୍ରତା ପ୍ରତି କୁଠାରଘାତ ବୋଲି ମତପ୍ରକାଶ କରିବା ସହିତ ସାମ୍ବିଧାନିକ ମର୍ଯ୍ୟାଦାର ପରିପନ୍ଥୀ ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି।
ଏଥିପାଇଁ ଓଡିଶାର ମହାମହିମ ରାଜ୍ୟପାଳ ଏହି ଘଟଣା ଉପରେ ଦୃଷ୍ଟି ଆକର୍ଷଣ କରି ଯଥାଶୀଘ୍ର ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଦୋଷୀ ମାନଙ୍କୁ ଶିଘ୍ର ଗିରଫ୍ କରିବାକୁ ଦାବି କରିଛନ୍ତି।

ଏହି ଅବସରରେ ଆଜି ନର୍ଲା ବସଷ୍ଟାଣ୍ଡ ଛକରୁ ସମଗ୍ର ହିନ୍ଦୁ ସମାଜ ନର୍ଲା ଶାଖା ପକ୍ଷରୁ ବିଶ୍ୱହିନ୍ଦୁ ପରିଷଦ ନର୍ଲା ସଭାପତି ଗଗନ ବିହାରୀ ସାଙ୍କ ଅଧ୍ୟକ୍ଷତାରେ ଓ ବିଜେପି ଜିଲ୍ଲା ଉପସଭାପତି ଅନିରୁଦ୍ଧ ପଧାନଙ୍କ ନେତୃତ୍ୱରେ ପୂର୍ବ ବିଧାୟକ କୁମରମଣି ଶବର, ପର୍ଶୁ ପଣ୍ଡା, ବଦ୍ରୀ ମିଶ୍ର, ସାରଥି ନାଏକ, ଅଜୟ ନାଏକ, ମନ୍ମୟ ଚାନ୍ଦ, ନବୀନ ପଧାନ, ଅଜୟ ନନ୍ଦ, ବିଜେପି ଓବିସି ମୋର୍ଚ୍ଚା ମିଡିଆ ସଂଯୋଜକ ଅଜୟ କୁମାର ସେନାପତି, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ୍, ବିଷ୍ଣୁ ଚରଣ ବଡପଣ୍ଡା, ଅଜିତ ନାଏକ, ଲକ୍ଷ୍ମଣ ଦୀପ, ବନବାସୀ କଲ୍ୟାଣ ଆଶ୍ରମ ନର୍ଲା ସଂଯୋଜକ ରାଜୀବ ପୋଢ, ମୋତିରଞ୍ଜନ ସାହୁ ଓ ସରୋଜ ବୁଦ୍ଧିଆଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

Related Post

ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ ଥିବା କଟକଣା ହଟିଲା

Posted by - October 20, 2020 0
ପୁରୀ :ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ ଥିବା କଟକଣାକୁ ହଟାଯାଇଛି । ଆଜିଠାରୁ ସ୍ୱର୍ଗଦ୍ୱାରର କଟକଣାକୁ ହଟାଇଛି ପ୍ରଶାସନ । ଏହି ପ୍ରସଙ୍ଗରେ ଜିଲ୍ଲାପାଳ କହିଛନ୍ତି ଯେ, ‘ବାହାର…

ରାଜ୍ୟ ସରକାର ବୃଦ୍ଧି କଲେ କର୍ମଚାରୀଙ୍କ ମହଙ୍ଗା ଭତ୍ତା, ୩ ପ୍ରତିଶତ ବୃଦ୍ଧି ଘୋଷଣା, ଜାନୁଆରୀ ୨୦୨୨ରୁ ଲାଗୁ

Posted by - September 20, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଜ୍ଯ ସରକାରୀ କର୍ମଚାରୀ ଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି…

ବିଜୁ ବାବୁ ଙ୍କ ମୂର୍ତି ସଫା କଲେ ବିଜୁ ପ୍ରେମୀ

Posted by - July 16, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ବର୍ଷର ବିଭିନ୍ନ ସମୟରେ ମହାପୁରୁଷ ମାନଙ୍କ ରାଜ୍ୟ, ଜିଲ୍ଲା ଏବଂ ବ୍ଲକ ସ୍ତରରେ ଜୟନ୍ତୀ ଉତ୍ସବ ପାଳନ କରାଯାଇ ଥାଏ। ଜୟନ୍ତୀ ଉତ୍ସବ…

ଝରଣୀଗାଁ ରେ ପହଁଞ୍ଚିଲେ କଂଗ୍ରେସର ଆଠଜଣିଆ ଦଳ

Posted by - October 30, 2021 0
ବୋଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ସମଗ୍ରରାଜ୍ୟ ରେ ଆଲୋଡନ ସୃଷ୍ଟି କରିଥିବା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ ସ୍କୁଲର ରେ ଅଧ୍ୟକ୍ଷତା କରୁଥିବା ବଲାଙ୍ଗୀର ଜିଲ୍ଲାର…

କଲର୍ ପେଣ୍ଟର ସଂଘର ଗଣବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

Posted by - January 30, 2023 0
ଧର୍ମଗଡ଼:୩୦/୧(ହେମନ୍ତ କୁମାର ମାଝୀ)୩ଧର୍ମଗଡ କଲର୍ ପେଣ୍ଟର ସଂଘ ପକ୍ଷରୁ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣବିକ୍ଷୋଭ ପ୍ରଦର୍ଶନ ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…