Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ରାସ୍ତା ଉପରେ ଓଲଟିଲା କଣ୍ଟେନର୍ ; ଉଭୟ ପାର୍ଶ୍ୱରେ ଅଟକିଲା ଶହ ଶହ ଗାଡ଼ି

74 0

ବେଲଗୁଣ୍ଠା:୨୪ /୦୪ (ସୁଶାନ୍ତ କୁମାର ବେହେରା ) ଆଜି ରାତ୍ରି ଆଠ ଘଣ୍ଟା ତିରିଶି ମିନିଟ୍ ସମୟରେ ବ୍ରହ୍ମପୁରରୁ ଫୁଲବାଣୀ ଅଭିମୁଖେ ଯାଉଥିବା ଏକ କଣ୍ଟେନର୍ ଗାଙ୍ଗପୁର ଥାନା ଅନ୍ତର୍ଗତ ବିଞ୍ଚଣା-କ୍ଷତ୍ରିୟବରପୁର ମଝି ରାସ୍ତାରେ ଓଲଟି ପଡିବା ଫଳରେ ଉଭୟ ପାର୍ଶ୍ଵରେ ଶହ ଶହ ଗାଡ଼ି ଅଟକି ରହିଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ବିଞ୍ଚଣା-କ୍ଷତ୍ରିୟବରପୁର ମଝିରେ ରାସ୍ତା କାମ ଚାଲୁଥିବା ଯୋଗୁଁ ରାସ୍ତା ଉପରେ ମାଟି ଗଦା ହୋଇ ରହିଛି I

ଏହି ସ୍ଥାନରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ଉପରେ ହିଁ ଓଲଟି ପଡ଼ିଥିଲା I ରାସ୍ତା ମଝିରେ ଗାଡ଼ିଟି ଓଲଟି ପଡ଼ିବାରୁ ଉଭୟ ପାର୍ଶ୍ଵରୁ ଆସୁଥିବା ବହୁ ଗାଡ଼ି ରାସ୍ତାରେ ଅଟକି ଯାଇଛି I ଖବର ପାଇ ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ଏବଂ ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ସଫା କରିବା ପାଇଁ ଦୁଇଟି ଜେସିବି ମଗାଇଥିବା ଜଣା ପଡିଛି I

ବର୍ତ୍ତମାନ ବ୍ରହ୍ମପୁରରୁ ଫୁଲବାଣୀ, ସମ୍ବଲପୁର,ଝାରସୁଗୁଡ଼ା, ରାଉରକେଲା ଯାଉଥିବା ବହୁ ବସ୍ ଅଟକିଥିବା ବେଳେ ଗାଡି ଗୁଡ଼ିକ ସମୟ ବଞ୍ଚାଇବା ପାଇଁ କେନାଲ୍ ରାସ୍ତା ଦେଇ ଯାଉଥିବା ଜଣାପଡିଛି I ରାସ୍ତା ସଫା ହେବା ବେଳକୁ ପାଖପାଖି ଦଶଟା ହୋଇଯିବ ବୋଲି ସୂଚନା ମିଳିଛି I ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି I

Related Post

ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ ବିଜେପିର ମନଗଢା ବିବୃତ୍ତି : ବିଜେଡି ଏଲିନା ଦାସ

Posted by - June 29, 2021 0
ଭୁବନେଶ୍ୱର: ନିକଟରେ ଅନୁଷ୍ଠିତ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ଏବଂ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ସେମାନଙ୍କର ସାଂଗଠନିକ ସମସ୍ୟା ପରେ, ଓଡିଶାର ବିଜେପି…

ମିଳୁ ନାହିଁ ହରିଶ୍ଚନ୍ଦ୍ର ଯୋଜନା ଟଙ୍କା , ଉତ୍ତର ଦେବାକୁ କେହି ନାହିଁ

Posted by - March 3, 2021 0
ଯାଜପୁର ଅଫିସ :ଗରିବ ଲୋକଙ୍କ ସହାୟତା ନିମନ୍ତେ ସରକାର ପ୍ରଣୟନ କରିଛନ୍ତି ହରିଶ୍ଚନ୍ଦ୍ର ଯୋଜନା।ଏହି ଯୋଜନା ଦ୍ୱାରା ଗରିବ ଲୋକ ମାନେ ନିଜର ସମ୍ପର୍କୀୟ ଙ୍କ ମୃତ୍ୟୁ…

ହାତରୁ ଖର୍ଚ୍ଚକରି ସ୍ମାର୍ଟ ସିଟିରେ ହେଲା ରାସ୍ତାକାମ

Posted by - August 8, 2021 0
ଭୁବନେଶ୍ବର:(ସ୍ୱରୂପ ଦାସ)ଅନେକ ଥର ପ୍ରଶାସନ ତଥା ମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ସରକାର ଓ ପ୍ରଶାସନର ମଧୁଚନ୍ଦ୍ରିକା ଖେଳରେ ଜନସାଧାରଣ ହରକତ ଭୋଗୁଛନ୍ତି ।ଏହି ରାସ୍ତାଟି୨…

ବ୍ରଜରାଜନଗର ଉପ ନିର୍ବାଚନ, ତିନି ପ୍ରମୁଖ ଦଳର ଶକ୍ତି ପ୍ରଦର୍ଶନ, କଡ଼ା ହେବ ମୁକାବିଲା

Posted by - May 13, 2022 0
ଭୁବନେଶ୍ବର(ବ୍ୟୁରେ।): ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଯୁଦ୍ଧ କ୍ଷେତ୍ର ପ୍ରସ୍ତୁତ ହୋଇସାରିଛି ।  ତିନି ପ୍ରମୁଖ ଦଳ ବିଜେଡି , କଂଗ୍ରେସ ଓ ବିଜେପି ମଧ୍ୟରେ ମୂଖ୍ୟତ…