Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ତାମିଲନାଡୁ କୁ ଦାଦନ ଖଟିବାକୁ ଯାଇ ନିରୁଦ୍ଧିଷ୍ଟ ଯୁବକ ଙ୍କ ମିଳିଲା ପତ୍ତା,ଘରମୁଁହା ପଙ୍କଜ

46 0

ହରଭଙ୍ଗା :୨୨/୦୪ (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସାମ୍ପୋଚ ଗ୍ରାମର ପଙ୍କଜ ସାହୁ(୨୭) ଘରର ପରିବାର ବୋଝକୁ ମୁଣ୍ଡାଇ ତାମିଲନାଡୁ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ l କିନ୍ତୁ ସେ ନିରୁଦ୍ଧିଷ୍ଟ ଥିବାରୁ ବିଭିନ୍ନ ଆଶଙ୍କାରେ ପରିବାର ଲୋକ ଥିବା ବେଳେ ଗତ 22ତାରିଖ ରେ ବିଭିନ୍ନ ଗଣମାଧ୍ୟମରେ ନିରୁଦ୍ଧିଷ୍ଟ ଥିବା ଯୁବକଙ୍କ ଖବର ପ୍ରକାଶ ପାଇଥିଲା ।

ସେ 1୧୭/୦୪ ରିଖରେ ଟ୍ରେନ ଯୋଗେ ତାମିଲନାଡୁ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ! ୬ ଦିନ ବିତି ଯାଇଥିଲେ ବି ପଙ୍କଜ ର କୈlଣସି ପତ୍ତା ମିଳି ନଥିବାରୁ ପରିବାର ଲୋକେ ଆଗରୁ ଦାଦନ ଯାଇ ରହିଥିବା ନିଜ ପରିଚିତ କିଛି ବ୍ୟକ୍ତିଙ୍କୁ ଏବାବଦରେ ଜଣାଇଥିଲେ!ଶେଷରେ ନିରାଶ ହୋଇ ଶନିବାର ତାଙ୍କ ବଡଭାଇ ସବ୍ୟସାଚୀ ସାହୁ ବୌଦ୍ଧ ଆଦର୍ଶ ଥାନାରେ ଭାଇର ନିରୁଦ୍ଧିଷ୍ଟ ହୋଇଥିବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ!କିନ୍ତୁ ୨୨ ତାରିଖ ବିଳମ୍ବିତ ରାତ୍ରିରେ ଏକ ଫୋନ ନିରୁଦ୍ଧିଷ୍ଟ ଥିବା ପରିବାର ପାଖକୁ ପଙ୍କଜ ର ସନ୍ଧାନ ମିଳିଥିବାର ଖବର ଆସିଥିଲା।

ସୂଚନା ଅନୁଯାଇ ପଙ୍କଜ ଏକ ଅଜଣା ରେଳଷ୍ଟେସନ ରେ ଓଲ୍ହାଇ ବାଟବଣା ହୋଇ ଜୀବନ ବିକଳରେ ବାଟ ଖୋଜି ଖୋଜି ଏକ ଜଙ୍ଗଲ ରାସ୍ତା ଦେଇ ୫୦ କିଲୋମିଟର ଯିବା ପରେ ଜଙ୍ଗଲ ରାସ୍ତାରେ ସ୍ଥାନୀୟ ଲୋକେ ଅଚିହ୍ନା ପଙ୍କଜ କୁ ଅଟକାଇ ପଚାର ଉଚୁରା କରି ଘଟଣା ବିଷୟରେ ଶୁଣି ପଙ୍କଜ ପାଖରେ ଥିବା ଏକ ଫୋନ ନମ୍ବର ରେ ଫୋନ କରି ଜଣାଇଥିଲେ।

ଖବର ପାଇ ପରିବାର ଲୋକେ ସଙ୍ଗେ ସଙ୍ଗେ ଗ୍ରାମର ଶିକ୍ଷିତ ବ୍ୟକ୍ତି ଚିତ୍ତରଞ୍ଜନ ସାହୁ ଓ ବଡ଼ ଭାଇ ସବ୍ୟସାଚୀ ସାହୁ ପଙ୍କଜ କୁ ଘରକୁ ଫେରାଇ ଆଣିବା ପାଇଁ ପଙ୍କଜ ର ସନ୍ଧାନ ମିଳିଥିବା ସ୍ଥାନକୁ ପଠାଇ ଥିଲେ!ଆଜି ସୋମ ଵାର ନେଇଯାଇଥିବା ଚିତ୍ତ ରଞ୍ଜନ ସାହୁ ଙ୍କ ବୟାନ ଅନୁଯାଇ ନିରୁଦ୍ଧିଷ୍ଟ ପଙ୍କଜ କୁ ଆଜି ଭେଟି ତାମିଲନାଡୁ ରାଜ୍ୟ ଡିଣ୍ଡିଗୁଲ ଜିଲ୍ଲା ସଦର ବସଷ୍ଟାଣ୍ଡ ରୁ ପଙ୍କଜ କୁ ସାଥିରେ ଧରି ଘରକୁ ଫେରୁ ଥିବାର ଫଟୋ ଗଣମାଧ୍ୟମ କୁ ପଠାଇ ଛନ୍ତି!ଏପଟେ ପଙ୍କଜ ସୁରକ୍ଷିତ ଥିବା ନେଇ ପରିବାର ଲୋକେ ଗଣ ମାଧ୍ୟମ କୁ ସୂଚନା ଦେବା ସହ ପ୍ରଶଂସା ମଧ୍ୟ୍ୟ କରିଛନ୍ତି!

Related Post

ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣା ଟିକା :-ମୁଖ୍ୟମନ୍ତ୍ରୀ

Posted by - April 25, 2021 0
ଭୁବନେଶ୍ବର:ନବୀନ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣା ଟିକା ଦିଆଯିବ। ମାଗଣା କରୋନା ଟିକା ନେଇ ଘୋଷଣା…

ଭୁବନେଶ୍ବରରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ,

Posted by - June 23, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ବିଳମ୍ବିତ ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ସେ ଆଜି ଅପରାହ୍ନରେ ମୟୂରଭଂଜ ଜିଲ୍ଲା…

ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ, ପୀଡିତ ପରିବାର କୁ ନ୍ୟାୟ ଦାବିରେ ଆନ୍ଦୋଳନ କୁ ତୀବ୍ର କଲା କଂଗ୍ରେସ

Posted by - November 5, 2021 0
କଳାହାଣ୍ଡି:'(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ମମିତା ମେହେର ହତ୍ୟା ମାମଲା ରେ ପୀଡିତ ପରିବାର କୁ ନ୍ୟାୟ ଦାବିରେ ଆନ୍ଦୋଳନ କୁ ଜୋରଦାର୍ କରିଛି କଂଗ୍ରେସ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ…

ନିୟମଗିରି ଝରନିଆ ଓ ଡଙ୍ଗରିଆ କନ୍ଧ ଙ୍କ ଉତ୍ପାଦିତ ସପୁରି ପଣସ ର ଅଭାବି ବିକ୍ରି : ମିଲୁନି ଉଚିତ ମୁଲ୍ୟ l

Posted by - July 12, 2022 0
ଭୁବନେଶ୍ଵର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ନିୟମଗିରି ପାହାଡ଼ ର ଜଙ୍ଗଲରେ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ପ୍ରାୟ ଦୁଇଶହ ରୁ ଉର୍ଦ୍ଧ୍ଵ ଗାଁ…

ନୂଆପଡ଼ା ଗସ୍ତରେ ଅସିତ୍ ତ୍ରିପାଠୀ, ଖଡିଆଳଠାରେ ଟାଉନ୍ ହଲ୍ ଓ ଅଡିଟୋରିଅମର ଶିଳା ନ୍ୟାସ

Posted by - June 2, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଦୁଇ ଦିନିଆ ନୂଆପଡ଼ା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମ…