ପଦ୍ମପୁର ଦିବ୍ୟ ଦର୍ଶନ ଆଶ୍ରମ ର ଅଠର ତମ ପ୍ରତିଷ୍ଠା ଦିବସ ଉତ୍ସବ ପାଳିତ

121 0

ମୁନିଗୁଡା :(ରମାକାନ୍ତ ପୋଡାଲ)ରବିବାର ସଂଧ୍ୟାରେ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ପ୍ରତିଷ୍ଠିତ ଦିବ୍ୟ ଦର୍ଶନ ସଂଘ ଆନୁକୂଲ୍ୟରେ ନିର୍ମାଣ କରାଯାଇଥିବା ପଦ୍ମପୁର ଠାରେ ସ୍ଥିତ ଦିବ୍ୟ ଦର୍ଶନ ଆଶ୍ରମ ର ଅଠର ତମ ପ୍ରତିଷ୍ଠା ଦିବସ ଉତ୍ସବ ଜ୍ଞାନ ଯଜ୍ଞ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ପ୍ରବଚକ ଭାବେ ସଂଘ ର କେନ୍ଦ୍ରୀୟ କମିଟି ସଂପାଦକ ଗୁରୁପ୍ରତୀମ ପୂଜ୍ୟ କେଶବ ଭାଇ ପୂଜ୍ୟ ସଦଗୁରୁଦେବ ଙ୍କ ଆବିର୍ଭାବ ଓ ଉଦ୍ଦେଶ୍ୟ, ଜ୍ଞାନ ର ମହତ୍ତ୍ଵ ସଂପର୍କରେ ଆଲୋଚନା କରିବା ସହ ଏଅଂଚଳର ଜନ ସାଧାରଣ ସର୍ବୋପରି ଆଗାମୀ ପିଢ଼ି ନିଜ ଅଞ୍ଚଳରେ ଜନ୍ମ ଲାଭ କରିଥିବା ମହାନ ପୁରୁଷ ସଦଗୁରୁଙ୍କ ସଂପର୍କରେ ଜାଣିବା ଆବଶ୍ୟକ ବୋଲି ନିଜ ପ୍ରବଚନ ମାଧ୍ୟମରେ ପ୍ରକାଶ କରିଥିଲେ ।

କେନ୍ଦ୍ରୀୟ କମିଟି ସଦସ୍ୟ ପୂଜ୍ୟ ବାସିନୀ ଭୂଜଙ୍ଗ ଭାଇ ନିଜ ପ୍ରବଚନରେ ଆଶ୍ରମ ର ଆବଶ୍ୟକତା, ଜୀବନରେ ସଦଗୁରୁଙ୍କ ଆବଶ୍ୟକତା ସଂପର୍କରେ ଆଲୋଚନା କରିବା ସହ ସତ୍ୟଜ୍ଞାନ ଶିକ୍ଷା ଦ୍ଵାରା ହିଁ ମଣିଷ ଶାନ୍ତି ପ୍ରାପ୍ତ କରିପାରିବ ବୋଲି ପ୍ରକାଶ କରିଥିଲେ । ଆଞ୍ଚଳିକ ପ୍ରତିନିଧି ବରିଷ୍ଠ ଗୁରୁ ଭାଇ ଲାଡି ନାଗେଶ୍ୱର ସତସଂଗ ପରିଚାଳନା କରିଥିଲେ । ସଦଗୁରୁଦେବଙ୍କ ପ୍ରଦତ୍ତ ଦିବ୍ୟ ଭାବ ବିଚାର, ଅମୃତ ବାଣୀ ଗୁଡ଼ିକୁ କେନ୍ଦ୍ରୀୟ କମିଟି ଉପ-ସଭାପତି ଗୁରୁ ପ୍ରତୀମ ପୂଜ୍ୟ ରବିନ୍ଦ୍ରନାଥ ଙ୍କ ଦ୍ୱାରା କରାଯାଇଥିବା ଇଂରାଜୀ ଭର୍ସନ “IGNORANCE SINS SUFFERINGS” ପୁସ୍ତକ କୁ ଗୁରୁ ଭାଇ ଜଗନ୍ନାଥ ଦାଶ ମୁଖ୍ୟ ପ୍ରବଚକ ପୂଜ୍ୟ କେଶବ ଭାଇଙ୍କ କର କମଳ ରେ ସ୍ଥାନୀୟ ଆର୍ଯ୍ୟନ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ପ୍ରତିଷ୍ଠାତା ଶ୍ରୀ ହରିଶରଣ ଦାଶ ମହୋଦୟ ତଥା ଅଭ୍ୟାସ ଟେକ୍ନୋସ୍କୁଲ ର ସଂପାଦକ ଶ୍ରୀ ଲାଡି ତୁକାରାମଙ୍କୁ ନିଜ ବିଦ୍ୟାଳୟ ଲାଇବ୍ରେରୀ ରେ ଉପଯୋଗ ନିମନ୍ତେ ପ୍ରଦାନ କରିଥିଲେ ।ତଥା ଗୁରୁ ଭାଇ ଲାଡି ନାଗେଶ୍ୱର ରାଓ ମଧ୍ୟ ପୂଜ୍ୟ କେଶବ ଭାଇଙ୍କ ମାଧ୍ୟମରେ ବସନ୍ତ ଦେବୀ ବିଦ୍ୟାପୀଠ,ଗୁଡିଆବନ୍ଧର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ଶତପଥୀ ଙ୍କୁ ପ୍ରଦାନ କରିଥିଲେ ।

ଅଞ୍ଚଳର ବହୁ ମାନ୍ୟଗଣ୍ୟ,ଗୁଣି ଜ୍ଞାନୀ, ଭଦ୍ରବ୍ୟକ୍ତି ସମେତ ପ୍ରାୟ ପାଞ୍ଚ ଶହରୁ ଉର୍ଦ୍ଧ୍ବ ଗୁରୁଭାଇ-ଭଉଣୀ ଯୋଗଦାନ କରିଥିଲେ । ସ୍ଥାନୀୟ ପଦ୍ମପୁର ଭାଇ ଭଉଣୀ ଓ ଗୁରୁତୀର୍ଥ ଗୁଡିଆବନ୍ଧ ଶାଖା କମିଟି ସଦସ୍ୟ ଙ୍କ ମିଳିତ ସହଯୋଗରେ ଆୟୋଜନରେ ଜ୍ଞାନ ଯଜ୍ଞର କରାଯାଇଥିଲା । ସମସ୍ତ ଙ୍କ ମଧ୍ୟରେ ଆର୍ଯ୍ୟନ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ପ୍ରତିଷ୍ଠାତା ଶ୍ରୀ ହରିଶରଣ ଦାଶ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ପଣ୍ଡା, ଅଭ୍ୟାସ ଟେକ୍ନୋସ୍କୁଲ ,ସଂପାଦକ ଶ୍ରୀ ଲାଡି ତୁକାରାମ, ଶ୍ରୀ ମୁରଲୀଶ୍ୱର ଓଡି, ଯଶସ୍ବୀ ଦାଶ ପ୍ରମୁଖ ଯୋଗଦାନ କରିଥିଲେ । ଗୁଡିଆବନ୍ଧ ଶାଖା ସଭାପତି ଲାଡି ଉଦୟ ଶଙ୍କର ,ଉପ ସଭାପତି ଉଦୟ ଶବର , ସମ୍ପାଦକ ଜନାର୍ଦ୍ଦନ ସେନାପତି , ସୋମନାଥ ସାହୁ, କୃଷ୍ଣଚନ୍ଦ୍ର ସାହୁ, ଗୋପୀନାଥ ସାହୁ, ସୁରେନ୍ଦ୍ର ପୃଷ୍ଟି, ଜଗନ୍ନାଥ ସାହୁ , କାଳିଆ ସାହୁ, ଜାଗିଲି ସାହୁ, ଚନ୍ଦନ ସାହୁ , ମୀନକେତନ ନିମାଲୁ, ନାରାୟଣ ଭାଇ ସମେତ ବହୁ ଭାଇ ଭଉଣୀ ସହଯୋଗ କରିଥିଲେ । ସମସ୍ତ ଙ୍କ ନିମନ୍ତେ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା । ସମସ୍ତେ ପ୍ରସାଦ ସେବନ କରି ଫେରିଥିଲେ ।

Related Post

ଟିଟିଲାଗଡ଼ର ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ପ୍ରବୀର କୁମାର ପଣ୍ଡାଙ୍କ ଯୋଗଦାନ

Posted by - January 16, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ର ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରବୀର କୁମାର ପଣ୍ଡା ଦାୟିତ୍ୟ ଗ୍ରହଣ କରିଛନ୍ତି।…

ଲୋକକଳା ବିକାଶ କେନ୍ଦ୍ର ତରଫରୁ ମନୋ ସାମlଜିକ କର୍ମଶାଳା

Posted by - September 21, 2022 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂ) ଲୋକ କଳା ବିକାଶ କେନ୍ଦ୍ର ,ଓଏସିଆର, ପିକ୍ ଓଏସପିସିଆର,ଓଏସିପିଶି, ୟୁନିସେଫ୍ ର ମିଳିତ ଉଦ୍ୟମରେ ଆଜି ବୌଦ୍ଧ ର ହୋଟେଲ ଦି…

ମର୍ତ୍ତ୍ୟରେ ଦୃଶ୍ୟମାନ ହେଲା ସ୍ୱର୍ଗର ପାରିଜାତ ଫୁଲ, ଦର୍ଶନ ଲାଗି ଲୋକଙ୍କ ଭିଡ଼

Posted by - June 12, 2020 0
ବଡ଼ବିଲ:(ସୀତାରାମ ଦୀକ୍ଷିତ)ମର୍ତ୍ତ୍ୟରେ ଫୁଟିଛି ସ୍ୱର୍ଗର ପାରିଜାତ ଫୁଲ, ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଯାହା ଧରାପୃଷ୍ଠ ପାଇଁ ଏକ ଶୁଭଶଙ୍କେତ ବୋଲି ଗ୍ରହଣ କରାଯାଉଛି…

ଅଗ୍ନିଶମ ବିଭାଗ ଦ୍ୱାରା ମକଡ଼୍ରିଲ

Posted by - April 19, 2022 0
ସୋନପୁର:(ଅଜିତ କୁମାର ପୁଜାହାରୀ)ସୋନପୁର ସହରର କୋଶଳ ଆବାସିକ ବିଦ୍ୟାଳୟ ପ୍ରାଙ୍ଗଣରେ ଜିଲ୍ଲା ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କ ଦ୍ଵାରା ଏକ ମକଡିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

ବୌଦ୍ଧଜିଲାରେ ତୃତୀୟ ଲହର ଓମିକ୍ରନର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

Posted by - January 6, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧଜିଲାରେ ତୃତୀୟ ଲହର ଓମିକ୍ରନର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ…