ଖପ୍ରାଖୋଲ: ୨୩/୪(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ଘୁନସର ଠାରେ କୃଷି ବିଭାଗ ତରଫରୁ ବ୍ଲକସ୍ତରୀୟ ଆଖି ମୁଠି ଅନୁକୂଳ ଉତ୍ସବ ତଥା କୃଷକ ଦିବସ ରବିବାର ପାଳିତ ହୋଇଯାଇଛି। ବ୍ଲକ କୃଷି ଅଧିକାରୀ ସୁଜିତ କୁମାର ଭୋଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ଲକ୍ ପ୍ରାଣୀସମ୍ପଦ ଅଧିକାରୀ ଡାକ୍ତର ସ୍ଵପ୍ନେଶ୍ୱର୍ ନାଏକ, ସମ୍ମାନିତ ଅତିଥି ରୂପେ ସହକାରୀ ମତ୍ସ୍ୟ ସମ୍ପଦ ଅଧିକାରୀ ସୁଭ୍ରଜିତ ମହାନ୍ତି, ଘୁନସର ସରପଞ୍ଚ ଅନୁଶୟା ସାହୁ, ସମିତି ମେମ୍ବର ଘନକେଶୀ ସୁନା, ମାଳପଡ଼ା ସରପଞ୍ଚ ଗୋପାଳ ମେହେର ପ୍ରମୁଖ ଯୋଗଦେଇଥିଲେ।
ଏହି ପ୍ରଥମେ ମାଟି ମା ର ପୂଜା କରିବା ସହ ହଳ ଲଙ୍ଗଳ ପୂଜା କରାଯାଇଥିଲା। ପରେ ଆଖି ମୁଠି ଅନୁକୂଳ କରାଯାଇଥିଲେ। ପରେ ଏହି ଅବସରରେ ଅତିଥି ମାନେ ଅକ୍ଷୟ ତୃତୀୟା ଉପରେ ଆଲୋକପାତ କରିବା ସହ କୃଷି ଭଲ ହେଉବୋଲି କାମନା କରିଥିଲେ। ସେହି ପରି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଚାଷୀଙ୍କୁ ସଚେତନ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ମୋହନ ସୁନା, ଏଫ୍ ଇ ଏସ ମାଷ୍ଟର ଟ୍ରେନର ଅଭୟ ତ୍ରିପାଠୀ, କୃଷକ ସାଥି ଜୟକୃଷ୍ଣ ସାହୁ, ଏ ଟି ଏମ୍ ପରେଶ୍ ମେହେର, ବିକାଶ ଦାଶ, ଉମେଶ ଗୁପ୍ତା, ସୁରେଶ ବେହେରା, ଚକ୍ର ଧର ସାହୁ, ଭୋଜରାଜ ବରିହା, ଉମାକାନ୍ତ ସାହୁ, ଯଦୁମଣି ପାତ୍ର, ଫାଲଗୁନ ଦାଶ, ପ୍ରମୁଖ ଚାଷୀ, କୃଷି କର୍ମଚାରୀ, ସମେତ ଶତାଧିକ ମହିଳା ଉପସ୍ଥିତ ଥିଲେ।