ହରଭଙ୍ଗା :୨୩/୦୪ (ଚିତ୍ତରଞ୍ଜନ ସିଂହ)ଅଖି ତୃତୀୟା ଅବସରରେ ବାଲ୍ୟବିବାହ ପ୍ରଥା ଓ ସଚେତନତା ପାଇଁ ରବିବାର ଦିନ ହରଭଙ୍ଗା ବ୍ଲକ ସମନ୍ବିତ ଶିଶୁଵିକାଶ କାର୍ଯ୍ୟଳୟ ସଭାଗୃହ ଠାରେ ବ୍ଲକ ଅଧ୍ୟକ୍ଷl ସ୍ନେହଲତା ପ୍ରଧାନ ଙ୍କ ଅଧକ୍ଷତlରେ ବାଲ୍ୟ ବିବାହ ପ୍ରଥା ବନ୍ଦ ଓ ସଚେତନତା ନେଇ ଏକ ସଂକଳ୍ପ ପାଠ ଅନୁଷ୍ଠିତ ହୋଇଯାଇଛି।
ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପୁରୁଣାକଟକ ଥାନା ଅଧିକାରୀ ଜୋଷ୍ଣା କାଉଁରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱପ୍ନିତା ନାୟକ, ବ୍ଲକ ଉପାଧ୍ୟକ୍ଷ -ସରୋଜ କୁମାର ପ୍ରଧାନ,ସିଡିପିଓ ନିରୁପମା ପାଣି,ଉପସ୍ଥିତ ରହି ବାଲ୍ୟବିବାହ ରୋକିବା, ଗ୍ରାମାଞ୍ଚଳର ପିଲାଙ୍କୁ 14ବର୍ଷ ପର୍ଯ୍ୟନ୍ତ ଶିକ୍ଷା କ୍ଷେତ୍ରରେ ଅଗ୍ରାଧିକାର ଦେବା ଆଦି ସଂକଳ୍ପ ପାଠ କରିଥିଲେ!ଏହି ସଂକଳ୍ପ ପାଠରେ ବ୍ଲକ ର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠି, ଅଙ୍ଗନବାଡି କର୍ମୀ ଓ ସୁପର ଭାଇଜର ମାନେ ଉପସ୍ଥିତ ରହିଥିଲେ!