ଯାଜପୁର:ଯାଜପୁର ପୋୖରାଞ୍ଚଳ ୧ନମ୍ବର ୱାର୍ଡରେ ରାଜ୍ୟସରକାରଙ୍କ ମୁକ୍କ୍ତା ଯୋଜନା ଅନ୍ତର୍ଗତ ଦୁଇଟି ମିନି ପାର୍କ ପ୍ରକଳ୍ପ ଉଦଘାଟିତ ହୋଇଛି। ଯାଜପୁର ପୌରପାଳିକାର ପୋୖରାଧକ୍ଷା ରଞ୍ଜୁଲତା ହୋତା ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ମୁଖ୍ୟଅତିଥି ଭାବେ ଯାଜପୁର ବିଧାୟକଙ୍କ ପ୍ରତିନିଧି ଭଵ ପ୍ରସାଦ ଦାସ ଯୋଗ ଦେଇ ପ୍ରତ୍ୟେକ ୱାର୍ଡକୁ ସୌନ୍ଦର୍ଯ୍ୟକରଣ କରିବା ସହ ଆବର୍ଜନା ମୁକ୍ତ କରିବାକୁ ସହରବାସୀଙ୍କୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୋୖର ଉପାଧ୍ୟକ୍ଷ ସନ୍ତୋଷ ମଲିକଙ୍କ ସମେତ ସମସ୍ତ କାଉନସିଲର ମାନେ ଉପସ୍ଥିତ ରହି ରାଜ୍ୟ ସରକାର ଏବଂ ଯାଜପୁର ବିଧାୟକଙ୍କୁ ଧନ୍ୟବାଦ ଦେଇଥିଲେ।
ସହରର ଇନ୍ଦ୍ର ଆଖଣ୍ଡଳେସ୍ୱର ମନ୍ଦିର ପ୍ରାଙ୍ଗଣରେ ମିନି ପାର୍କ ସହ ଓପନ ଜିମ ଉଦଘାଟିତ ହୋଇଥିବାରୁ ଆବାଳବୃଦ୍ଧବନିତାଙ୍କ କାର୍ଯ୍ୟରେ ଏହା ଉପଯୋଗୀ ହୋଇପାରିବ। ସେହିପରି ମାଉସୀମନ୍ଦିରରେ ମଧ୍ୟ ଏକ ପରିତ୍ୟକ୍ତ ସ୍ଥାନରେ ମିନି ପର୍କ ହୋଇଥିବାରୁ ସହରବାସୀ ମାନେ ଖୁସିବ୍ୟକ୍ତ କରିଛନ୍ତି।