Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

କେସିଙ୍ଗାରେ ମହା ଆଡ଼ମ୍ବରରେ ପାଳନ ହେଲା ଭଗବାନ ଶ୍ରୀ ପର୍ଶୁରାମ ଜୟନ୍ତୀ

202 0

କେସିଙ୍ଗା:(ପ୍ରିତେଶ ପଟେଲ୍)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ କେସିଙ୍ଗା ବ୍ରାହ୍ମଣ ସମାଜ ପକ୍ଷରୁ ଏକ ଭକ୍ତି ମୟ ପରିବେଶ ରେ ଓ ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି ଭଗବାନ ବିଷ୍ଣୁ ଙ୍କ ଅବତାର ପ୍ରଭୁ ପର୍ଶୁରାମ ଙ୍କ ଜୟନ୍ତୀ।କାର୍ଯ୍ୟକ୍ରମ ଅନୁସାରେ ଅପରାହ୍ନ ୪ ଘଣ୍ଟା ସମୟରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରୁ ଏକ ବିରାଟ ଶୋଭା ଯାତ୍ରା ବାହାରି ସହର ପରିକ୍ରମା କରି ସନ୍ଧ୍ୟା ୭ଘଣ୍ଟା ସମୟରେ ପହଞ୍ଚିଥିଲା ଅ ମ୍ବେ ମନ୍ଦିର ପରିସରରେ।ରାସ୍ତା ର ଗୌରୀ ଶଙ୍କର ମନ୍ଦିର ରେ କେସିଙ୍ଗା ହରି ମଣ୍ଡଳୀ ତରଫରୁ ଥଣ୍ଡା ପାନୀୟ ବ୍ୟବସ୍ତା କରାଯାଇଥିଲା।

ରାମ ଭକ୍ତ କି ଟୋଲୀ ତଥା ବେନେର୍ଜୀ ଫେମିଲି ତରଫ ରୁ ଓ ରାସ୍ତା ର ବିଭିନ୍ନ ଛକ ମାନଙ୍କରେ ମଧ୍ୟ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜଳପାନ ର ବ୍ୟବସ୍ତା କରାଯାଇଥିଲା।ପରେ ସନ୍ଧ୍ୟା ୭ .୩୦ ମିନିଟ ସମୟରେ କୁନି କୁନି ପିଲା ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଥିବା ସମସ୍ତ ଦେଖଣା ହାରି ଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା।ଏ ହି କାର୍ଯ୍ୟକ୍ରମରେ କେସିଙ୍ଗା ତଥା ଆଖପାଖ ଅଞ୍ଚଳ ର ଯଥା ଉତ୍କେଲା, କସ୍ରୁପଡ଼ା, କାଣ୍ଡେଲ,ଯୋଲକୋ,ପ୍ରଭୃତି ଗାଆଁ ରୁ ସମସ୍ତ ବ୍ରାହ୍ମଣ ପରିବାର ସଦସ୍ୟ ମାନେ ଯୋଗଦାନ କରିଥିଲେ।

ଏଠିରେ ଅନ୍ୟ ମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ କେସିଙ୍ଗା ବ୍ରାହ୍ମଣ ସମାଜ ସଭାପତି ପ୍ରଦୀପ୍ତ କୁମାର ରଥ,ପର୍ଶୁରାମ ପାଢ଼ୀ,ବସନ୍ତ ପୁରୋହିତ,ପ୍ରଶାନ୍ତ ବାନାର୍ଜୀ,ସନ୍ତୋଷ ଦାଶ,ଜଗଦୀଶ ଷଡଙ୍ଗୀ,ଟୁନା ମହାପାତ୍ର,ଲଲିତ ଶର୍ମା ପର୍ଶୁରାମ ସେନା ମୂଖ୍ୟ ରଞ୍ଜନ ପାଢ଼ୀ, ପ୍ରଜ୍ଞା ବାହିନୀ ମୂଖ୍ୟ ରୁବି ଚୌଧୁରୀ ଓ ଅଞ୍ଚଳ ର ସମସ୍ତ ବ୍ରାହ୍ମଣ ପରିବାର ସଦସ୍ୟ ମାନେ ଉପସ୍ଥିତ ଥିଲେ।

 

Related Post

ବୌଦ୍ଧ ଜିଲ୍ଲାପାଳଙ୍କୁ କାନ୍ତି ସଂମ୍ମାନ ପ୍ରଦାନ

Posted by - May 6, 2022 0
ବୌଦ୍ଧ(ଚିତ୍ତରଞ୍ଜନ ସିଂହ)ଓଡ଼ିଆ ଟ୍ରେଣ୍ଡ ନିଉଜର ପଞ୍ଚମ ସ୍ଵନକ୍ଷେତ୍ର ଅବସରରେ ବୌଦ୍ଧ ଜିଲ୍ଲାପାଳ ଲଲଟେନ୍ଦୁ ମିଶ୍ରଙ୍କୁ କାନ୍ତି ସନମାନ ରେ ସନମାନିତ କରା ଯାଇଛି। ଶ୍ରୀ ମିଶ୍ରଙ୍କୁ 2022…

ସୟଦପୁରର ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

Posted by - April 22, 2023 0
ଯାଜପୁର:ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ କଏଣା ରଘୁନାଥପୁର ପଂଚାୟତ ବ୍ରଜସୁନ୍ଦର ହାୟର ସେକେଣ୍ଡାରୀ ସ୍କୁଲ ସୟଦପୁରର ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି …

ବୌଦ୍ଧ ଜିଲାପରିଷଦ ବୈଠକ

Posted by - May 11, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲା ପରିଷଦ ବୈଠକ ପଞ୍ଚାୟତ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ଉପରେ ସଚେତନତା ବୈଠକ

Posted by - August 1, 2022 0
ଖପ୍ରାଖୋଲ: ୧/୮( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ହରିଶଙ୍କର ଠାରେ ଯୋଗାଣ ବିଭାଗ ତରଫରୁ ଖରିଫ ଧାନ ସଂଗ୍ରହ ଓ ଚାଷୀ ପଞ୍ଜିକରଣ ସମ୍ପର୍କିତ ସଚେତନତା…