ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ))ଦାଦନ ଖଟିବାକୁ ଯାଇ ଯୁବକ ନିରୁଦିଷ୍ଟ .ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସାମ୍ପୋଚ ଗ୍ରାମରେ ଘଟିଛି ଏଭଳି ଘଟଣା!ଆଜକୁ 6ଦିନ ହେଲା ଘରର ପରିବାର ବୋଝକୁ ମୁଣ୍ଡାଇ ତାମିଲନାଡୁ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଉକ୍ତ ଯୁବକ ଙ୍କ କିଛି ପତା ମିଳୁନଥିବାରୁ ଆଶଙ୍କାରେ ଏବେ ପରିବାର ଲୋକ!ସୂଚନା ଅନୁଯାଇ ପଙ୍କଜ ସାହୁ (୨୬ )ନାମକ ବ୍ୟକ୍ତି ଦିନ ମଜୁରିଆ ହୋଇଥିବାରୁ ପରିବାର ବୋଝକୁ ସ୍ଵଛଳତା ଆଣିବାପାଇଁ ୧୭/୦୪ ରିଖରେ ଭୁବନେଶ୍ୱର ରୁ ଟ୍ରେନ ଯୋଗେ ତାମିଲନାଡୁ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ।
ଆଜକୁ ୬ ଦିନ ବିତି ଯାଇଥିଲେ ବି ପଙ୍କଜ ର କୈlଣସି ପତ୍ତା ମିଳିପାରି ନଥିବାରୁ ପରିବାର ଲୋକେ ଆଗରୁ ଦାଦନ ଯାଇ ରହିଥିବା ନିଜ ପରିଚିତ କିଛି ବ୍ୟକ୍ତିଙ୍କୁ ଏବାବଦରେ ଜଣାଇଥିଲେ ସେମାନେ ମଧ୍ୟ୍ୟ ଉକ୍ତ ଯୁବକ ଙ୍କ କୌଣସି ଠିକଣା ପାଇ ନାହୁଁ ବୋଲି କହିବା ପରେ !ଶେଷରେ ପରିବାର ଲୋକ ନିରାଶ ହୋଇ ଶନିବାରଦିନ ତାଙ୍କ ବଡଭାଇ ସବ୍ୟସାଚୀ ସାହୁ ବୌଦ୍ଧ ଆଦର୍ଶ ଥାନାରେ ଭାଇର ନିରୁଦ୍ଧିଷ୍ଟ ହୋଇଥିବା ନେଇ ଏକ ଲିଖିତ ଅଭିଯୋଗ କରିବା ସହିତ ନିରୁଦ୍ଧିଷ୍ଟ ନିଜ ଭାଇକୁ ପୋଲିସ ପ୍ରଶାସନ ଜରିଆରେ ଚିହ୍ନଟ କରି ହସ୍ତାନ୍ତର କରିବା ପାଇଁ ନିବେଦନ କରିଛନ୍ତି l