ଯାଜପୁର :ପବିତ୍ର ରମଜାନ ମାସ ଅବସରରେ ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭଭନ ପରିସରରେ ଏକ ଇଫତାର ପାର୍ଟି ଅନୁଷ୍ଠିତ ହୋଇଯାଇଛି। ଏହି ପାର୍ଟିରେ ଶତାଧିକ ସଂଖ୍ୟାଲଘୁ ଭାଇମାନଙ୍କ ଗହଣରେ ଯାଜପୁର ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟ କେଶରି ଦାସ, ଅଶୋକ ଦାସ ଫାଉଣ୍ଡେସନର ସଚିବ ଭବ ପ୍ରସାଦ ଦାସ, ଯାଜପୁର ପୋରପାଳିକାର ପୌରଧକ୍ଷା ରଞ୍ଜୁଲତା ହୋତା, ଉପାଧକ୍ଷ ସନ୍ତୋଷ ମଲିକ ପ୍ରମୁଖ ଯୋଗଦେଇ ଶୁଭେଚ୍ଛା ଜଣାଇଥିଲେ।
ଏଥିସହ ଯାଜପୁର ଅଂଚଳରେ ଥିବା ଭାଇଚାରାକୁ ସବୁ ଦିନ ପାଇଁ ବଜାୟ ରଖିବାକୁ କର୍ଣ୍ଣାଟ କେଶରି ଦାସ ଆହ୍ୱାନ ଦେଇଥିଲେ। ସନ୍ଧ୍ୟାରେ ରୋଜା ଭଙ୍ଗ ପରେ ମୁସଲମାନ ଭାଇ ମାନଙ୍କୁ ଅତିଥିମାନେ ଫଳମୂଳ ଖୁଆଇବା ସହ ନିଜେ ଖାଦ୍ୟ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଖ୍ୟାଲଘୁ ସମ୍ପ୍ରଦାୟର କର୍ମକର୍ତ୍ତା ଓ ବହୁ ମୁରବୀ ଯୋଗଦେଇଥିଲେ ।