କଳାହାଣ୍ଡି:(ନରେନ୍ଦ୍ର ନେଗୀ)ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବାନ ଦେବାଶିଷ ବିଶ୍ବାଳଙ୍କ ସମେତ ଅନ୍ୟ 5 ଜଣ ଯବାନଙ୍କୁ ଆଜି ବିଜୁ ଯୁବ ଓ ଛାତ୍ର ଜନତା ଦଳ କଳାହାଣ୍ଡି ତରଫରୁ ଭବାନୀପାଟଣା ଗାନ୍ଧୀ ଛକ ଠାରେ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ବୀର ଯବାନ ଦେବାଶିଷଙ୍କ ଘର ପୁରୀ ଜିଲ୍ଲା ଅଳଗୁମ ପଞ୍ଚାୟତର ଖଣ୍ଡାୟତ ସାହିରେ ବୋଲି ଜଣାପଡ଼ିଛି। ଏହି ଖବର ପାଇବା ପରେ ଓଡ଼ିଶା ସାରା ଶୋକର ଲହରୀ ଖେଳି ଯାଇଛି। ଆତଙ୍କବାଦୀ ଓ ପାକିସ୍ତାନ ବିରୁଦ୍ଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କୁ କଳାହାଣ୍ଡି ଜିଲ୍ଲା ଯୁବ ଓ ଛାତ୍ର ଜନତା କର୍ମକର୍ତ୍ତା ଦାବି କରିଛନ୍ତି ।
ଏହି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ଭବାନୀ ଶଙ୍କର ମିଶ୍ର, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଉପ ସଭାପତି ଜିତେନ୍ଦ୍ର ମହାନ୍ତି, ପ୍ରଦୀପ ମୁଣ୍ଡ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ଜିଲ୍ଲା ମହିଳା ସଭାନେତ୍ରୀ ଲଳିତା ନାଏକ, ଯୁବ ଜୋନ ସଭାପତି ମନିନ୍ଦ୍ର ମହାନ୍ତି, ଟାଉନ ସଭାପତି ଧବଳେଶ୍ୱର ମହାପାତ୍ର, ବିଜେଡ଼ି ନେତା ସାରଦା ପ୍ରସନ୍ନ ସ୍ବାଇଁ, ରାଜ୍ୟ ଛାତ୍ର ଉପସଭାପତି ଅଭିଷେକ ମହାପାତ୍ର, ଏସସି ସେଲ ସଭାପତି ପ୍ରଶାନ୍ତ ନାଏକ, ଯୁବ ନେତା ବଦ୍ରି ପଟ୍ଟନାୟକ, ସାମନ୍ତ ଖମାରୀ, ରାଜୀବ ଶତପଥୀ , ଚକ୍ର ସେଠୀ, ମଧୁ ନାଗ, ବାପି ଦାସ, ମମତା ଦାସ, କ୍ଷୀରସିନ୍ଧୁ ନାଏକ, ମହେନ୍ଦ୍ର ରାଉତ, ଜୟଶ୍ରୀ ଅଗ୍ରଓ୍ବାଲ ପ୍ରମୁଖ ଉପସ୍ଥିତ ଥିଲେ।