Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ପଛୁଆବର୍ଗର ସାମାଜିକ ସ୍ଥିତି ପ୍ରଶିକ୍ଷଣ ଶିବିର

63 0

ବୌଦ୍ଧ:୨୧ା୪(ଚିତ୍ତରଞ୍ଜନ ସିଂ)ଦ୍ୱିତିୟ ପର୍ଯ୍ୟାୟ ପଛୁଆ ବର୍ଗର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସଂପର୍କରେ ପ୍ରଶିକ୍ଷଣ ଶିବିର ୧୮ ଅପ୍ରେଲ ଠାରୁ ୨୦ ଅପ୍ରେଲ ପର୍ଯ୍ୟନ୍ତ ବୌଦ୍ଧଜିଲ୍ଲାର ସମସ୍କତ ବ୍ଲକରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପର୍ଯ୍ୟବେକ୍ଷକ ଭାବରେ ଖଣି ଇ୍ଳାତ ବିଭାଗ ଅତିରିକ୍ତ ସଚିବ ଚିତ୍ତରଂଜନ ସାହୁ ତିନୋଟି ବ୍ଲକ ବୁଲି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ । ଗଣନାକାରୀଙ୍କ ଦ୍ୱାରା ସଠିକ୍ ଓ ନିର୍ଭୁଲ ଭାବରେ ଗଣନା କାର୍ଯ୍ୟ ଯେପରି ସଂପାଦିତ ହେବ ସେଥିପାଇଁ ଦିଗଦର୍ଶନ ଦେଇଥିଲେ । ପ୍ରଥମ ପ୍ରଶିକ୍ଷଣ ଅପ୍ରେଲ ୪ ତାରିଖଠାରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଆସନ୍ତା ମଇ ମାସ ୧ ତାରିଖ ରୁ ୨୦ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହେବାକୁଥିବା ପଛୁଆବର୍ଗ ଜନଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଓଙ୍ଗ଼ିଶାରେ ଥିବା ପଛୁଆବର୍ଗ ଲୋକଙ୍କ ସାମାଜିକ ଅର୍ଥନୈତିକ ଓ ଶିକ୍ଷାଗତ ସ୍ଥ୍‌ିତି ସଂପର୍କରେ ସ୍ପଷ୍ଟ ଚିତ୍ର ହାସିଲ କରିବା ଏହି ସର୍ଭେର ମୂଳ ଲକ୍ଷ ବୋଲି ଅତିରିକ୍ତ ଜିଲ୍ଳାପାଳ ବବିତାରାଣୀ ଦଳବେହେରା ମତବ୍ୟକ୍ତ କରିଥିଲେ । ସୂଚନାଯୋଗ୍ୟଯେ, ଏହି ସର୍ଭେ ମାଧ୍ୟମରେ ପଛୁଆବର୍ଗ ଲୋକଙ୍କ ବୃତ୍ତି , ଶିକ୍ଷାଗତ ଯୋଗ୍ୟତା ସହିତ ପରିବାରର ଲୋକମାନେ କେଉଁ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିଛନ୍ତି ସେ ସଂପର୍କରେ ସୂଚନା ମିଳିବା ଦ୍ୱାରା ସେମାନଙ୍କ ସାମାଜିକ ,ଅର୍ଥନୈତିକ ଓ ଶିକ୍ଷାଗତ ସ୍ଥିତି ବିଷୟରେ ଠିକ୍ ତଥ୍ୟ ପ୍ରାପ୍ତ ହୋଇପାରିବ । ଏହି ସର୍ଭେ କାର୍ଯ୍ୟ ପାଇଁ ଗ୍ରାମାଞ୍ଚଳରେ ଏବଂ ଏନଏସିରେ ଅଙ୍ଗନବାଡି କର୍ମୀ,ଟେକ୍ସ କଲେକ୍ଟର ଏବଂ ୱାର୍ଡ ଅଫିସରମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯିବ ।।

ଏମାନେ ପରିବାର ସଦସ୍ୟମାନଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟ ଆଧାରରେ ଆଇସିଆର ସର୍ଭେ ଫର୍ମ ପୂରଣ କରିବେ । ଗ୍ରାମାଞ୍ଚଳରେ ଆଇସିଡିଏସ ସୁପରଭାଇଜର,ମାର୍କେଟିଂ ଇନସପେକ୍ଟର,ଜିପିଇଓ,ବିଏସଏସ ମାନଙ୍କୁ ସୁପରଭାଇଜର ଭାବରେ ନିଯୁକ୍ତି କରାଯାଇଛି । ଜଣେ ସୁପରଭାଇଜର ଅଧିନରେ ସର୍ବାଧିକ ୧୦ ଜଣ ଏନୁମରେଟର କାର୍ଯ୍ୟ କରିବେ । ସର୍ଭେ ସମୟରେ ଏନୁମରେଟରମାନେ ଛୁଟିଦିନ ସମେତ ପ୍ରତ୍ୟେକଦିନ ସର୍ଭେ ସେଣ୍ଟରରେ ଉପସ୍ଥିତ ରହିବେ । ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସର୍ଭେ କାର୍ଯ୍ୟ ପାଇଁ ବ୍ଲକ ଏବଂ ଏନଏସିରେ ମାଷ୍ଟର ଟ୍ରେନର ଚିହ୍ନଟ କରାଯାଇ ସେମାନଙ୍କ ଦାୟିତ୍ୱ ,ସର୍ଭେ ଫର୍ମ ସମ୍ବନ୍ଧରେ ବିସ୍ତୃତ ସୂଚନା,ଫର୍ମର ବ୍ୟବହାର,ଠିକ୍ କୋଡ୍ ସହିତ ଫର୍ମ ପୂରଣ କରିବା ଆଦି ବିଷୟରେ ଶିକ୍ଷା ଦିଆଯାଇଛି । ପଛୁଆବର୍ଗ ଜନସାଧାରଣଙ୍କ ଆର୍ଥିକ, ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଉଥାନ ପାଇଁ ରାଜ୍ୟ ସରକାର ଏହି ସର୍ଭେ କାର୍ଯ୍ୟକୁ ସୂଚାରୂରୂପେ ତଥା ଠିକ୍ ଭାବରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି

Related Post

ସୁବର୍ଣ୍ଣପୁର ଗଙ୍ଗାଧର ମେହେର ଛକ ନିକଟରେ ଥିବା ଏକ କପଡା ଦୋକାନରେ ଅଗ୍ନିକାଣ୍ଡା

Posted by - May 20, 2022 0
ସୋନପୁର:(ଅଜିତ କୁମାର ପୂଜହାରି)ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ବଡବଜାର ଗଙ୍ଗାଧର ମେହେର ଛକ ନିକଟରେ ଥିବା ଏକ କପଡା ଦୋକାନରେ ଅଗ୍ନିକାଣ୍ଡା । ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ…

ଶ୍ରୀ ଗଣେଷ ଶିଶୁ ବିଦ୍ୟା ମନ୍ଦୀର ର ବାର୍ଷିକ ଉତ୍ସବ

Posted by - January 31, 2023 0
ଯାଜପୁର:ଯାଜପୁର ସଂସ୍କୃତି ଭବନ ପରିସରରେ ଶ୍ରୀ ଗଣେଷ ଶିଶୁ ବିଦ୍ୟା ମନ୍ଦୀର ର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିIସଭାପତି ତପନ ମହାରଣ୍ୟ ଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଯାଜପୁର ପୌରପାଳିକା ଅଧ୍ୟକ୍ଷା ରଂଜୁଲତା ହୋତା, ବିଦ୍ୟାବିକାଶ ସମିତିର ସମ୍ପାଦକ ଜୋଗେନ୍ଦ୍ରନାଥ ବସ୍ତିଆ ଓ ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଳିକ ଯୋଗ ଦେଇ ଶିଶୁ ବିଦ୍ୟା ମନ୍ଦୀର ଛାତ୍ର ଛାତ୍ରୀଙ୍କ ଚରିତ୍ର ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି ମତ ଦେଇଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।  

ଉଛୁଳା ଗ୍ରାମରେ ମାଁ ଡୋକରିଙ୍କ ଦଶହରା ଉତ୍ସବ ଅନୁଷ୍ଠିତ

Posted by - December 10, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଉଛୁଳା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ଡୋକରିଙ୍କ ଦଶହରା ପୂଜା ରୀତି…

ଯାଜପୁର ରେ ଉତ୍କଳ ଦିବସ ପାଳନ ନିମିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

Posted by - March 15, 2019 606
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଊତ୍କଳ ଦିବସ ପାଳନ ଊପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ…

ମାଟିଆଭଟା ରେ ଚାଷି ଙ୍କ ପାଇଁ ଆଭିମୁଖି କରଣ ଶିବିର

Posted by - December 25, 2021 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ମାଟିଆଭଟା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କୃଷି ଓ ଉଦ୍ୟାନକୃଷି ବିଭାଗ ମିଳିତ ଆନୁକୂଲ୍ୟରେ କାଳିଆ ଯୋଜନା ଅନ୍ତର୍ଗତ ଭୂମିହିନ ଚାଷିଙ୍କ…