କେସିଙ୍ଗା:୨୦/୪(ପ୍ରୀତେଶ ପଟେଲ୍ )ପ୍ରୀତେଶ ପଟେଲ୍ )କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ରେ ବଢ଼ି ଚାଲିଛି ଦିନକୁ ଦିନ ଦେଶୀ ମଦ କାରବାର ଗତ କିଛି ଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ଉତ୍କେ ଲା ରେ ବିଭିନ୍ନ ସ୍ଥାନରେ ମଦ ବିକ୍ରି ହେଉଥିବା କଥା।ଏପ ରି କି ଉତ୍କେଲା ସ୍କୁଲ ପାଖରେ ମଧ୍ୟ ମଦ ବିକ୍ରି କୁ ସ୍ଥାନୀୟ ନାଗରିକ ମଞ୍ଚ ବିରୋଧ କରିଆସୁଛନ୍ତି।
ଏହି ମର୍ମ ରେ କେସିଙ୍ଗା ଅବକାରୀ ବିଭାଗ ପକ୍ଷରୁ ବିଶ୍ୱଜିତ୍ ଆରୁଖ ଙ୍କ ନେତୃତ୍ୱ ରେ ଅବକାରୀ ଟିମ୍ ଉତ୍କେଲା ର ବିଭିନ୍ନ ସ୍ଥାନରେ ରେଡ କରି ଦୁଇ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୨୪ ଲିଟର ରୁ ଅଧିକ ଦେଶୀ ମଦ ଜବତ କରିଛି।ଅଭିଯୁକ୍ତ ମାନେ ହେଲେ ଡିଲେନ୍ଦ୍ର ମାଝୀ ଓ ଗଦା କୁମାର ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। କେସ ନ ୦୭/୨୦୨୩-୨୪ ଓ କେସ ନ ୦୮/୨୦୨୩-୨୪ ରେ ଦୁଇ ଜଣ ଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି।