Breaking News
12:19 pmଘଟଗାଁ: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ତହସିଲ୍ ଅଫିସର କନିଷ୍ଠ କିରାଣୀ ଦେବାଶିଷ ପଣ୍ଡା 7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା

ସୁବର୍ଣ୍ଣପୁର ଜିଲ୍ଲା ବଜରଙ୍ଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ୧୨  ଘଣ୍ଟିଆ ବନ୍ଦ

70 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବଜରଙ୍ଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ୧୨  ଘଣ୍ଟିଆ  “ସୋନପୁର ବନ୍ଦ” କରାଯାଇଛି । ହନୁମାନ ଜୟନ୍ତୀରେ ସମ୍ବଲପୁରରେ ବାଇକ ରାଲି ଯାଉଥିବା ସମୟରେ ପଥରମାଡ ଓ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ପ୍ରତିବାଦରେ ଆଜି ପଶ୍ଚିମ ଓଡିଶାର ୧୪ ଟି ଜିଲ୍ଲାରେ ବନ୍ଦ କରାଯାଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖାଯାଇଛି ।

ସକାଳୁ ସକାଳୁ ବଜରଙ୍ଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତାମାନେ ସହରର ମୁଖ୍ୟ ଛକଗୁଡିକରେ ରାସ୍ତା ଅବରୋଧ କରି ବନ୍ଦ କରିଥିବା ବେଳେ ସହରର ଦୋକାନ ବଜାର ଆଦି ବନ୍ଦ କରିଛନ୍ତି । ସରକାରୀ , ବେସରକାରୀ ଅନୁଷ୍ଠାନ ଆଦି ବନ୍ଦ ରହିଥିବା ବେଳେ ସ୍ଲୁଲ, କଲେଜ ମଧ୍ୟ ବନ୍ଦ ରହିଛି ।ମୋଟା ମୋଟି ଭାବରେ କହିବାକୁ ଗଲେ ସୁବର୍ଣ୍ଣପୁର ଜିଲ୍ଲାରେ ଏହି ବନ୍ଦ ସଂମ୍ପୁର୍ଣ୍ଣ ସଫଳ ହୋଇଥିବା ଦେଖାଯାଇଛି ।

ବନ୍ଦକୁ ଆଖି ଆଗରେ ରଖି ପୋଲିସ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଛି ।ତେବେ ଏହି ବନ୍ଦ ଶାନ୍ତିପୂର୍ଣ୍ଣ ଭାବରେ କରାଯାଇଥିବା ବେଳେ ଆଗକୁ ଯଦି ଏଭଳି କାର୍ଯ୍ୟ ହୁଏ ତେବେ ପରିସ୍ଥିତି ଭୟାବହ ହେବ ବୋଲି ବଜରଙ୍ଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା ଚେତାବନୀ ଦେଇଛନ୍ତି ।

 

Related Post

ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଙ୍କ ଧାରଣା

Posted by - June 20, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ପଶ୍ଚିମ ଓଡ଼ିଶାର ୫ ଗୋଟି ଜିଲ୍ଲାର ଛାତ୍ରଛାତ୍ରୀ ଦେଲେ ଧାରଣା । ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ପଶ୍ଚିମ ଓଡିଶାର ସମସ୍ତ…

କୁକୁଡ଼ା ସହ ଟଙ୍କା ଖାଇଗଲେ, ହେଲେ ପାଞ୍ଚ ବର୍ଷ ପୁରିଲାଣି ଯନ୍ତ୍ରୀ ମହାଶୟ ବିଲ କଲେ ନାହିଁ

Posted by - May 21, 2023 0
ପାଞ୍ଚ ବର୍ଷ ମଧ୍ୟରେ ପଞ୍ଚାଥର ଯନ୍ତ୍ରୀଙ୍କ ଅଦଳ ବଦଳ l ନନ୍ଦ କୂପ ନିର୍ମାଣ କରି ଶ୍ରମିକ ଜଣକ ହନ୍ତସନ୍ତ ! କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା…

ବେଲଗୁଣ୍ଠା ରେ ୧୩ ଦିନ ପାଇଁ ବିଜେ ହେଲେ ମା ଦଣ୍ଡକାଳୀ

Posted by - April 2, 2022 0
ବେଳଗୁଣ୍ଠା;(ସୁଶାନ୍ତ କୁମାର ବେହେରା ) ଗଞ୍ଜାମ ଜିଲ୍ଲାରେ ପ୍ରସିଦ୍ଧ ପର୍ବ ହେଉଛି ଦଣ୍ଡଯାତ୍ରା ପର୍ବ l ମା କାଳୀଙ୍କ ଯାତ୍ରା ବେଶେଷତଃ କେଉଁକେଉଁ ଗ୍ରାମରେ ୧୩ ରୁ…

ନାରାୟଣପୁର ଫରେଷ୍ଟ ବିଟ ବାଦିଖୋଲ ଜଙ୍ଗଲ ରେ ଦନ୍ତା ହାତୀ ମୃତ

Posted by - March 25, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବନାଂଚଳ ନାରାୟଣପୁର ଫରେଷ୍ଟ ବିଟ ବାଦିଖୋଲ ଜଙ୍ଗଲ ରେ ଦନ୍ତା ହାତୀ ମୃତ । ଏକ ବିଲରୁ ହାତୀର ମୃତ…

କରୋନା ପାଇଁ କାମ ବନ୍ଦ କରିଦେବା ପରେ ଏବେ ହାଣ୍ଡିଶାଳ ଚାଉଳଶୂନ୍ୟ

Posted by - March 26, 2020 1,430
ଭୁବନେଶ୍ୱର:କରୋନା ରୋକିବା ପାଇଁ ଭାରତ ସରକାର ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଯେଉଁଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଛଡ଼ା ଅନ୍ୟ ସବୁ ବନ୍ଦ ରହିଛି।କରୋନା ଭୂତାଣୁ ମୁକାବିଲା…