Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ବୌଦ୍ଧରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ଜନଜୀବନ ଅସ୍ତବ୍ୟସ୍ତ

51 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ) ଜିଲ୍ଲାରେ ବଢ଼ିବାରେ ଲାଗିଛି ତାପମାତ୍ରା । ବିଗତ କିଛିଦିନ ହେଲା ଦିନବେଳା ପ୍ରବଳ ଖରା ଅନୁଭୂତ ହେଉଛି । ସୋମବାର ୪୩.୫ ଡ଼ିଗ୍ରୀ ସେଲସିଅସ ତାପମାତ୍ରା ରହିଥିବା ବେଳେ ବୌଦ୍ଧ ରାଜ୍ୟରେ ଦ୍ୱିତୀୟ ଉତ୍ତପ୍ତ ସହରରେ ପରିଗଣିତ ହୋଇଥିଲା । ମହାନଦୀ କୂଳରେ ବୌଦ୍ଧ ଜିଲ୍ଲା ଅବସ୍ଥିତ । କିନ୍ତୁ ମହାନଦୀରେ ପାଣି ନଥିବାରୁ ନଦୀ ଶଯ୍ୟାର ପଥର ଓ ବାଲିର ଉତ୍ତାପ ବିକିରଣ ସହରକୁ ଆହୁରି ଉତ୍ତପ୍ତ କରିପକାଉଛି ଏହି ଟାଣଖରା । ଟାଣ ଖରା ଯୋଗୁଁ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ରାସ୍ତାଘାଟ ଶୂନଶାନ ହୋଇଯାଉଛି l

ଅତି ଜରୁରୀ କାମ ନଥିଲେ ଲୋକେ ଘରୁ ବାହାରକୁ ବାହାରୁ ନାହାନ୍ତି l ଘରୁ ବାହାରିଲେ ଲୋକେ କଳାଚଷମା, ଓଦା ଗାମୁଛା କିମ୍ବା ଟୋପି ମୁଣ୍ଡରେ ପକେଇ ବାହାରୁଛନ୍ତି । ଅନ୍ୟପଟେ ଲୋକେ ଖରାଦାଉରୁ ରକ୍ଷା ପାଇବା ପାଇଁ ମୃଦୁ ପାନୀୟ , ଜୀବନ ଜଳ, ଲସି, ଆଖୁ ରସ ଆଦି ଦୋକାନରେ ଭିଡ଼ ଜମାଉଛନ୍ତି । ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଶୁଖିବାରେ ଲାଗିଛି ଜଳାଶୟ । ଯାହାଫଳରେ ଜୀବଜନ୍ତୁ ପାଣି ଟିକେ ପାଇଁ ଡହଳବିକଳ ହେଉଛନ୍ତି । ସେପଟେ ଖରାକୁ ଦୃଷ୍ଟିଦେଇ ପାଣିପାଗ ବିଭାଗ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରିଥିବାବେଳେ ଜିଲ୍ଲା ପ୍ରଶାସନ ମଧ୍ୟ ଅଂଶୁଘାତରୁ ରକ୍ଷା ପାଇବାପାଇଁ ସତର୍କ ସୂଚନା ଜାରି କରିଛି ।

ଜିଲ୍ଲାରେ କିଛି ସ୍ଥାନରେ ଜଳଛତ୍ର ଖୋଲିଥିଲେ ସୁଦ୍ଧା ଅନେକ ସ୍ଥାନରେ ଏବେବି ଜଳଛତ୍ର ଖୋଲି ନଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଯଥାଶୀଘ୍ର ଜନଗହଳି ସ୍ଥାନ ଗୁଡ଼ିକରେ ଜଳଛତ୍ର ଖୋଲିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଜିଲ୍ଲାରେ ୨ ଦିନ ହେଲା ପ୍ରବଳ ଖରା ଯୋଗୁଁ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବା ବେଳେ ଗତ ୧୬  ତାରିଖରେ ବୌଦ୍ଧ ୪୨.୫  ଡିଗ୍ରୀ ସେଲସିଅସ ତାପମାତ୍ରା ସହିତ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଥିଲା l ସେହିପରି ମଙ୍ଗଳବାର ମଧ୍ୟ ୪୩.୬ ଡିଗ୍ରୀ ସେଲସିଅସ ତାପମାତ୍ରା ସହ ରାଜ୍ୟର ତୃତୀୟ ସର୍ବାଧିକ ଉତ୍ତପ୍ତ ସହର ରହିଛି ବୌଦ୍ଧ l ଏଭଳି ସ୍ଥିତିରେ ପ୍ରବଳ ଖରା ସାଙ୍ଗକୁ ଝାଞ୍ଜି ପବନରେ ଜନସାଧାରଣ ଆଉଟୁ ପାଉଟୁ ହେଉଥିବା ବେଳେ କେବେ ଏଥିରୁ ଆଶ୍ବସ୍ତି ମିଳିବ ତାକୁ ଲୋକେ ଅନାଇ ରହିଛନ୍ତି l

Related Post

କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଭବାନୀପାଟଣା ପୋଲିସ ଉଚ୍ଚ ବିଦ୍ୟାଳୟ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - July 9, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ବିଜୁ ଜନତା ଦଳ ଆସନ୍ତା ଡିସେମ୍ବର ୨୬ ତାରିଖରେ ତାର ୨୫ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି।…

ଓଡିଶାରେ ପାଦ ରଖିଲା ଓମିକ୍ରନ, ୨ ଆକ୍ରାନ୍ତ ଚିହ୍ନଟ

Posted by - December 22, 2021 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ପୃଥିବୀର ଅନେକ ଦେଶ କରୋନା ର ନୂଆ ପ୍ରଜାତି ଓମିକ୍ରନ ଭାରିଆଣ୍ଟ ଦ୍ଵାରା କବଳିତ ହେବାରେ ଲାଗିଛି। ବହୁଲୋକ…

ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ବନ୍ଦେଭାରତ ଏକ୍ସପ୍ରେସର ଉଦଘାଟନ ଏବଂ ବିଭିନ୍ନ କାର୍ଯ୍ୟକ୍ରମର ଶିଳାନ୍ୟାସ

Posted by - May 18, 2023 0
ଭୁବନେଶ୍ବର /ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ରେଳ ବିଭାଗର ସବୁଠୁ ଦ୍ରୁତଗାମି ଟ୍ରେନ ଯାହାକି ବନ୍ଦେ ଭାରତ ଏକ୍ସପ୍ରେସ ନାମରେ ପରିଚିତ, ଗୁରୁବାର ଦିନ ୧୨.୪୫ ସମୟରେ ଓଡିଶାର…

ଅଭିନେତା ମିହିର ଦାସଙ୍କ ୬୩ ବର୍ଷ ବୟସରେ ପରଲୋକ,ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

Posted by - January 11, 2022 0
ଭୁବନେଶ୍ବର :ବରିଷ୍ଠ ସିନେ ଅଭିନେତା ମିହିର ଦାସଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ୬୩ ବର୍ଷ ବୟସରେ ପରଲୋକ ଘଟିଛି। କିଛିଦିନ ହେବ ଅସୁସ୍ଥତା ଯୋଗୁ ସେ କଟକର…