ଯାଜପୁର:ଯାଜପୁର ସହରର ଗାନ୍ଧୀଛକରେ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଅନ୍ୱେଷଣ ଥିଏଟର ଗ୍ରୁପ ପକ୍ଷରୁ ଜଳଛତ୍ର ର ଶୁଭାରମ୍ଭ କରାଯାଇଛି। ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ଏହି ଅବସରରେ ଯାଜପୁର ପୋୖରାଧକ୍ଷା ରଞ୍ଜୁଲତା ହୋତା,ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଗ୍ରୁପର ସଦସ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ବୃନ୍ଦାବନ ମିଶ୍ରଙ୍କ ନେତୃତ୍ୱରେ ଗ୍ରୁପର ସମସ୍ତ ସଦସ୍ୟ ଉପସ୍ଥିତ ରହି ପଥ ଚାରି ମାନଙ୍କୁ ଜଳ ବଣ୍ଟନ କରିଥିଲେ।