Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

କଳାହାଣ୍ଡିରେ ଜାତୀୟ ଆଦିବାସୀ ବିଶ୍ଵବିଦ୍ୟାଳୟ ର ଏକ କ୍ୟାମ୍ପସ୍ ପ୍ରତିଷ୍ଠା ସକାଶେ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ

34 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ)ଇନ୍ଦିରା ଗାନ୍ଧୀ ଜାତୀୟ ଆଦିବାସୀ ବିଶ୍ବବିଦ୍ୟାଳୟର ଏକ କ୍ୟାମ୍ପସ କଳାହାଣ୍ଡି ଜିଲ୍ଲାରେ ପ୍ରତିଷ୍ଠା ପାଇଁ ଆଜି ରାଜ୍ୟ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ଶ୍ରୀ ଅବିନାଶ ଠାକୁର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ଯେ, ଇନ୍ଦିରା ଗାନ୍ଧୀ ଜାତୀୟ ଆଦିବାସୀ ବିଶ୍ବବିଦ୍ୟାଳୟର ଏକ କ୍ୟାମ୍ପସ କଳାହାଣ୍ଡି ଜିଲ୍ଲାରେ ପ୍ରତିଷ୍ଠା ପାଇଁ ୨୦୧୦ ମସିହାରେ ଉଦ୍ୟମ ଆରମ୍ଭ ହୋଇଥିଲା।

ଏଥିପାଇଁ କଳାହାଣ୍ଡି ଜିଲ୍ଲାର ଆଦିବାସୀ ବହୁଳ ଅଞ୍ଚଳ ଥୁଆମୂଲ ରାମପୁର ଠାରେ ଜାଗା ଚିହ୍ନଟ କରାଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ୨୦୧୦ ମସିହାରୁ ପ୍ରେରିତ କରାଯାଇଛି । ହେଲେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ବିଶେଶ୍ବର ଟୁଡୁଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ମୟୂରଭଞ୍ଜ ଜିଲ୍ଲା ପରିଦର୍ଶନ କରିବାସହ ମୟୂରଭଞ୍ଜ ଜିଲ୍ଲାରେ ଆଦିବାସୀ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ପ୍ରତିଷ୍ଠା ପାଇଁ ମସୁଧା ହେଉଛି ।

ଏହା ଦ୍ବାରା କଳାହାଣ୍ଡିର ଆଦିବାସୀ ଭାଇ ଭଉଣୀ ପ୍ରତି କେନ୍ଦ୍ର ସରକାରଙ୍କ ଉପେକ୍ଷା ସହ କେବିକେ ର ମଧ୍ୟାଞ୍ଚଳ ଆକାଂକ୍ଷୀ ଜିଲ୍ଲା କଳାହାଣ୍ଡି ପ୍ରତି ବୈମାତୃକ ମନୋଭାବ ଦର୍ଶାଉଛି । କଳାହାଣ୍ଡି ଜିଲ୍ଲାରେ ସମସ୍ତ ପ୍ରକାରର ସୁବିଧା ଥିବା ସତ୍ତ୍ବେ ଆଦିବାସୀ ବିଶ୍ବବିଦ୍ୟାଳୟରୁ ବଞ୍ଚିତ ହେବା ନିଶ୍ଚିତ ଭାବରେ ଏକ କ୍ଷୋଭ ର ବିଷୟ । ଏଣୁ କେନ୍ଦ୍ର ସରକାର ଏହା ଉପରେ ପୁନଃ ବିଚାର କରି ତ୍ୱରିତ ପଦକ୍ଷେପ ନେବାପାଇଁ ରାଜ୍ୟ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ଶ୍ରୀ ଠାକୁର ଅନୁରୋଧ କରିଛନ୍ତି।

Related Post

ହତ୍ୟା ନା ଆତ୍ମହତ୍ୟା ଯୁବକ ଙ୍କ ଝୁଲନ୍ତା ମୂତ ଦେହ ଉଦ୍ଧାର ସନ୍ଦେହ ଘେରରେ ପରିବାର

Posted by - May 20, 2023 0
କେସିଙ୍ଗା:(ପ୍ରିତେଶ ପଟେଲ୍) କେସିଙ୍ଗା ବ୍ଲକ ର ସିରୋଲ ପଞ୍ଚାୟତ ର ପୋଢ ଖମ ରୁ ରୁପ୍ରା ଆଡ଼କୁ ସଂଯୋଗ ହଉଥିବା ଏକ ରାସ୍ତା କଡ଼ରେ ଥିବା ପଳାଶ…

ଜିଲ୍ଲାପାଳଙ୍କ ନିର୍ଦେଶ,ଉପାନ୍ତ ଅଂଚଳରେ ମିଳିଲା ସ୍ୱାସ୍ଥ୍ୟ ସେବା

Posted by - June 1, 2023 0
ହରଭଙ୍ଗା :୩୧/୦୫ (ଚିତ୍ତରଞ୍ଜନ ସିଂହ)ସ୍ୱାସ୍ଥ୍ୟ ହିଁ ସମ୍ପଦ!ଉପାନ୍ତ ଅଂଚଳ ରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ର  ସ୍ୱାଧୀନତା ର ୭୫ ବର୍ଷ ପରେ ମଧ୍ୟ ଅବହେଳିତ…

କଳାହାଣ୍ଡି ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Posted by - April 2, 2019 0
ଭବାନୀପାଟଣା ୨|୪ : ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଳାହାଣ୍ଡି ଭବାନୀପାଟଣାର ରାଧାକୃଷ୍ଣନଗରରେ ବିଜୟ ସଙ୍କଳ୍ପ ସଭାରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ । ମା ମାଣିକେଶ୍ବରୀଙ୍କୁ…

ପୁଣି ଦନ୍ତାହାତୀର ଉପଦ୍ରବ,ହାତୀ ଆକ୍ରମଣରେ ଜଣେ ୧୪ ବର୍ଷର ବାଳକ ମୃତ

Posted by - January 25, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଆଜି ସଂନ୍ଧ୍ୟାରେ ପୁଣି ଦନ୍ତାହାତୀର ଉପଦ୍ରବ । ହାତୀ ଆକ୍ରମଣରେ ଜଣେ ୧୪ ବର୍ଷର ବାଳକ ମୃତ। ମୃତ ବାଳକ ଧୂଳିଗଡ ଜଙ୍ଗଲ…

ହୋଟେଲ,ରେସ୍ତୁରାଣ୍ଟସ ଉପରେ ଅଚାନକ ଚଢ଼ାଉ

Posted by - February 21, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ପରାମର୍ଶ କ୍ରମେ ସୋନପୁର ଉପଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ନିର୍ଦେଶରେ ସୋନପୁର…