ତା ୩.୧୨.୨୦୧୯ରିଖ ବୁଧବାର ଇଣ୍ଟରନେସନଲ ବ୍ରେନ ମାଷ୍ଟର, କର୍ପୋରେଟ ଟ୍ରେନର ଓ ମୋଟିଭେସନାଲ ସ୍ପିକର ତଥା ଗ୍ଲୀଷ୍ଟେନ୍ସ ନିଉ ହରାଇଜ଼ନ ବ୍ରେନ ଡେଭେଲପ୍ମେଣ୍ଟ କମ୍ପାନୀର ନିର୍ଦେଶକ ତପେଶ୍ୱର ମହାନ୍ତଙ୍କ ଦ୍ଵାରା ମସ୍ତିଷ୍କ ବିକାଶ ନିମନ୍ତେ ବିଶେଷ ସେମିନାର ପରିଚାଳିତ ହୋଇ ଯାଇଛି !ଉକ୍ତ କାର୍ଯ୍ୟକ୍ରମରେ ମାନନୀୟ ତପେଶ୍ୱର ସାର ସମସ୍ତ ଅଭିଭାବକ ତଥା ବିଶିଷ୍ଟ ବୁଦ୍ଧିଜୀବିଙ୍କୁ ମସ୍ତିଷ୍କ ବିକାଶର ବିଶେଷତ୍ୱ ଏବଂ ଆବଶ୍ୟକତା ସମ୍ବନ୍ଧରେ ଆଲୋକପାତ କରିଥିଲେ !ସ୍କୁଲ ପ୍ରଶାସନ ତଥା ନିର୍ଦେଶକ ମହୋଦୟ ଉକ୍ତ ଅତ୍ୟାଧୁନିକ ତାଲିମ କୌଶଳ ଏବଂ ତାଲିମ ପ୍ରାପ୍ତ ଛାତ୍ର ଅଂଶୁମାନ ଦାସ ଙ୍କ ପ୍ରଦର୍ଶନ ରେ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ l ଉପସ୍ଥିତ ଥିବା ସମସ୍ତ କର୍ମଚାରୀ ଏବଂ ଅଭିଭାବକ ମାନେ ଉକ୍ତ ତାଲିମକୁ ତୁରନ୍ତ ସ୍କୁଲରେ ସମସ୍ତ ଛାତ୍ର ଛାତ୍ରିଙ୍କୁ ପ୍ରଦାନ କରିବା ନିମନ୍ତେ ନିଷ୍ପତ୍ତି ନେଇଥିଲେ l ଯୋଜନା ମୁତାବକ ଆସନ୍ତା ତା 11.12.2019 ରିଖ ଠାରୁ 14.12.2019 ରିଖ ପର୍ଯ୍ୟନ୍ତ ଉକ୍ତ ବୈଜ୍ଞାନିକ ତାଲିମ ସମସ୍ତ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଦାନ କରିବା ନିମନ୍ତେ ଧାର୍ଯ୍ୟ କରାଗଲା l ଇଣ୍ଟରନେଶନାଲ ବ୍ରେନ ମାଷ୍ଟର ର ସମସ୍ତ ସଦସ୍ୟ ମାନଙ୍କୁ ଡୁନ ପବ୍ଲିକ ସ୍କୁଲ ତରଫରୁ ଅଶେଷ କୃତଜ୍ଞତା ଜ୍ଞାପନ କରାଯାଇଥିଲା l ସ୍କୁଲର ଶିକ୍ଷାର ଗୁଣାବତ୍ତା ଏବଂ ମାନନିର୍ଦ୍ଧାରଣରେ ସମ୍ପୂର୍ଣ୍ଣଭାବେ ତାଲିମ ପ୍ରଦାନକାରୀ ଟିମ ମନୋନିବେଶ କରିବେ ବୋଲି ପ୍ରତିଶୃତିବଦ୍ଧ ହେଲେ l
ଉପସ୍ଥିତ ଥିବା ସମସ୍ତ ବୁଦ୍ଧିଜୀବୀ ଏପରି ଏକ ଆନ୍ତର୍ଜାତିକ ଖ୍ୟାତି ସମ୍ପୂର୍ଣ୍ଣ ତାଲିମ କର୍ତ୍ତାଙ୍କୁ ନିଜ ଅଞ୍ଚଳରେ ପାଇଥିବାରୁ ଗୌରବାନ୍ୱିତ ହୋଇଥିଲେ l ସ୍କୁଲ କର୍ତ୍ତୃପକ୍ଷଙ୍କ ଏପରି ପଦକ୍ଷେପକୁ ସମସ୍ତ ଛାତ୍ର ଛାତ୍ରୀ ତଥା ଅଭିଭାବକ ମାନେ ସ୍ୱାଗତ ଜଣାଇଥିଲେ l ଇଣ୍ଟରନେଶନାଲ ବ୍ରେନ ମାଷ୍ଟର ଅନୁଷ୍ଠାନର ପ୍ରଶାସନ ମୁଖ୍ୟ ଦୀପ୍ତି ସାମଲ ଏବଂ ସହଯୋଗୀ ଅନିନ୍ଦିତା ଦାସ ମଧ୍ୟ ଏହି କାର୍ଯ୍ୟକ୍ରମର ତାତ୍ପର୍ଯ୍ୟତା ସମ୍ବନ୍ଧରେ ସୂଚନା ପ୍ରଦାନ କରି ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ l ଛାତ୍ର ଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ ନିମନ୍ତେ ଏହି ତାଲିମ ବିଶେଷ ଭାବେ ସହାୟକ ହେବ ବୋଲି ଆଶା l