ବୌଦ୍ଧ :(ଚିତ୍ତ ରଞ୍ଜନ ସିଂ)ହରଭଙ୍ଗା-ଛତ୍ରଙ୍ଗ ପୂର୍ତବିଭାଗ ରାସ୍ତାର ଧର୍ମନଗର ଠାରେ ରହିଥିବା ଶଗଡିଆ ନାଳ ଉପରେ ନୂତନ ସେତୁ ନିର୍ମାଣ କରାଯିବ। ଏଥିପାଇଁ ଶନିବାର ମାଟି ପରୀକ୍ଷା ପାଇଁ ଏକ ଟିମ ସେଠାରେ ପଂହଚି ଉକ୍ତ କାର୍ଯ୍ୟ ଆରମ୍ଭ କରିଛି।ପ୍ରକାଶ ଯେ ଶଗଡିଆ ନାଳ ଉପରେ ୩୦ବର୍ଷ ତଳେ ଏକ ସେତୁ ନିର୍ମାଣ ହୋଇଥିଲା। ଉକ୍ତ ସେତୁ ଟି ଦବି ଯିବା ସହିତ ବର୍ଷା ଦିନେ ସେତୁ ଉପରେ ପାଣି ଚାଲିବା ସହିତ ଯାତାୟତ ବାଧାପ୍ରାପ୍ତ ହୋଇଥାଏ। ଏହା ସହିତ ବୁଲାଣି ରାସ୍ତା ସାଙ୍ଗକୁ ଅଣଓସାରିଆ ପୋଲରେ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟିଥାଏ।
ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ନୂତନ ସେତୁ ନିର୍ମାଣ ପାଇଁ ବହୁବାର ଦାବୀ ହୋଇଆସୁଛି। ନୂତନ ସେତୁ ନିର୍ମାଣ ଆବଶ୍ୟକତା କଥାକୁ ପୂର୍ତବିଭାଗ ହୃଦୟଙ୍ଗମ କରିବା ସହିତ ଏହାର ନିର୍ମାଣ କାର୍ଯ୍ୟ ପାଇଁ ପ୍ରାରମ୍ଭିକ ଖସଡା ହାତକୁ ନେଇ ମାଟି ପରୀକ୍ଷା କରାଯାଉଛି। ଏ ସର୍ମ୍ପକରେ ବୌଦ୍ଧ ପୂର୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରଭାତ କୁମାର ଦାସଙ୍କୁ ପଚାରିବାରୁ ସେ କହିଲେ ମାଟି ପରୀକ୍ଷା ପରେ ଏହାର ଡିଜାଇନ ତିଆରି କରାଯିବା। ଏହାପରେ ନୂତନ ସେତୁ ନିର୍ମାଣ ପାଇଁ ବ୍ୟୟଅଟକଳ ଧାର୍ଯ୍ୟ ହେବ।